ପତଞ୍ଜଳିକୁ ଲାଗିଲା ଆଉ ଏକ ଝଟକା, ଗୁଣାତ୍ମକ ପରୀକ୍ଷାରେ ପତଞ୍ଜଳିର ସୋନ୍ ପାପଡି ଫେଲ୍!
ନୂଆଦିଲ୍ଲୀ: ବାବା ରାମଦେବଙ୍କ ସମସ୍ୟା ବଢ଼ିବାରେ ଲାଗିଛି । କାରଣ ପାତଞ୍ଜଳି ବିରୋଧରେ ବଡ ପଦକ୍ଷେପ ନିଆଯାଇଛି । ଗୁଣାତ୍ମକ ପରୀକ୍ଷାରେ ପତଞ୍ଜଳିର ସୋନ୍ ପାପଡି ବିଫଳ ହୋଇଛି । ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉତ୍ତରାଖଣ୍ଡର ପିଥୋରାଗଡ ପୋଲିସ ପତଞ୍ଜଳିର ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ ସମେତ ୩ ଜଣଙ୍କୁ ଗିରଫ କରିଥିଲେ । ସେମାନଙ୍କ ବିରୋଧରେ ମୁଖ୍ୟ ବିଚାରପତି ମାଜିଷ୍ଟ୍ରେଟ ସଞ୍ଜୟ ସିଂ ଦଣ୍ଡାଦେଶ କରିଛନ୍ତି ।
ପତଞ୍ଜଳି ନବରତ୍ନ ଇଲାଇଚି ସୋନ ପାମ୍ପୁଡ଼ିକୁ ନେଇ ୨୦୧୯ରେ ଏହି ମାମଲା ହୋଇଥିଲା ଓ ପିଥୋରଗଡ଼ର ବେରିନାଗର ମୁଖ୍ୟ ବଜାରରେ ଲିଳା ଧାର ପାଠକ ଷ୍ଟୋରରେ ଏହି ସୁନ ପାମ୍ପୁଡ଼ି ଜବତ କରାଯାଇଥିଲା ଓ ଅକ୍ଟୋବର ୧୭ ତାରିଖରେ ଫୁଡ୍ ସେଫଟି ଇନସପେକ୍ଟର ଦୋକାନରେ ଚଢ଼ାଉ କରି ଜବତ କରିଥିଲେ ।

ଏହାପରେ ନିୟମ ଅନୁସାରେ, ଟେଷ୍ଟ ପାଇଁ ସାମ୍ପଲ ନେବା ପରେ କାହ୍ନା ଜୀ ଡିଷ୍ଟ୍ରିବ୍ୟୁଟର, ରାମନଗର ଏବଂ ହରିଦ୍ୱାରା ପରଞ୍ଜଳି ଆୟୁର୍ବେଦକୁ ନୋଟିସ୍ କରିଥିଲେ ଓ ମେ ୨୦୨୦ ମସିହା ଉଦାମ ସିଂ ନାଗର ରୁଦ୍ରପୁରର ରାଜ୍ୟ ଖାଦ୍ୟ ଏବଂ ଔଷଧ ପରୀକ୍ଷା ଲାବୋରେଟୋରୀରେ ଏହାର ଫୋରେନସିକ୍ ପରୀକ୍ଷା କରାଯାଇଥିଲା ଓ ବର୍ଷ ଶେଷ ଡିସେମ୍ବର ମାସରେ ଖାଦ୍ୟ ସୁରକ୍ଷା ବିଭାଗ ପାଖକୁ ଯେଉଁ ରିପୋର୍ଟ ଆସିଥିଲା ।
ଏଥିରେ ଲୀଳା ଧର ପାଠକ, ବ୍ୟବସାୟୀ ଅଜୟ ଯୋଶୀ, ବିତରକ ତଥା ପତଞ୍ଜଳି ସହକାରୀ ପରିଚାଳକ ଅଭିଷେକ କୁମାର ଦୋଷୀ ବୋଲି ଜଣାପଡ଼ି ପଡ଼ିଥିଲା ଓ ଖାଦ୍ୟର ଖରାପ ମାନ ଯୋଗୁ ଏହି ମାମଲାରେ ଏକାଧିକ ଶୁଣାଣିରେ ଲୀଳା ଧର ପାଠକ, ବ୍ୟବସାୟୀ ଅଜୟ ଯୋଶୀ, ଅଭିଷେକ କୁମାରଙ୍କୁ ୬ ମାସ ଜେଲ୍ ଦଣ୍ଡ ଦିଆଯିବା ସହ ପାଠକଙ୍କୁ ୫ ହଜାର, ଅଜୟଙ୍କୁ ୧୦ ଓ ଅଭିଷେକଙ୍କୁ ୨୫ ହଜାର ଫାଇନ୍ ହୋଇଛି ।












Click it and Unblock the Notifications