ଏଥର ମୁହାଁ ମୁହିଁ ହେବେ ଦାଦା-ପୁତୁରା!
ପାଟନା: ବିହାରର ୪୦ ଟି ଲୋକସଭା ଆସନରେ ଏନଡିଏରୁ କିଏ ପ୍ରତିଦ୍ୱନ୍ଦ୍ୱିତା କରିବ? ଶେଷରେ ଏହା ସ୍ଥିର ହୋଇଛି । ଅନେକ ଦିନର କଳହ ପରେ ଏନଡିଏ ସୋମବାର ବିହାରରେ ସିଟ୍ ବାଣ୍ଟିବା ସୂତ୍ର ଉପରେ ନିଷ୍ପତ୍ତି ନେଇଛି । ସିଟ୍ ବାଣ୍ଟିବା ସୂତ୍ର ଅନୁଯାୟୀ ବିଜେପି ବିହାରର ୪୦ ଟି ସିଟ୍ ମଧ୍ୟରୁ ୧୭ ଟିରେ ବିଜେପି , ଜେଡିୟୁ ୧୬ ରେ, ପାଞ୍ଚଟିରେ ଏଲଜେପି ଏବଂ ଆଉ ୨ଟି ସିଟରୁ ହିନ୍ଦୁସ୍ତାନୀ ଆୱାମୀ ମୋର୍ଚା (ହମ୍) ଏବଂ ଉପେନ୍ଦ୍ର କୁଶୱାଙ୍କ ରାଷ୍ଟ୍ରିୟ ଲୋକ ମୋର୍ଚ୍ଚା ଗୋଟିଏ ଗୋଟିଏ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ।
ଏହା ପ୍ରଥମ ଥର ପାଇଁ ବିହାରରେ ଜେଡିୟୁ ଅପେକ୍ଷା ବିଜେପି ଅଧିକ ଆସନ ପାଇଛି । ୨୦୧୯ ରେ ବିଜେପି ଏବଂ ଜେଡିୟୁ ପ୍ରତ୍ୟେକ ୧୭ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ସେତେବେଳେ ଏଲଜେପି ୬ ଟି ଆସନ ପାଇଥିଲା । ସେତେବେଳେ ଏଲଜେପି ରେ କୌଣସି ବିଭାଜନ ନଥିଲା ।
କିନ୍ତୁ ରାମ ଭିଲାସ ପାସୱାନଙ୍କ ମୃତ୍ୟୁ ପରେ ଏଲଜେପିରେ ବିଭାଜନ ହୋଇଥିଲା । ଗୋଟିଏ ଗୋଷ୍ଠୀ ଚିରାଗ ପାସୱାନ୍ ଏବଂ ଅନ୍ୟ ଗୋଷ୍ଠୀ ତାଙ୍କ ମାମୁଁ ପାଶୁପତି ପାରସଙ୍କ ଦ୍ୱାରା ଗଠିତ ହୋଇଥିଲେ । ଆଶ୍ଚର୍ଯ୍ୟର କଥା, ସିଟ୍ ବାଣ୍ଟିବା ସମୟରେ ଦାଦା ପାଶୁପତି ପରାସଙ୍କୁ ଗୋଟିଏ ବି ଆସନ ଦିଆଯାଇ ନାହିଁ । ଗୋଟିଏ ଆସନରେ ଲଢ଼େ଼ଇର ଜିଦ୍ ଯୋଗୁଁ ଏହି ପୁରା ଖେଳ ନଷ୍ଟ ହୋଇଯାଇଥିବା ବିଶ୍ୱାସ କରାଯାଉଛି । ବାସ୍ତବରେ ପଶୁପତି ପାରାସ ହାଜିପୁର ଆସନ ଦାବି କରୁଥିବାବେଳେ ଚିରାଗ ପାସୱାନ ମଧ୍ୟ ସମାନ ଆସନ ଦାବି କରିଥିଲେ ।

ଗୋଟିଏ ବି ସିଟ୍ ନ ମିଳିଥିବା କାରଣରୁ ପାରସ ଅସନ୍ତୁଷ୍ଟ ହୋଇ ବିରୋଧୀ ମେଣ୍ଟ ଇଣ୍ଡିଆ ଆଡ଼କୁ ଢଳୁଥିବା କୁହାଯାଉଛି । ଏତିକି ନୁହେଁ, ଏମିତିକି ମୋଦିଙ୍କ କ୍ୟାବିନେଟରୁ ଦେଇଛନ୍ତି ପାରସ । ହାଜିପୁର ସେହି ସମାନ ଆସନ ଯେଉଁଠାରୁ ଚିରାଗଙ୍କ ପିତା ରାମ ଭିଲାସ ପାସୱାନ ୯ ଥର ଲୋକସଭା ସାଂସଦ ଥିଲେ । ଆଉ ୨୦୧୯ ରେ, ପାଶୁପତି ପରାସ ଏଠାରୁ ନିର୍ବାଚନରେ ଜିତି ପ୍ରଥମ ଥର ପାଇଁ ଲୋକସଭାରେ ପହଞ୍ଚିଥିଲେ । ଯେଉଁଥି ଲାଗି ସେ ଚାହୁଁଥିଲେ ଏହି ଆସନ ।
ଗତକାଲିର ଆସନ ବୁଝାମଣାର ଘୋଷଣା ପରେ ବିହାର ଏଲ୍ଜେପି (ରାମ ବିଳାସ) ମୁଖ୍ୟ ରାଜୁ ତିୱାରୀ କହିଛନ୍ତି, ଚିରାଗ ହାଜିପୁର ଆସନରୁ ନିର୍ବାଚନ ଲଢ଼ିବେ । ଆଉ ଏବେ କୁହାଯାଉଛି ଯେ, ଏହି ଆସନରୁ ପୁଣି ପ୍ରତିଦ୍ୱନ୍ଦିତା କରିବେ ପଶୁପତି ପାରସ । ଆଉ ଯଦି ଏଠାରେ ସେ ପ୍ରତିଦ୍ୱନ୍ଦିତା କରିନ୍ତି ତେବେ ଏହି ଆସନରେ ଦାଦା ପୁତୁରା ଲଢ଼େଇ ଦେଖିବାକୁ ମିଳିବ ।
ପ୍ରକାଶ ଯେ, ୨୦୧୯ ଲୋକ ସଭା ନିର୍ବାଚନରେ ବିହାରରେ ଏନ୍ଡିଏ ୩୯ ଆସନ ଦଖଲ କରିଥିଲା । ଭାଜପା ୧୭, ଜେଡିୟୁ ୧୬ ଏବଂ ମିଳିତ ଏଲ୍ଜେପିକୁ ୬ ଆସନରେ ସଫଳତା ମିଳିଥିଲା ।












Click it and Unblock the Notifications