ବିଭ୍ରାନ୍ତକାରୀ ବିଜ୍ଞାପନ ମାମଲା: କ୍ଷମା ମାଗିଲେ ବାବା, ମାମଲା ବନ୍ଦ କଲେ ସୁପ୍ରିମକୋର୍ଟ

କ୍ଷମା ମାଗିଲେ ବାବା ରାମଦେବ, ମାମଲା ବନ୍ଦ କଲେ ସୁପ୍ରିମକୋର୍ଟ । ବିଭ୍ରାନ୍ତକାରୀ ବିଜ୍ଞାପନ ମାମଲା । କ୍ଷମା ପ୍ରାର୍ଥନା ଗ୍ରହଣ କରି ମାନହାନୀ ମାମଲାକୁ ବନ୍ଦ କଲେ ସୁପ୍ରିମକୋର୍ଟ । ପତଞ୍ଜଳି ଦ୍ରବ୍ୟରେ ଚାଲିଥିବା ବିଭ୍ରାନ୍ତିକର ବିଜ୍ଞାପନ ଏବଂ ଔଷଧ ସମ୍ବନ୍ଧୀୟ ଦାବି ସମ୍ବନ୍ଧରେ ଉଭୟ ପକ୍ଷରୁ ଅଣ୍ଡରଟେକିଂ ଦିଆଯାଇଥିଲା ଯାହା କୋର୍ଟ ଗ୍ରହଣ କରିଥିଲେ। ଏହିପରି ଭାବରେ ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣନ ଦେଶର ସୁପ୍ରିମକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି।

ଲୋକଙ୍କୁ ଭୁଆଁ ବୁଲେଇବା ପରି ବିଜ୍ଞାପନକୁ ନେଇ ସୁପ୍ରିମକୋର୍ଟ ନୋଟିସ ପଠାଇବା ପରେ ଉଭୟ ବାବା ରାମଦେବ ଓ ଆଚାର୍ଯ୍ୟ ବାଲକ୍ରିଷ୍ଣା କ୍ଷମା ପ୍ରାର୍ଥନା କରିଥିଲେ। ଏହା ଉପରେ ଶୁଣାଣି କରି କୋର୍ଟ ରାୟ ସଂରକ୍ଷିତ ରଖିଥିବା ବେଳେ ଆଜି ଦୁହିଁଙ୍କ କ୍ଷମା ପ୍ରାର୍ଥନାକୁ ଗ୍ରହଣ କରି ମାମଲା ବନ୍ଦ କରିଥିବା ନେଇ ରାୟ ଶୁଣାଇଛନ୍ତି। ପ୍ରକାଶ ଥାଉକି, ଇଣ୍ଡିଆନ ମେଡିକାଲ ଆସୋସିଏସନ (IMA) ପକ୍ଷରୁ ଯୋଗଗୁରୁ ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦ ଲିମିଟେଡ ବିରୁଦ୍ଧରେ ଅଭିଯୋଗ କରାଯାଇଥିଲା।

Baba Ramdev

ଏମାନେ କୋଭିଡ ଟିକାକରଣ ଏବଂ ଏଲୋପାଥିକ ଔଷଧ ବିରୁଦ୍ଧରେ ବିଭ୍ରାନ୍ତକର ପ୍ରଚାର କରିବା ନେଇ ଅଭିଯୋଗ ହୋଇଥିଲା। ଏହାକୁ ନେଇ ଦୀର୍ଘଦିନ ହେବ ମାମଲା ଚାଲିଥିଲା। ଶେଷରେ ରାମଦେବ ବାବା ଏବଂ ପତଞ୍ଜଳି ଏମଡି ଆଚାର୍ଯ୍ୟ ବାଳକୃଷ୍ଣ ସୁପ୍ରିମକୋର୍ଟରେ କ୍ଷମା ପ୍ରାର୍ଥନା କରିଥିଲେ। ଆଗକୁ ଏପରି ପ୍ରଚାର ପ୍ରସାର କରିବେ ନାହିଁ ବୋଲି ଲିଖିତ ପ୍ରତିଶୃତି ଦେବା ପରେ ସର୍ବୋଚ୍ଚ ଅଦାଲତ ସେମାନଙ୍କ କ୍ଷମା ଆବେଦନକୁ ଗ୍ରହଣ କରିଛନ୍ତି।

ଏଥିସହ ପତଞ୍ଜଳି ବିରୁଦ୍ଧରେ ଥିବା ସମସ୍ତ ମାମଲାକୁ ବନ୍ଦ କରି ଦେଇଛନ୍ତି। ଯଦି ନିର୍ଦ୍ଦେଶର ଉଲ୍ଲଙ୍ଘନ ହୁଏ, ତେବେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୁପ୍ରିମକୋର୍ଟ ଚେତାବନୀ ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+