ହୋଇଗଲା ବୁଝମଣା! ଲୋକସଭା ନିର୍ବାଚନ ଲଢ଼ିବେନି ପଶୁପତି
ପାଟନା : ଦେଶରେ ଏବେ ରାଜନୈତିକ ମାହୋଲ ରହିଛି ପୂରା ଉଷ୍ମ । ଏଭଳି ସମୟରେ ବିହାରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ପଶୁପତି କୁମାର ପାରସଙ୍କ ସହ ଜଡ଼ିତ ଏକ ବଡ଼ ଖବର ସାମ୍ନାକୁ ଆସିଛି । ପଶୁପତି ଆଉ ଲୋକ ସଭା ନିର୍ବାଚନ ଲଢ଼ିବେ ନାହିଁ । ଅତୀତରେ ପଶୁପତି ହାଜିପୁରରୁ ନିର୍ବାଚନ ଲଢ଼ିବା ବିଷୟରେ ନିରନ୍ତର କଥାବାର୍ତ୍ତା କରୁଥିଲେ କିନ୍ତୁ ବର୍ତ୍ତମାନ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ।
ପଶୁପତିଙ୍କ ପାର୍ଟି ଆର୍ଏଲଜେପି ଏନଡିଏରେ ରହିବ । ପଶୁପତି ସୋସିଆଲ ମିଡିଆ 'ଏକ୍ସ' ରେ ଏକ ପୋଷ୍ଟ ଶେୟାର କରିଛନ୍ତି ଏବଂ ଲୋକ ସଭା ନିର୍ବାଚନରେ ଏନ୍ଡିଏକୁ ସମର୍ଥନ କରୁଥିବା ସୂଚନା ଦେଇଛନ୍ତି । ଏଥିସହିତ ପଶୁପତି ପୁଣି ଥରେ ମୋଦିଙ୍କ ପରିବାରର ନାମ ତାଙ୍କ 'ଏକ୍ସ' ଆକାଉଣ୍ଟରେ ରଖିଛନ୍ତି ।

ପଶୁପତି ନିକଟରେ କେନ୍ଦ୍ର କ୍ୟାବିନେଟ୍ରୁ ଇସ୍ତଫା ଦେବା ପରେ ମୋଦିଙ୍କ ପରିବାରକୁ ତାଙ୍କ 'ଏକ୍ସ' ଆକାଉଣ୍ଟରୁ ହଟାଇ ଦେଇଥିଲେ । ସେ ପୁଣି ତାଙ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି କ୍ୟାପ୍ଶନ ଲେଖିଛନ୍ତି, ଆମର ପାର୍ଟି ଆର୍ଏଲ୍ଜେପି ହେଉଛି ଏନ୍ଡିଏର ଏକ ଅବିଚ୍ଛେଦ୍ୟ ଅଙ୍ଗ! ମିଳିଥିବା ସୂଚନା ଅନୁଯାୟୀ, ପଶୁପତି କୁମାର ପାରସ ଲୋକସଭା ନିର୍ବାଚନ ନ ଲଢିବାକୁ ରାଜି ହୋଇଛନ୍ତି । ସେ ଗତ କିଛି ଦିନ ହେବ ହାଜିପୁରରୁ ନିର୍ବାଚନ ଲଢ଼ିବା ପାଇଁ ଲଗାତାର କହି ଆସୁଥିଲେ ।
ସେହିପରି ତାଙ୍କ ପୁତୁରା ଚିରାଗ ପାସୱାନ ମଧ୍ୟ ସେହି ଆସନରୁ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଥିଲେ । ଏଭଳି ସ୍ଥିତିରେ ମାମୁଁ ଓ ପୁତୁରାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । କିନ୍ତୁ ଏବେ ମିଳିଥିବା ସୂଚନା ଅନୁଯାୟୀ, ପଶୁପତି ପାରସ ନିର୍ବାଚନ ଲଢ଼ିବେ ନାହିଁ । ଫଳରେ ବିବାଦର ସମାଧାନ ହୋଇଛି । କୁହାଯାଉଛି ଯେ ଏନଡିଏ ନେତା ଓ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବା ପରେ ପଶୁପତି ପାରସ ନିର୍ବାଚନ ନଲଢିବା ପାଇଁ ଘୋଷଣା କରିଛନ୍ତି ।
ବାସ୍ତବରେ ପଶୁପତି କୁମାର ପାରସଙ୍କ ଦଳ ଆରଏଲଏସପି ଏନଡିଏରେ ରହିବ । ଅର୍ଥାତ୍ ଏବେ ଦାଦା ପଶୁପତି କୁମାର ପାରସ ଓ ପୁତୁରା ଚିରାଗ ପାସୱାନଙ୍କ ମଧ୍ୟରେ ବୁଝାମଣା ହୋଇଥିବା ଅନୁମାନ କରାଯାଉଛି । ପଶୁପତି ପାରସ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ ସେୟାର କରି ଲୋକସଭା ନିର୍ବାଚନରେ ଏନଡିଏକୁ ସମର୍ଥନ କରିବା ବିଷୟରେ ସୂଚନା ଦେଇଛନ୍ତି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications