Get Updates
Get notified of breaking news, exclusive insights, and must-see stories!

ସୋନପୁରକୁ ଗଡ଼ିବ ଯାତ୍ରୀବାହୀ ଟ୍ରେନ୍‌

ସୋନପୁର: ଆସନ୍ତାକାଲି ଅର୍ଥାତ୍ ଜାନୁଆରୀ ୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସିବେ । ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତାକାଲି ଅପରାହ୍ନ ପ୍ରାୟ ୨ଟା ୧୫ ମିନିଟରେ ସମ୍ବଲପୁରରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ୬୮,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ ଏବଂ ଶିଳାନ୍ୟାସ କରିବେ ।

ଏହି ସମୟରେ ପ୍ରଧାନମନ୍ତ୍ରୀ ପୁରୀ-ସୋନପୁର-ପୁରୀ ସାପ୍ତାହିକ ଏକ୍ସପ୍ରେସକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ, ଯାହା ଏହି ଅଞ୍ଚଳର ରେଳ ଯାତ୍ରୀଙ୍କ ପାଇଁ ଯୋଗା ଯୋଗରେ ଉନ୍ନତି ଆଣିବ । ସମ୍ବଲପୁର ରେଳ ଷ୍ଟେଶନର ରୂପାନ୍ତରଣ ପ୍ରକଳ୍ପ କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦିତ ହୋଇଛି । ନରେନ୍ଦ୍ର ମୋଦି ସମ୍ବଲପୁର ଗସ୍ତ ଅବସରରେ ଏହାର ଶିଳାନ୍ୟାସ କରିବେ ବୋଲି ସମ୍ବଲପୁର ରେଳ ମଣ୍ଡଳ ପ୍ରବନ୍ଧକ ତୁଷାର କାନ୍ତି ପାଣ୍ଡେ ସୂଚନା ଦେଇଛନ୍ତି ।

sonepur Passenger train

ତୁଷାର କାନ୍ତି ପାଣ୍ଡେ କହିଛନ୍ତି, ପ୍ରଧାନମନ୍ତ୍ରୀ ସମ୍ବଲପୁର ରେଳ ମଣ୍ଡଳ ଅଧୀନରେ ମୋଟ ୪ଟି ପ୍ରକଳ୍ପର ଶୁଭାରମ୍ଭ କରିବେ । ସେଥିମଧ୍ୟରେ ସମ୍ବଲପୁର ରେଳଷ୍ଟେଶନର ନବୀକରଣ ପାଇଁ ଶିଳାନ୍ୟାସ, ସମ୍ବଲପୁର-ତାଳଚେର ପର୍ଯ୍ୟନ୍ତ ୧୫୩୯ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ୨୬୮ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଦୁଇଥାକିଆ ରେଳପଥ ଲୋକାର୍ପଣ, ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ସୋନପୁର-ଜାତର୍ଭା ମଧ୍ୟରେ ୨୧.୭ କିଲୋମିଟର ଦୈର୍ଘ୍ୟ ରେଳପଥ ଲୋକାର୍ପଣ ସହିତ ଏହି ରେଳପଥରେ ପ୍ରଥମ ରେଳସେବା ସ୍ୱରୂପ ପୁରୀ-ବଲାଙ୍ଗୀର ମଧ୍ୟରେ ଏକ ସାପ୍ତାହିକ ଯାତ୍ରିବାହୀ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିବା କାର୍ଯ୍ୟକ୍ରମ ରହିଛି । ଫଳରେ ସୋନପୁର ମାଟି ପ୍ରଥମଥର ପାଇଁ ଯାତ୍ରୀବାହୀ ଟ୍ରେନ ଦେଖିବ ବୋଲି କହିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+