କେତେ କୋଟିର ମାଲିକ ଅଟନ୍ତି କେଜ୍ରିୱାଲଙ୍କୁ ହରାଇଥିବା ପ୍ରବେଶ ?
୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି କୁ ବଡ଼ ଝଟକା ଲାଗିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନୂଆଦିଲ୍ଲୀ ଆସନରୁ ନିର୍ବାଚନ ହାରିଯାଇଛନ୍ତି। ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ପ୍ରବେଶ ବର୍ମା ତାଙ୍କୁ ୩,୧୮୬ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ୨୦୧୩ରୁ କେଜ୍ରିୱାଲଙ୍କ ଗଡ଼ ଭାବରେ ବିବେଚିତ ନୂଆଦିଲ୍ଲୀ ଆସନ ଏଥର ଭାଜପା ସପକ୍ଷରେ ଗଲା। ଏହି ପରାଜୟକୁ ଏଏପିପାଇଁ ଏକ ବଡ଼ ରାଜନୈତିକ ବାର୍ତ୍ତା ବୋଲି ବିବେଚନା କରାଯାଉଛି, କାରଣ ଏହି ଆସନଟି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଥିଲା।
ନିର୍ବାଚନ ଫଳାଫଳ ପରେ, ପ୍ରବେଶ ବର୍ମା କହିଛନ୍ତି ଯେ ଜନସାଧାରଣ ପରିବର୍ତ୍ତନ ପାଇଁ ଭୋଟ ଦେଇଛନ୍ତି ଏବଂ ଭାଜପା ଦିଲ୍ଲୀକୁ ବିକାଶର ଏକ ନୂତନ ଦିଗରେ ନେଇଯିବ। ବର୍ତ୍ତମାନ ପ୍ରବେଶ ବର୍ମାଙ୍କୁ ନେଇ ସାରା ଦେଶରେ ଆଲୋଚନା ତୀବ୍ର ହେବାରେ ଲାଗିଛି, ବିଶେଷ କରି ସେ କେତେ କୋଟିର ମାଲିକ ତାହା ଏବେ ଚର୍ଚ୍ଚା ଜୋର ଧରିଛି । ନାମାଙ୍କନ ଦାଖଲ କରିବା ସମୟରେ ପ୍ରବେଶ ବର୍ମା ଦେଇଥିବା ତଥ୍ୟ ଅନୁଯାୟୀ, ସେ ପ୍ରାୟ ୮୯ କୋଟି ଟଙ୍କାର ମାଲିକ ଅଟନ୍ତି। ତାଙ୍କ ପତ୍ନୀ ସ୍ୱାତୀ ସିଂହ ୨୪.୪ କୋଟି ଟଙ୍କାର ମାଲିକାଣୀ ଅଟନ୍ତି। ଏହି ଦମ୍ପତିଙ୍କ ପାଖରେ ମୋଟ ୧୧୩ କୋଟି ଟଙ୍କାର ସମ୍ପତ୍ତି ଥିବା ଜଣାଇଛନ୍ତି।

ବର୍ମାଙ୍କ ହାତରେ ୨.୨ ଲକ୍ଷ ଟଙ୍କା ଥିବା ବେଳେ ପତ୍ନୀ ସ୍ୱାତୀଙ୍କ ହାତରେ ୫୦ହଜାର ଟଙ୍କା ଥିବା ଜଣାଇଥିଲେ ବିଜେପି ନେତା। ପ୍ରବେଶ ବର୍ମାଙ୍କ ବିଳାସପୂର୍ଣ୍ଣ କାର୍ କଥା କହିବାକୁ ଗଲେ ତାଙ୍କ ପାଖରେ ଟୟୋଟା ଫର୍ଚୁନର, ଟୟୋଟା ଇନୋଭା ଏବଂ ୧୧.୮ ଲକ୍ଷ ମୂଲ୍ୟର ଏକ ଏକ୍ସୟୁଭି ରହିଛି। ଏହା ସହ ତାଙ୍କ ପାଖରେ ୨୦୦ଗ୍ରାମ ସୁନା ମଧ୍ୟ ଅଛି।












Click it and Unblock the Notifications