Get Updates
Get notified of breaking news, exclusive insights, and must-see stories!

କଂଗ୍ରେସକୁ ଝଟକା, ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ମାଆଙ୍କ AI ଭିଡିଓ ତୁରନ୍ତ ହଟାଇବାକୁ ପାଟନା ହାଇକୋର୍ଟଙ୍କ ନିର୍ଦ୍ଦେଶ,

କଂଗ୍ରେସ ଦ୍ୱାରା ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ମାଆଙ୍କ ଏଆଇ ଭିଡିଓ ମାମଲାର ଶୁଣାଣି କରିବା ସମୟରେ ବର୍ଷିଛନ୍ତି ପାଟନା ହାଇକୋର୍ଟ । ତୁରନ୍ତ ଏହି ଭିଡିଓକୁ ହଟାଇବାକୁ କଂଗ୍ରେସକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ପାଟନା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ପି.ବି. ବଜନ୍ତରୀ ନିର୍ଦ୍ଦେଶ ଦେଇଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ସ୍ୱର୍ଗତ ମାତା ହୀରାବେନ ମୋଦଙ୍କୁ ଅପମାନିତ କରୁଥିବା ଭିଡିଓକୁ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ତୁରନ୍ତ ହଟାଯାଉ ।

modi

ଖବର ମୁତାବକ, ସେପ୍ଟେମ୍ବର ୧୦ ତାରିଖରେ ବିହାର କଂଗ୍ରେସର ଅଫିସିଆଲ୍ X ହ୍ୟାଣ୍ଡେଲରେ ଏକ ପୋଷ୍ଟ କରାଯାଇଥିଲା, ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱପ୍ନରେ ତାଙ୍କ ମାଆଙ୍କ AI ଆଧାରିତ ଭିଡିଓ ଚିତ୍ରଣ କରାଯାଇଥିଲା । ଏହି ଭିଡିଓରେ ସ୍ୱର୍ଗତ ହୀରାବେନ ମୋଦିଙ୍କ ଚରିତ୍ର ରାଜନୈତିକ ଲାଭ ପାଇଁ ତାଙ୍କ ପୁଅକୁ ତାଙ୍କ ନାମର ଅପବ୍ୟବହାର କରିବା ପାଇଁ ଭର୍ତ୍ସନା କରୁଥିବାର ଦେଖାଯାଇଥିଲା । ଯାହା ପରେ ବିଜେପି ଏହାକୁ ଘୃଣ୍ୟ ଏବଂ ମାଆଙ୍କ ପ୍ରତି ଅପମାନ ବୋଲି କହିଥିଲା ଏବଂ ଭିଡିଓ ବିରୁଦ୍ଧରେ ପାଟନା ହାଇକୋର୍ଟର ଦ୍ୱାରସ୍ଥ ମଧ୍ୟ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+