ପଠାନକୋଟ ଆକ୍ରମଣର ମାଷ୍ଟରମାଇଣ୍ତ ସାହିଦକୁ ହତ୍ୟା
ନୂଆଦିଲ୍ଲୀ: ମୋଷ୍ଟ ୱାଣ୍ଟେଡ୍ ତଥା ପଠାନକୋଟ ଆକ୍ରମଣପ ମୁଖ୍ୟ ଅଭିଯୁକ୍ତ ସାହିଦ ଲତିଫକୁ ହତ୍ୟା । ପାକିସ୍ତାନରେ ସିଆଲକୋଟରେ କିଛି ଅଜ୍ଞାତ ଆକ୍ରମଣକାରୀମାନେ ସାହିଦକୁ ଗୁଳି କରି ହତ୍ୟା କରିଥିବା ନେଇ ସୂଚନା ରହିଛି । ତେବେ ପଠାନକୋଟ ଆକ୍ରମଣର ମାଷ୍ଟରମାଇଣ୍ତ ସାହିଦକୁ ହତ୍ୟା ପରେ ଆତଙ୍କବାଦୀ ସଂଙ୍ଗଠନ ଜୈଶ୍-ଏ-ମହମ୍ମଦରୁ ଏକ ବଡ଼ ଝଟକା ଲାଗିଛି ।

ସାହିଦ ଲତିଫ ଭାରତର ମୋଷ୍ଟୱାଣ୍ଟେଡ୍ ଆତଙ୍କବାଦୀ ମଧ୍ୟରୁ ଜଣେ ଥିଲା । ଆତଙ୍କବାଦୀ ସଙ୍ଗଠନ 'ଜୈଶ୍-ଏ-ମହମ୍ମଦ୍'ର ସଦସ୍ୟ ଥିଲା ୪୧ ବର୍ଷିୟ ସାହିଦ ଲତିଫ୍ । ୨୦୧୬ ଜାନୁଆରୀ ୨ ତାରିଖରେ ପଠାନ କୋଟରେ ହୋଇଥିବା ଆକ୍ରମଣର ସେ ଥିଲା ମାଷ୍ଚରମାଇଣ୍ତ । ସିଆଲକୋଟରେ ଥାଏ ସେ ଏହି ଆକ୍ରମଣର ପ୍ଲିଣ୍ଟ୍ ପ୍ରସ୍ତୁତ କରିଥିଲା । ସେହିପରି ଏହାକୁ କାର୍ଯ୍ଂକାରୀ କରିବା ପାଇଁ 'ଜୈଶ୍-ଏ-ମହମ୍ମଦ'ର ୪ ଜଣ ଆତଙ୍କବାଦୀଙ୍କୁ ପଠାନକୋଟ ପଠାଇଥିଲା ।
ସୂଚନାଥାଉ ଯେ, ୧୯୯୪ ନଭେମ୍ବରରେ ସାହିଦ ଲତିଫକୁ ଭାରତରେ ଗିରଫ କରାଯାଇଥିଲା । ଯାହା ପରେ ସେ ଦୋସି ସାବ୍ୟସ୍ତ ହେବା ପରେ ତାକୁ ଜେଲ୍ ପଠାଯାଇଥିଲା ଭାରତରେ ସଜ୍ୱା ଶେଷ ହେବାପରେ ତାକୁ ୨୦୧୦ରେ ୱାଘା ବର୍ଡର ଦେଇ ପାକିସ୍ତାନ ପଠାଯାଇଥିଲା ।ଭାରତ ସରକାର ସାହିଦକୁ ମୋଷ୍ଟ ୱାଣ୍ଟେଡ୍ ଟେରରିଷ୍ଟ ଭାବେ ଘୋଷଣା କରିଥିଲେ । ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଗୁପ୍ତ ଭାବେ ସାହିଦକୁ ସୁରକ୍ଷା ଦେଇ ଆସୁଥିଲା । ୨୦୧୦ରେ ସେ ଜେଲରୁ ମୁକୁଳିବା ପରେ ଲତିଫ୍ ପାକିସ୍ତାନର ଜିହାଦୀ
ଫ୍ୟାକ୍ଟ୍ରିରେ ସାମିଲ ହୋଇଥିଲା ।
ସାହିଦ ନାଁରେ ୧୯୯୯ରେ 'ଇଣ୍ତିଆନ୍ ଏୟାରଲାଇନସ୍'ର ଏକ ବିମାନ ଅପହରଣର ଅଭିଯୋଗ ମଧ୍ୟ ରହିଥିଲା । ତେବେ ନ୍ୟାସନାଲ୍ ଇନଭେଷ୍ଟିଗେସନ୍ ଏଜେନସି ସୂଚନା ଅନୁସାରେ, ୨୦୧୦ରେ ଜେଲରୁ ବାହାରିବା ପରେ ଲତିଫ୍ ପାକିସ୍ତାନର ଜିହାଦୀ ଫ୍ୟାକ୍ଚ୍ରିରେ ସାମିଲ ହୋଇଥିଲା ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ସହିଦ ଲତିଫ ହେଉଛନ୍ତି ସେହି ଆତଙ୍କବାଦୀ ଯାହାକୁ ୨୦୧୦ରେ ଭାରତୀୟ କଂଗ୍ରେସ ସରକାରଙ୍କ ଦ୍ୱାର ପାକିସ୍ତାନକୁ ହସ୍ତାନ୍ତର କରାଯାଇଥିଲା, କିନ୍ତୁ ପରେ ସେ ପଠାନକୋଟ ଆକ୍ରମଣରେ ମାଷ୍ଟରମାଇଣ୍ଡର ଭୂମିକା ଗ୍ରହଣ କରିଥିଲେ। ପାକିସ୍ତାନ ସହ ସମ୍ପର୍କକୁ ସୁଦୃଢ କରିବା ପାଇଁ କଂଗ୍ରେସ ସରକାର ଏହା କରିଥିଲେ ।












Click it and Unblock the Notifications