Get Updates
Get notified of breaking news, exclusive insights, and must-see stories!

ବିଭାଜନ ବିଭିଷୀକା ସ୍ମୃତି ଦିବସ ପାଳୁଛି ଦେଶ: ଲକ୍ଷ ଲକ୍ଷ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ

୧୯୪୭ ଆଜିର ଦିନରେ ୨ ଖଣ୍ଡରେ ପରିଣତ ହୋଇଥିଲା ବିଶାଳ ଭାରତୀୟ ଭୂଖଣ୍ଡ । ସ୍ବାଧୀନତାର ଠିକ୍‌ ଦିନକ ପୂର୍ବରୁ ବିଭାଜିତ ହୋଇଥିଲା ଅଖଣ୍ଡ ଭାରତ ।

ନୂଆଦିଲ୍ଲୀ: ୧୯୪୭ ଆଜିର ଦିନରେ ୨ ଖଣ୍ଡରେ ପରିଣତ ହୋଇଥିଲା ବିଶାଳ ଭାରତୀୟ ଭୂଖଣ୍ଡ । ସ୍ବାଧୀନତାର ଠିକ୍‌ ଦିନକ ପୂର୍ବରୁ ବିଭାଜିତ ହୋଇଥିଲା ଅଖଣ୍ଡ ଭାରତ । କୁହାଯାଏ, ସ୍ୱତନ୍ତ୍ର ପାକିସ୍ତାନ ଗଠନ ଲାଗି ମୁସଲିମ୍ ଲିଗର ଦାବିକୁ ମାନି ନେଇଥିଲେ ତତ୍କାଳୀନ କଂଗ୍ରେସ ମୁଖିଆ । ଫଳରେ ମୁସଲିମ ବହୁଳ ସମ୍ପ୍ରଦାୟ ଅଞ୍ଚଳକୁ ନେଇ ପୃଥକ ଭାବେ ଆତ୍ମପ୍ରକାଶ କରିଥିଲା ନୂତନ ଇସଲାମିକ ରାଷ୍ଟ୍ର ପାକିସ୍ତାନ ।

Independence day

ତେବେ ଏହି ବିଭାଜନ ପ୍ରକ୍ରିୟା ଏତେ ସହଜ ନଥିଲା । ବିଭାଜନରେ ସାମ୍ପ୍ରଦାୟିକ ଦଙ୍ଗା, ଅସ୍ଥିରତା ଓ ଅରାଜକତା ସୃଷ୍ଟି ହୋଇଥିଲା । ଏଥିରେ ଲକ୍ଷାଧିକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ଆଜି ଦେଶ ପାଳୁଛି ବିଭାଜନ ବିଭିଷୀକା ସ୍ମୃତି ଦିବସ । ଦେଶ ବିଭାଜନ ପ୍ରାଣ ହରାଇଥିବା ଓ ପ୍ରଭାବିତ ହୋଇଥିବା ପୀଡତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ସେପେଟ ଆଜିର ଦିନରେ ଜବାହରଲାଲ ନେହେରୁ ଓ କଂଗ୍ରେସ ପରିବାରକୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । କଂଗ୍ରେସ ଓ ନେହେରୁଙ୍କୁ ସିଧା ଟାର୍ଗେଟ କରି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତ, ଦେଶର ଗୋଟିଏ ପରିବାର ଇତିହାସକୁ ନିଜ ଢଙ୍ଗରେ ବନାଇଥିଲେ । ଏବେ ମୋଦି ସରକାର ଇତିହାସକୁ ପରିବୃଦ୍ଧି କରିବା ପାଇଁ ଲାଗିଛି ।

ସେହିପରି ଅପରାଜିତା କହିଛନ୍ତି, ନେହେରୁ ଓ ଜିନ୍ନା ଯଦି ବ୍ରିଟିଶଙ୍କ ସହ ଠିକ୍ ଭାବେ ଆଲୋଚନା କରିଥାନ୍ତେ ତାହା ହେଲେ ବୃହତ ଭାରତ ହୋଇଥାନ୍ତା । ଉଭୟେ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଥିବାରୁ ଦେଶ ବିଭାଜନ ହେଲା । ଦେଶକୁ ଅନ୍ଧାରରେ ରଖି ଏଭଳି କରାଯାଇଥିଲା ।

ମୁସଲମାନ ବହୁଳ ଅଞ୍ଚଳକୁ ନେଇ ପାକିସ୍ତାନ ନାମରେ ଏକ ସ୍ବତନ୍ତ୍ର ତଥା ନୂତନ ଦେଶ ଗଠନ ଲାଗି ଚାପ ପ୍ରୟୋଗ କରିଥିଲା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ନେତୃତ୍ବାଧୀନ 'ମୁସଲିମ ଲିଗ' । ପରେ ଦେଶ ବିଭାଜିତ ହେବାରେ ସହମତି ପ୍ରକାଶ କରିଥିଲେ ବ୍ରିଟିଶ ସରକାର । ଅଖଣ୍ଡ ଭାରତର ଉତ୍ତର-ପଶ୍ଚିମକୁ ପାକିସ୍ତାନ ଭାବେ ନାମିତ କରିବାର ନିଷ୍ପତ୍ତି ହୋଇଥିଲା । ଦେଶ ବିଭାଜନ ହେବା ସମୟରେ ମୁସଲିମ ସମ୍ପ୍ରଦାୟ ପାକିସ୍ତାନ ଚାଲିଯିବାବେଳେ ସେଠାରେ ଥିବା କିଛି ହିନ୍ଦୁ ଭାରତ ଫେରିଥିଲେ । କିନ୍ତୁ ଏହି ବିଭାଜନ ପ୍ରକ୍ରିୟା ଅତ୍ୟନ୍ତ ଦୁର୍ଦ୍ଦଶାପୂର୍ଣ୍ଣ ଥିଲା । ଅସ୍ଥିରତା, ଅରାଜତକତା ଓ ଦଙ୍ଗାରେ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା । ପରେ 1947 ଅଗଷ୍ଟ 14 ତାରିଖ ମଧ୍ୟରାତ୍ରୀରେ ପାକିସ୍ତାନ ଏକ ଇସଲାମିକ ଦେଶ ଭାବେ ଆତ୍ମପ୍ରକାଶ କରିଥିବାବେଳେ, ପରଦିନ ଅର୍ଥାତ 15 ତାରିଖରେ ଧର୍ମ ନିରପେକ୍ଷ ରାଷ୍ଟ୍ର ଭାବେ ଆତ୍ମପ୍ରକାଶ କରିଥିଲା ଭାରତ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+