ପବନ ଖେଡାଙ୍କୁ ଗିରଫ କଲା ପୋଲିସ, ବିଜେପି ଉପରେ ବର୍ଷିଲା କଂଗ୍ରେସ
ପବନ ଖେଡାଙ୍କୁ ଗିରଫ କଲା ପୋଲିସ, ବିଜେପି ଉପରେ ବର୍ଷିଲା କଂଗ୍ରେସ

ଦିଲ୍ଲୀ: ଦିଲ୍ଲୀ ବିମାନବନ୍ଦରରେ ଉତ୍ତେଜନା ମଧ୍ୟରେ ଗୁରୁବାର ଦିନ କଂଗ୍ରେସ ବରିଷ୍ଠ ନେତା ପୱନ ଖେଡାଙ୍କୁ ଦିଲ୍ଲୀ-ରାୟପୁର ବିମାନରୁ ଓହ୍ଲାଇ ଦିଆଯାଇଥିଲା। ଖେଡା ବିମାନରୁ ଓଲ୍ଲାହିବା ପରେ ଅନେକ ଦଳର ନେତା ବିମାନରୁ ଓହ୍ଲାଇ ଟରମେକରେ ବସି ଧାରଣ ଦେଇଥିଲେ । ବିମାନରୁ ଓହ୍ଲାଇବାର କିଛି ସମୟ ପରେ ଆସାମ ପୋଲିସ ପୱନ ଖେଡାଙ୍କୁ ଗିରଫ କରିଥିଲା । ଏହି ପୂରା ଘଟଣା ପାଇଁ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛି । କଂଗ୍ରେସ ଟ୍ୱିଟରରେ ଲେଖିଛି, ଜଣେ - ଗଣତନ୍ତ୍ର ଉପରେ ଭାରୀ ।
କଂଗ୍ରେସ ନେତା ସୁପ୍ରିୟା ଶ୍ରୀନାତେ କହିଛନ୍ତି, "ଆମେ ଇଣ୍ଡିଗୋ ବିମାନ ଯୋଗେ ଦିଲ୍ଲୀରୁ ରାୟପୁର ଯାଉଥିଲୁ । ବିମାନରେ ଚଢିବା ସମୟରେ ପୱନ ଖେଡାଙ୍କୁ ତାଙ୍କ ଲଗେଜରେ କିଛି ଅସୁବିଧା ଅଛି କହି ପ୍ଲେନରୁ ଓହ୍ଲାଇ ଦିଆଯାଇଥିଲା । ପରେ ଆମେ ଜାଣିବା ପାଇଁ ପାଇଲୁ ଯେ, ତାଙ୍କୁ DEPLANE କରାଯାଉଛି । ସୁପ୍ରିୟା ଶ୍ରୀନାତେ ଏହା ମଧ୍ୟ କହିଛନ୍ତି ଯେ, ଆସାମ ପୋଲିସ ପୱନ ଖେଡାଙ୍କୁ ଗିରଫ କରୁଛି, ଯଦି ଏହା ଏକଛତ୍ରବାଦୀ ଶାସନ ନୁହେଁ ତେବେ ଏହା କ'ଣ ?
ଗିରଫ ପରେ ଖେଡାଙ୍କୁ ଗୋଟିଏ କୋର୍ଟରେ ହଜାର କରାଯିବ । ସେଠାରୁ ତାଙ୍କୁ ପୋଲିସ୍ ନିଜ ସହ ଆସାମ ନେବା ବୋଲି ଜଣାପଡିଛି । ପୱନ ଖେଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅପମାନିତ କରିବା ପରି ବୟାନ ଦେଇଥିବାରୁ ବିଜେପି ତାଙ୍କ ଗିରଫଦାରୀ ଦାବି କରାଯାଇଥିଲା । ଆସାମ ନେତା ଏନେଇ ପୋଲିସରେ ଅଭିଯୋଗ ମଧ୍ୟ କରିଥିଲେ ।
ତେବେ ଏହି ଘଟଣାକୁ କେନ୍ଦ୍ର କରି ପବନ ଖେଡାଙ୍କ ନାଁରେ ଆସାମର ହାଫଲଙ୍ଗ ପୋଲିସ ଷ୍ଟେସରେ ଏକ ମାମଲା ରୁଜୁ କରାଯାଇଥିଲା । ଯାହା ପରେ ଆଜି ତାଙ୍କୁ ଗିରଫ କରାଯାଇଛି । ଆସାମର ଏକ ପୋଲିସ ଟିମ୍ ଦିଲ୍ଲୀ ଆସି ଖେଡାଙ୍କୁ ଏୟାରପୋର୍ଚରେ ଗିରଫ କରାଯାଇଛି । ତେବେ ଏହାକୁ ଅସାମ୍ବିଧାନିକ ବୋଲି କହିଛି କଂଗ୍ରେସ ।












Click it and Unblock the Notifications