Get Updates
Get notified of breaking news, exclusive insights, and must-see stories!

ଦିଲ୍ଲୀ-ଦିମାପୁର ଇଣ୍ଡିଗୋ ବିମାନରେ ଲାଗିଲା ନିଆଁ , ଟଳିଲା ବଡ଼ ଦୁର୍ଘଟଣା

ଦିଲ୍ଲୀ ବିମାନବନ୍ଦରରେ ଟକ୍ସିଂ କରୁଥିବା ସମୟରେ ଘଟିଲା ଅଘଟଣ । ଇଣ୍ଡିଗୋ ବିମାନ ଦିମାପୁର ଅଭିମୁଖେ ଯାଉଥିବାବେଳେ ଜଣେ ଯାତ୍ରୀଙ୍କ ପାୱାର ବ୍ୟାଙ୍କରେ ନିଆଁ ଲାଗିଥିବା ସୂଚନା ମିଳୁଛି । କିନ୍ତୁ ଏହି ଅଘଟଣରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଥିଲେ । ଏହି ଘଟଣାରେ କୌଣସି ଆହତ ହୋଇଥିବାର ସୂଚନା ମିଳିନାହିଁ । ସୂଚନାନୁଯାୟୀ, ଦିଲ୍ଲୀରୁ ନାଗାଲାଣ୍ଡର ଦିମାପୁର ଯାଉଥିବାବେଳେ ଇଣ୍ଡିଗୋ ବିମାନରେ ଯାଉଥିବା ଜଣେ ଯାତ୍ରୀଙ୍କ ନିଜସ୍ବ ଇଇଲେକ୍ଟ୍ରୋନିକ୍ ଡିଭାଇସରେ ନିଆଁ ଲାଗିଥିଲା ।

ଏପରି ଘଟଣା ଗତକାଲି ଅର୍ଥାତ୍ ରବିବାର ଦିନ ଦେଖିବାକୁ ମିଳିଥିଲା । ବିମାନଟି ବିମାନବନ୍ଦରରେ ଟକ୍ସିଂ କରୁଥିବା ସମୟରେ ପାୱାର ବ୍ୟାଙ୍କରେ ନିଆଁ ଲାଗିଯାଇଥିଲା । କର୍ମଚାରୀମାନେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓରି ଅନୁସରଣ କରି ତୁରନ୍ତ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ଏହି ଘଟଣା ପରେ ସେହି ସ୍ଥାନରେ ଆତଙ୍କ ସୃଷ୍ଟି କରିଥିଲା ।

IndiGo

କିନ୍ତୁ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସହିତ ବିମାନଟି ଗନ୍ତବ୍ୟସ୍ଥଳରେ ପହଞ୍ଚିଛି ବୋଲି କୌଣସି ଏକ ସୂତ୍ରରୁ ପ୍ରକାଶ ପାଇଛି । ଅନ୍ୟପଟେ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଏହା ସହିତ ବିମାନରେ ଯାତ୍ରା କରୁଥିବା ସମୟରେ ଯାତ୍ରୀମାନଙ୍କୁ ସତର୍କତା ଅବଲମ୍ବନ କରି ଇଲେକ୍ଟ୍ରୋନିକ୍ ଜିନିଷ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+