Get Updates
Get notified of breaking news, exclusive insights, and must-see stories!

ବିଭ୍ରାନ୍ତିକର ବିଜ୍ଞାପନ ମାମଲା: ନୋଟିସ୍ ପରେ କ୍ଷମା ମାଗିଲା 'ପତଞ୍ଜଳି'

Patanjali Ayurved Case: ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ସୁପ୍ରିମକୋର୍ଟଙ୍କ ନୋଟିସ୍ ପରେ କ୍ଷମା ମାଗିଲା ପତଞ୍ଜଳି । ତେବେ ଭବିଷ୍ୟତରେ ଏପରି ଭୁଲ ହେବ ନାହିଁ ବୋଲି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣା କହିଛନ୍ତି ଏବଂ କ୍ଷମା ପ୍ରାର୍ଥନା କରିଛନ୍ତି । କମ୍ପାନୀ ବିଭ୍ରାନ୍ତିକର ବିଜ୍ଞାପନ ଦେଉଥିବା ନେଇ ଗତକାଲି ସୁପ୍ରିମକୋର୍ଟ ପତଞ୍ଜଳିକୁ ନୋଟିସ୍ ଜାରି କରାଯାଇଥିଲା ।

Patanjali

ଏପ୍ରିଲ ୨ ତାରିଖରେ ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ମଧ୍ୟ ବ୍ୟକ୍ତିଗତ ଭାବେ ହାଜର ହେବାକୁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ପତଞ୍ଜଳି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଙ୍ଘନ କରିଥିବା ନେଇ ଅଭିଯୋଗ ହୋଇଥିଲା । ନଭେମ୍ବର ୨୧, ୨୦୨୩ରେ ପତଞ୍ଜଳି ଏପରି ବିଜ୍ଞାପନ ଛାପିବ ନାହିଁ ବୋଲି ପ୍ରତିଶୃତି ଦେଇଥିଲା ହେଲେ ପରବର୍ତ୍ତି ସମୟରେ ଏହାକୁ ଅବମାନନା କରିଥିବା ନେଇ ଅଭିଯୋଗ ହୋଇଥିଲା ।

ପତାଞ୍ଜଳିକୁ କୋର୍ଟ ପ୍ରଶ୍ନ କରିଥିଲେ ଯେ, ଉଚ୍ଚ ରକ୍ତଚାପ, ମଧୁମେହ, ଆଣ୍ଠୁ ଗଣ୍ଠି ଯନ୍ତ୍ରଣା, ଆସ୍ଥମା ପରି ରୋଗକୁ ସମ୍ପୂର୍ଣ୍ଣ ଭଲ କରିବାର ପ୍ରତିଶୃତି ଆପଣ କିପରି ଦେଇ ପାରିବେ ।ଏପରି ବିଜ୍ଞାପନ ଉପରେ କୋର୍ଟ ରୋକ ଲଗାଇଥିଲେ । ଏପରିକି ଏଲୋପାଥି ଚିକିତ୍ସା ପଦ୍ଧତିତୁ ସମାଲୋଚନା ନ କରିବା ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨ରେ କରାଯିବ ।

ସୁପ୍ରିମକୋର୍ଟ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନର ଏର ମାମଲା ଉପରେ ଶୁଣାଣି କରିଥିଲେ ଯେଉଁଥିରେ ବାବା ରାମ ଦେବଙ୍କ ଉପରେ କୋଭିଡ ଟୀକାକରଣ ଅଭିଯାନ ଏବଂ ଆଧୁନିକ ଔଷଧ ବିରୋଧରେ ଅଭିଯାନ ଚଳାଇଥିବା ନେଇ ଅଭିଯୋଗ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+