'ଯାତ୍ରୀବାହିନୀ ଟ୍ରେନ୍‍ର ବଗିଗୁଡ଼ିକୁ ସମୟ ନିର୍ଘଣ୍ଟ ଆଧାରରେ ପରିଷ୍କାର ପରିଚ୍ଛନ୍ନ କରାଯିବ '

ଯାତ୍ରୀବାହିନୀ ଟ୍ରେନ୍‍ର ସାଧାରଣ ବଗିଗୁଡ଼ିକୁ ପ୍ରଥମ ଶ୍ରେଣୀ ବଗି ଭଳି ସମୟ ନିର୍ଘଣ୍ଟ ଆଧାରରେ ପରିଷ୍କାର ପରିଚ୍ଛନ୍ନ କରାଯିବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ପ୍ରତି ୧ରୁ ଦେଢ଼ଘଣ୍ଟା ବ୍ୟବଧାନରେ ବଗି ପରିଷ୍କାରକୁ ସୁନିଶ୍ଚିତ କରିବା ପାଇଁ ଉତ୍ସର୍ଗୀକୃତ କର୍ମଚାରୀ ନିୟୋଜନ କରାଯିବ । ପ୍ରାରମ୍ଭିକ ପର୍ଯ୍ୟାୟରେ ୬ ମାସ ମଧ୍ୟରେ ୮୦ଟି ଦୂରଗାମୀ ଯାତ୍ରୀବାହି ରେଳରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ହୋଇଛି ।

Passenger train

ଶ୍ରୀ ବୈଷ୍ଣବ କହିଛନ୍ତି, ଶୌଚାଳୟ, କ୍ୟାବିନ୍‍, ଅଳିଆ ଡବାଗୁଡ଼ିକୁ ନିରନ୍ତର ଭାବେ ପରିଷ୍କାର କରାଯିବାକୁ ପଦକ୍ଷେପ ଗ୍ରହଣ କରାଯିବ । ସେ କହିଛନ୍ତି, ୧୮ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ସାମିଲ କରି ୩ ବର୍ଷ ମଧ୍ୟରେ ମୋଟ୍‍ ୧୨୪ଟି ଗତିଶକ୍ତି କାର୍ଗୋ ଟର୍ମିନାଲ୍‍ ପ୍ରତିଷ୍ଠା କରାଯିବ । ଫଳରେ ବହୁପକ୍ଷିୟ ସଂଯୋଗ ବ୍ୟବସ୍ଥା ବୃଦ୍ଧି ପାଇବା ସହ ପରିଚାଳନାଗତ ଖର୍ଚ୍ଚ ହ୍ରାସ ପାଇବ । ଭାରତୀୟ ରେଳବାଇ ବିଶ୍ୱର ଦ୍ୱିତୀୟ ବୃହତମ ମାଲ୍‍ବାହି ପରିବହନକାରୀ ସଂସ୍ଥା ପାଲଟିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗତ ଦଶନ୍ଧି ମଧ୍ୟରେ ରେଳବାଇ କ୍ଷେତ୍ରରେ ପ୍ରାୟ ୧୮୦ଟି ସଂସ୍କାର ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+