ପତଞ୍ଜଳିକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ, ୩ ଦିନରେ ଚ୍ୟୱନପ୍ରାସ ବିଜ୍ଞାପନକୁ ହଟାଓ

ନିଜ ଉତ୍ପାଦକୁ ଭଲ ଦେଖାଇବାକୁ ଯାଇ ଅନ୍ୟମାନଙ୍କ ଉତ୍ପାଦକୁ 'ଧୋକା' କହିବା ଯୋଗ ଗୁରୁ ବାବା ରାମଦେବଙ୍କ ପତଞ୍ଜଳି କମ୍ପାନୀକୁ ମହଙ୍ଗା ସାବ୍ୟସ୍ତ ହୋଇଛି । ତିନି ମଧ୍ୟରେ ଚ୍ୟୱନପ୍ରାସ ବିଜ୍ଞାପନକୁ ହଟାଇବାକୁ ଦିଲ୍ଲୀ ହାଇକୋର୍ଟ ପତଞ୍ଜଳିକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟ କମ୍ପାନୀର ଚ୍ୟବନପ୍ରାଶକୁ ଧୋକା ବୋଲି କହୁଥିଲା କମ୍ପାନୀ, ଯାହାକୁ ନେଇ ଡାବର ଇଣ୍ଡିଆର ଅଭିଯୋଗ ପରେ ଜଷ୍ଟିସ୍ ତେଜସ କାରିଆଙ୍କ ଖଣ୍ଡପୀଠ ନଭେମ୍ବର ୬ ତାରିଖରେ ଏହି ମଧ୍ୟବର୍ତ୍ତିକାଳୀନ ନିର୍ଦ୍ଦେଶ ଦେଇଥିଲେ। ଯେଉଁଥିରେ ଆଜି ରାୟ ପ୍ରକାଶ ପାଇଛି।

ପତଞ୍ଜଳି ଆୟୁର୍ବେଦକୁ ଅନ୍ୟ ଚ୍ୟବନପ୍ରାଶ ବ୍ରାଣ୍ଡକୁ "ଧୋକା" (ପ୍ରତାରଣା) ବୋଲି ବର୍ଣ୍ଣନା କରୁଥିବା ବିଜ୍ଞାପନ ପ୍ରକାଶନ କିମ୍ବା ପ୍ରସାରଣ କରିବାରୁ ନିଷେଧ କରିଛନ୍ତି। ତିନି ଦିନ ମଧ୍ୟରେ ସମସ୍ତ ଟେଲିଭିଜନ, ଡିଜିଟାଲ୍ ଏବଂ ପ୍ରିଣ୍ଟ୍ ପ୍ଲାଟଫର୍ମରୁ ବିଜ୍ଞାପନଟିକୁ ହଟାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Patanjali

କୋର୍ଟ ରାୟ ଦେଇଛନ୍ତି ଯେ ତୁଳନାତ୍ମକ ବିଜ୍ଞାପନକୁ ଅନୁମତି ଦିଆଯାଇପାରେ, କିନ୍ତୁ ଯେଉଁ ବିଜ୍ଞାପନଗୁଡ଼ିକ ଅନ୍ୟମାନଙ୍କୁ ଅପମାନିତ କରେ କିମ୍ବା ମିଥ୍ୟା ଏବଂ ଭ୍ରାମକ ବୟାନ ଦିଏ, ସେଗୁଡ଼ିକୁ ଅନୁମତି ଦିଆଯିବ ନାହିଁ। ଏହି ପ୍ରତିବନ୍ଧକ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ବଳବତ୍ତର ରହିବ। ପତଞ୍ଜଳି ଆଉ ଟିଭି, ସୋସିଆଲ ମିଡିଆ କିମ୍ବା ପ୍ରିଣ୍ଟ ମିଡିଆରେ ଏହି ବିଜ୍ଞାପନ ଚଲାଇ ପାରିବ ନାହିଁ।

ଡାବର୍ ଇଣ୍ଡିଆ ପକ୍ଷରୁ ଯୁକ୍ତି ରଖାଯାଇଥିଲା ଯେ ବିଜ୍ଞାପନରେ ବାବା ରାମଦେବ ଉପଭୋକ୍ତାମାନଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ଚ୍ୟୱନପ୍ରାସ ନାମରେ ଅନେକ ଲୋକ ଠକୁଛନ୍ତି । ଅନ୍ୟ କମ୍ପାନୀ ନିର୍ମିତ ଚ୍ୟୱନପ୍ରାସକୁ 'ଧୋକା' ଅଟେ ଏବଂ ପତଞ୍ଜଳି ଉତ୍ପାଦ 'ଆୟୁର୍ବେଦର ଅସଲି ଶକ୍ତି' ଦେବାର ଏକମାତ୍ର ଅସଲି ଚ୍ୟୱନପ୍ରାସ ବୋଲି କୁହାଯାଇଛି ।

ବାର ଆଣ୍ଡ ବେଞ୍ଚ ରିପୋର୍ଟ ଅନୁଯାୟୀ, ଡାବର ଅଭିଯୋଗ କରିଛି ଯେ ବିଜ୍ଞାପନଟି ଜାଣିଶୁଣି ଏହାର ପ୍ରମୁଖ ଉତ୍ପାଦ ଡାବର ଚ୍ୟୱନପ୍ରାସକୁ ବଦନାମ କରୁଛି । ୧୯୪୯ ମସିହାରୁ ୬୧% ରୁ ଅଧିକ ଅଂଶଧନ ସହିତ ବଜାରରେ ପ୍ରାଧାନ୍ୟ ବିସ୍ତାର କରିଛି। ଡାବର ଏହା ମଧ୍ୟ ଯୁକ୍ତି ଦେଇଛି ଯେ ପତଞ୍ଜଳିର ବିଜ୍ଞାପନ ଏବଂ ବାର୍ତ୍ତା ସମଗ୍ର ଚ୍ୟୱନପ୍ରାସ ବର୍ଗର ଅପମାନ, ଆୟୁର୍ବେଦ-ଆଧାରିତ ସ୍ୱାସ୍ଥ୍ୟ ପରିପୂରକ ଉପରେ ସାଧାରଣ ଲୋକଙ୍କ ବିଶ୍ୱାସକୁ ହ୍ରାସ କରୁଛି । ସମସ୍ତ ଯୁକ୍ତିକୁ ଅନୁଧ୍ୟାନ କରିବା ପରେ ହାଇକୋର୍ଟ ରାୟ ଦେଇଛନ୍ତି ଯେ ବିଜ୍ଞାପନଟି ସମଗ୍ର ଚ୍ୟୱନପ୍ରାସ ଉତ୍ପାଦ ବର୍ଗକୁ ବଦନାମ କରିବାକୁ ଚେଷ୍ଟା କରୁଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+