Patna Major Accident: ବିହାରର ରାଜଧାନୀ ପାଟନାରେ ଭୟଙ୍କର ସଡ଼କ ଦୁର୍ଘଟଣା, ୭ ମୃତ
Patna Major Accident: କାଶ୍ମୀରର ଡାଲ ହ୍ରଦରେ ଡଙ୍ଗା ବୁଡ଼ି ଘଟଣା ପରେ ବିହାରରେ ପୁଣି ଆଉ ଏକ ଅଘଟଣ ଘଟିଛି । ବିହାରର ରାଜଧାନୀ ପାଟନାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ପାଟନାରେ ଏକ ମେଟ୍ରୋ କ୍ରେନ୍ ସହିତ ଏକ ଦ୍ରୁତ ଗତିରେ ଆସୁଥିବା ଅଟୋ ଧକ୍କା ହୋଇଛି ଏହି ଦୁର୍ଘଟଣାରେ 7 ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି ।

ସୂଚନା ଅନୁସାରେ, ପାଟନାର କଙ୍କଡବାଗ ଥାନା ସ୍ଥିତ ରାମଲେଖନ ରୋଡରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ଅଟୋ ନିୟନ୍ତ୍ରଣ ହରାଇ ଏକ ଜିସିବିକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଅଟୋର ବସିଥିବା 7 ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା । ସେହିପରି ଜଣେ ଗୁରୁତରଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଚିକିତ୍ସା ଜାରି ରହିଛି ।
ମିଳିଥିବା ସୂଚନା ଅନୁସାରେ, ଅଟୋରେ 8 ଜଣ ଯାତ୍ରୀ ଥିଲେ ଘଟଣାସ୍ଥଳରେ 7 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 1 ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ମହିଳା ଏହଂ ଶିଶୁ ମଧ୍ୟ ରହିଛନ୍ତି । ଏହି ଦୁର୍ଘଟଣାର ପୁରା ଘଟଣା ସିସିଟିଭିରେ କଏଦ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।












Click it and Unblock the Notifications