ଟିକେଟ ମାଗିଲେ ଟିଟିଇ, ଚଳନ୍ତା ଟ୍ରେନରୁ ଠେଲି ଦେଲେ ଯାତ୍ରୀ, ଚାଲିଗଲା ଟିଟିଇଙ୍କ ଜୀବନ
ନୂଆଦିଲ୍ଲୀ: କେରଳର ଥ୍ରୀସୁରରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ଦିନ ବିନା ଟିକେଟ୍ ରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତି ଚଳନ୍ତା ଟ୍ରେନରୁ ଏକ ଟିଟିଇ କୁ ଠେଲି ଦେଇଥିବାର ଅଭିଯୋଗ ହୋଇଛି । ସୂଚନାନୁ ସାରେ ଏର୍ଣ୍ଣାକୁଲମ-ପାଟନା ସୁପରଫାଷ୍ଟ ଏକ୍ସପ୍ରେସରେ । ଏସ-୧୧ ବଗିରେ ଟିଟିଇ ବିନୋଦ ଏକେ ଜଣେ ଯାତ୍ରୀଙ୍କୁ ଟିକେଟ୍ ମାଗିଥିଲେ ।
ଏଥିରେ ଉତ୍ତକ୍ତ ହୋଇ ଯାତ୍ରୀ ଜଣକ ବିନୋଦଙ୍କୁ ଧକ୍କା ମାରିଥିଲେ । ଯାହାଦ୍ୱାରା ବିନୋଦ ଟ୍ରେନରୁ ଖସି ପଡ଼ିଥିଲେ । ଆଉ ତାଙ୍କର ଏଥିରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହି ଘଟଣା ମୁଲାଗୁନ୍ନାଥୁକାବୁ ଏବଂ ୱଡକ୍କନଚେରୀ ରେଲୱେ ଷ୍ଟେସନ ମଧ୍ୟ ହୋଇଥିବା କୁହାଯାଉଛି । ପୋଲିସ କହିଛି ଯେ ଅଭିଯୁକ୍ତ ଜଣେ ପ୍ରବାସୀ ଶ୍ରମିକ ଏବଂ ତାଙ୍କୁ ପାଲକ୍କଡରୁ ଗିରଫ କରାଯାଇଛି ।

ପୋଲିସର ସୂଚନାନୁସାରେ, ପଚରାଉଚରା ବେଳେ ଅଭିଯୁକ୍ତ ପୋଲିସକୁ କହିଥିଲା ଯେ ଯେତେବେଳେ ଟିଟି ତାଙ୍କୁ ଟିକେଟ ମାଗିଥିଲା ସେତେବେଳେ ଅଭିଯୁକ୍ତ ଟିଟିଇକୁ ଟ୍ରେନରୁ ଠେଲି ଦେଇଥିଲା । ଯାହା ସେ ଚଳନ୍ତା ଟ୍ରେନରୁ ଖସିପଡିଥିଲେ । ଆଉ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।












Click it and Unblock the Notifications