ପୁଣି ବଢ଼ିଲା ପତଞ୍ଜଳିର ଅଡୁଆ,ଏତିକି ଲକ୍ଷ ଟଙ୍କା ଜୋରିମାନା ଲଗାଇଲେ ହାଇକୋର୍ଟ
ନୂଆଦିଲ୍ଲୀ : ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳିର ଅଡୁଆ ଶେଷ ହେବାର ନାମ ନେଉନାହିଁ । ବମ୍ବେ ହାଇକୋର୍ଟ କର୍ପୁର ଉତ୍ପାଦ ବିକ୍ରୟ ପାଇଁ ପତଞ୍ଜଳି ଉପରେ ୫୦ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି । ପ୍ରକୃତରେ, ହାଇକୋର୍ଟ ପତଞ୍ଜଳି ବିରୋଧରେ ଟ୍ରେଡ୍ ମାର୍କ ଉଲ୍ଲଂଘନ କରିଥିବାରୁ ଏହି ଜରିମାନା ଲଗାଇଛନ୍ତି । ମିଳିଥିବା ସୂଚନା ମୁତାବକ ଗତ ବର୍ଷ ଅଗଷ୍ଟରେ ହାଇକୋର୍ଟ ପତଞ୍ଜଳିଙ୍କୁ ଏହାର କର୍ପୁର ଉତ୍ପାଦ ବିକ୍ରୟ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ତେବେ କୋର୍ଟ ମଧ୍ୟବର୍ତ୍ତୀକାଳୀନ ଆବେଦନ ମାଧ୍ୟମରେ ସୂଚନା ପାଇଥିଲେ ଯେ ପତଞ୍ଜଳି ଏବେ ମଧ୍ୟ ଏହାର କର୍ପୁର ଉତ୍ପାଦ ବିକ୍ରି କରୁଛି । ଜଷ୍ଟିସ୍ ଆରଆଇ ଚାଗଲାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି । ଅନ୍ୟପଟେ ଯୋଗଗୁରୁ ରାମଦେବଙ୍କ ଦ୍ୱାରା ପ୍ରତିଷ୍ଠିତ ପତଞ୍ଜଳି ଆୟୁର୍ବେଦ ଲିଃର ୧୪ଟି ଉତ୍ପାଦକୁ ଉତ୍ତରାଖଣ୍ଡ ରାଜ୍ୟ ଲାଇସେନ୍ସିଂ କର୍ତ୍ତୃପକ୍ଷ ଗତ ଏପ୍ରିଲରେ ୧୫ରେ ସ୍ଥଗିତ ରଖିଥିଲେ ।

ପରେ ଉଚ୍ଚସ୍ତରୀୟ କମିଟିର ତଦନ୍ତ ଆଧାରରେ ଉକ୍ତ କର୍ତ୍ତୃପକ୍ଷ ପତଞ୍ଜଳିର ୧୪ ଉତ୍ପାଦ ଉପରୁ ସ୍ଥଗିତାଦେଶ ହଟାଇଦେଇଥବା ସୁପ୍ରିମକୋର୍ଟଙ୍କୁ ସତ୍ୟପାଠ ଜରିଆରେ ଜଣାଇଥିଲେ । ଉକ୍ତ ପ୍ରଡକ୍ଟଗୁଡ଼ିକର ବିଜ୍ଞାପନ ପ୍ରତ୍ୟାହାର କରାଯାଇଛି କି ନାହିଁ, ତାହା ସତ୍ୟପାଠ ମାଧ୍ୟମରେ ଜଣାଇବା ପାଇଁ ସର୍ବୋଚ୍ଚ ଅଦାଲତ ମଙ୍ଗଳବାର ପତଞ୍ଜଳିକୁ ନିର୍ଦ୍ଦେଶ ଦେଇଛନ୍ତି ।












Click it and Unblock the Notifications