Get Updates
Get notified of breaking news, exclusive insights, and must-see stories!

ରନ୍‌ଓ୍ୱେରେ ବସି ଖାଦ୍ୟ ଖାଇଲେ ଯାତ୍ରୀ, ଇଣ୍ତିଗୋକୁ ନୋଟିସ୍ ଜାରି

Indigo Flight Passengers: ରବିବାର ଦିନ ଗୋଆରୁ ଦିଲ୍ଲୀ ଟେକ୍ ଇଫ୍ କରିଥିବା ଇଣ୍ତିଗୋ ପ୍ଲାଇଟ୍ ଘନ କୁହୁଡି ପାଇଁ ଦିଲ୍ଲୀ ବିମାନ ବନ୍ଦର ବଦଳରେ ମୁମ୍ବାଇ ବିମାନ ବନ୍ଦରକୁ ଡାଇଭର୍ଟ କରାଯାଇଥିଲା । ଏହା ପୂର୍ବରୁ ବିମାନଟି ପ୍ରାୟ ୧୮ ଘଣ୍ଟା ବିଳମ୍ବ ହୋଇଥିଲା । ଦିଲ୍ଲୀ ବଦଳରେ ମୁମ୍ବାଇରେ ବିମାନ ପହଞ୍ଚିବା ପରେ ଯାତ୍ରୀମାନେ କ୍ରୋଧରେ ତଳେ ବସି ମୁମ୍ବାଇ ବିମାନବନ୍ଦରରେ ଖାଦ୍ୟ ଖାଉଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି।

ANI ସୂଚନା ଅନୁସାରେ, ଇଣ୍ଡିଗୋ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଜାନୁଆରୀ 14ରେ ଗୋଆରୁ ଦିଲ୍ଲୀ ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ 6E2195 ସହିତ ଜଡିତ ଘଟଣା ବିଷୟରେ ଆମେ ଅବଗତ। କୁହୁଡି ଯୋଗୁଁ ଦିଲ୍ଲୀର ଦୃଶ୍ୟମାନତା କମ ଥିବାରୁ ଏହି ବିମାନ ମୁମ୍ବାଇକୁ ପଠାଯାଇଥିଲା। ଆମେ ଯାତ୍ରୀମାନଙ୍କୁ ହୃଦୟରୁ କ୍ଷମା ପ୍ରାର୍ଥନା କରୁଛୁ ଏବଂ ବର୍ତ୍ତମାନ ଘଟଣାର ତଦନ୍ତ ଆରମ୍ଭ କରିଛୁ ।

Indigo Flight

ଭିଡିଓରେ ରାତିରେ ଯେଉଁଠାରେ ଇଣ୍ଡିଗୋ ବିମାନ ପାର୍କିଂ ହୋଇଛି ସେଠାରେ ରନୱେରେ କିଛି ଯାତ୍ରୀ ତଳେ ବସି ଖାଦ୍ୟ ଖାଉଥିବାର ନଜର ଆସୁଛନ୍ତି । ଏପରିକି ଅନେକ ଲୋକ ତଳେ ସୋଇଥିବାର ମଧ୍ୟ ଦେଖିବା ପାଇଁ ମିଳିଥିଲା । ଏହି ଭିଡିଓ ଭାଇରାଲ ହେବା ପରେ କେନ୍ଦ୍ର ନାଗରିକ ବିମାନ ଚଳାଚଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ସୋମବାର ରାତିରେ ମନ୍ତ୍ରଣାଳୟର ସମସ୍ତ ଅଧିକାରୀଙ୍କ ସହ ଏକ ବୈଠକ କରିଥିଲେ ଏବଂ ଇଣ୍ତିଗୋ ଏୟାରଲାଇନ୍ସ ତଥା ମୁମ୍ବାଇ ବିମାନବନ୍ଦରକୁ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ତେବେ ଯଥା ଶୀଘ୍ର ଜବାବ ଦେବା ପାଇଁ ଦାବି କରାଯାଇଛି । ନ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଜାରି କରାଯାଇଛି ।

ସୂଚନାଥାଉ ଯେ, ଏହାପୂର୍ବରୁ ମଧ୍ୟ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଯେଉଁଥିରେ ଜଣେ ବ୍ୟକ୍ତି ବିମାନ ବିଳମ୍ବ ହେବା କରାଣରୁ ପାଇଲଟଙ୍କୁ ମୁଥା ମାରୁଥିବାର ଦେଖିବା ପାଇଁ ମିଳିଥିଲା । ତେବେ ଉକ୍ତ ବ୍ୟକ୍ତି ଜଣକ ହନିମୁନ୍ ପାଇଁ ଦିଲ୍ଲୀରୁ-ଗୋଆକୁ ଯାଉଥିବା ନେଇ ସୂଚନା ରହିଛି । ବିମାନ ବିଳମ୍ବ ହେବାରୁ ପ୍ରାୟ ୧୦ ଘଣ୍ଟାରୁ ଅଧିକ ସମୟ ସେ ଏୟାରପୋର୍ଟରେ ଅଟକି ରହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+