ସୁପ୍ରିମକୋର୍ଟରୁ ପବନ ଖେଡାଙ୍କୁ ଆସ୍ୱସ୍ଥି:ଦିଲ୍ଲୀ କୋର୍ଟ ଦେବେ ଜାମିନ୍
ପବନ ଖେଡାଙ୍କୁ ମିଳିବ ଅନ୍ତରୀଣ ଜାମିନ । ଦିଲ୍ଲୀର ଦ୍ୱାରକା କୋର୍ଟ ତାଙ୍କୁ ଏହି ଅନ୍ତରୀଣ ଜାମିନ ଦେବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ନୂଆଦିଲ୍ଲୀ: ଆସାମ ପୋଲିସ ଗୁରୁବାର ଦିନ ଦିଲ୍ଲୀରୁ କଂଗ୍ରେସ ମିଡିଆ ବିଭାଗର ମୁଖ୍ୟ ପୱନ ଖେଡାଙ୍କୁ ଗିରଫ କରିଛି । ଏହି ପ୍ରସଙ୍ଗରେ କଂଗ୍ରେସ ସୁପ୍ରିମକୋର୍ଟରେ ପହଞ୍ଚିଥିଲା। କଂଗ୍ରେସର ଆବେଦନ ଉପରେ ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ, ମାମଲା ବନ୍ଦ ହେବା ପାଇଁ ହାଇକୋର୍ଟ ଯିବାକୁ ଆମେ ମାଜିଷ୍ଟ୍ରେଟଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିବାକୁ କହିବୁ । ଏହା ସହିତ କୋର୍ଟ ସମସ୍ତ ମାମଲାକୁ
ଗୋଟିଏ ସ୍ଥାନକୁ ସ୍ଥାନାନ୍ତର କରିବା ଦାବିରେ ୟୁପି ଏବଂ ଆସାମ ପୋଲିସକୁ ନୋଟିସ ଜାରି କରିଛନ୍ତି ।
ସୂଚନା ଅନୁସାରେ, ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ପବନ ଖେଡାଙ୍କୁ ଜାମିନ୍ ମିଳିପାରିବ ବୋଲି ସୁପ୍ରିନକୋର୍ଟ କହିଛନ୍ତି । ସେହିପରି ସୁପ୍ରିମକୋର୍ଟ କହିଛନ୍ତି ଯେ, ପବନ ଖେଡା କ୍ଷମା ମାଗିଛନ୍ତି ଏବଂ ନିଃସର୍ତ୍ତ କ୍ଷମା ଆବେଦନ କରିବାକୁ କୁହାଯାଇଛି । ଆଜି ଦିଲ୍ଲୀରୁ ରାୟପୁର ଯିବା ସମୟରେ ପବନ ଖେଡାଙ୍କୁ ଦିଲ୍ଲୀ ବିମାନ ବନ୍ଦରରେ ଆସାମ ପୋଲିସ ଗିରଫ କରିଥିଲା ।
ସୂଚନାଥାଉ ଯେ, ପବନ ଖେଡା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅପମାନିତ କରିଛନ୍ତି ବୋଲି ଜଣେ ବିଜେପି ନେତାଙ୍କ ଅଭିଯୋଗକୁ ଆଧାର କରି ଖେଡାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିଲା । ଏହି ଘଟଣାକୁ କେନ୍ଦ୍ର କରି କଂଗ୍ରେସର ଅନେକ ନେତା ବିମାନରୁ ଓହ୍ଲାଇ ସ୍ଲୋଗାନ୍ ଦେବା ସହ ବିମାନ ପାଖରେ ଧାରଣ ଦେଇଥିଲେ । ଅନେକ ଏହି କାର୍ଯ୍ୟକୁ ନିନ୍ଦା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେବା ଅଭିଯୋଗରେ ପବନ ଖେଡାଙ୍କ ବିରୋଧରେ ଲକ୍ଷ୍ନୌ, ବାରଣାସୀ, ଆସମ, ଛତିଶଗଡ଼ ପରି ରାଜ୍ୟର ବିଭିନ୍ନ ସ୍ଥାନରେ ମାମଲା ରୁଜୁ କରାଯାଇଛି ।












Click it and Unblock the Notifications