ଆଉ ଭୁଲ ହେବ ନାହିଁ...ପୁଣି କ୍ଷମା ମାଗିଲେ ଯୋଗ ଗୁରୁ ରାମଦେବ

Patanjali Misledding Ad Case: ସୁପ୍ରିମକୋର୍ଟଙ୍କ ଚେତାବନୀ ପରେ ଯୋଗ ଗୁରୁ ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍ ପରିଚାଳନା ନିର୍ଦ୍ଦେଶକ (MD) ବାଲକୃଷ୍ଣ ପୁନର୍ବାର ବୁଧବାର ଅର୍ଥାତ୍ ଏପ୍ରିଲ 24 ତାରିଖ ଦିନ ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ପୁଣି କ୍ଷମା ମାଗିଛନ୍ତି। ପତଞ୍ଜଳି ପକ୍ଷରୁ ଖବରକାଗଜରେ ଏକ ବିନା ସର୍ତ୍ତମୂଳକ କ୍ଷମା ପ୍ରାର୍ଥନା ପ୍ରକାଶ ପାଇଛି ।

ନ୍ୟୁଜ ପେପରରେ ପ୍ରକାଶିତ କ୍ଷମା ପ୍ରାର୍ଥନାରେ କୁହାଯାଇଛି ଯେ, ସୁପ୍ରିମକୋର୍ଟରେ ମାମଲା ଚାଲିଛି । ଏହାକୁ ଦୃଷ୍ଟିରେ ରଖି ଆମେ ଏକ କମ୍ପାନୀ ଭାବରେ ଏବଂ ବ୍ୟକ୍ତିଗତ ଭାବରେ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରୁଛୁ । ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ଆମେ ଏପରି କରୁଛି ବୋଲି ମଧ୍ୟ କୁହାଯାଇଛି ।

Patanjali Misledding Ad

ଏହା ମଧ୍ୟ କୁହାଯାଇଛି ଯେ, 22 ନଭେମ୍ବର 2023ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ପାଇଁ ମଧ୍ୟ ଆମେ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରୁଛୁ। ଆମର ବିଜ୍ଞାପନ ପ୍ରକାଶ କରିବାରେ ଭୁଲ୍ ହୋଇଯାଇଛି । ଯେଉଁଥି ପାଇଁ ଆମ କମ୍ପାନୀ ପକ୍ଷରୁ କ୍ଷମା ମାଗୁଛୁ । ଏଥିରେ ଆହୁରି କୁହାଯାଇଛି ଯେ, ଏପରି ଭୁଲ୍ ଆଉ ପୁନରାବୃତ୍ତି ହେବ ନାହିଁ ।

ତେବେ ଭବିଷ୍ୟତରେ ଏପରି ଘଟଣା ଆଉ ଘଟିବ ନାହିଁ ବୋଲି ଯୋଗ ଗୁରୁ ରାମଦେବ ଏବଂ ବାଲକ୍ରିଷ୍ଣା କହିଛନ୍ତି। ଉଭୟ କହିଛନ୍ତି ଯେ ଆମେ କୋର୍ଟର ନିର୍ଦ୍ଦେଶ ପାଳନ କରିବୁ ବୋଲି ପ୍ରତିଶୃତି ଦେଉଛୁ। ଆମେ ସବୁବେଳେ ନିୟମ ଏବଂ ନିର୍ଦ୍ଦେଶରେ ରହି କାର୍ଯ୍ୟ କରିବୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+