ଶାନ୍ତିରକ୍ଷା ଅଭିଯାନରେ ମହିଳାମାନଙ୍କ ସମ୍ପୃକ୍ତି ଅଧିକ ଅନ୍ତର୍ଭୁକ୍ତ ପ୍ରଦାନ କରିଛି : ରାଷ୍ଟ୍ରପତି
ଶାନ୍ତିରକ୍ଷା ଅଭିଯାନରେ ମହିଳାମାନଙ୍କ ସମ୍ପୃକ୍ତି ଏହାକୁ ଅଧିକ ଅନ୍ତର୍ଭୁକ୍ତି ପ୍ରଦାନ କରିଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି । ଆଜି ଗ୍ଲୋବାଲ୍ ସାଉଥର ମହିଳା ଶାନ୍ତରକ୍ଷକ ସମ୍ମିଳନୀରେ ଯୋଗଦେଇଥିବା ପ୍ରତିଯୋଗୀମାନେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ମହିଳା ଶାନ୍ତରକ୍ଷକମାନେ ସାଧାରଣ ଲୋକମାନଙ୍କ ଅଧିକ ନିକଟତର ହୋଇପାରିବେ ଏବଂ ମହିଳା ଓ ଶିଶୁମାନଙ୍କ ପାଇଁ କର୍ତ୍ତବ୍ୟ ସମ୍ପାଦନ କ୍ଷେତ୍ରରେ ଆଦର୍ଶ ପ୍ରତିପାଦିତ କରିପାରିବେ । ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ମହିଳା ଶାନ୍ତରକ୍ଷକମାନେ ଲିଙ୍ଗଗତ ହିଂସାକୁ ବୁଝିବା ସହ ସେମାନଙ୍କ ମଧ୍ୟରେ ଭରସା ବୃଦ୍ଧି କରିବା ଏବଂ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିପାରିବେ ।
ଦୀର୍ଘମିଆଦି ଶାନ୍ତି ବୁଝାମଣା ଓ ହିଂସା ହ୍ରାସ କରିବା କ୍ଷେତ୍ରରେ ଶାନ୍ତରକ୍ଷା ଅଭିଯାନ ଗୁଡ଼ିକରେ ଅଧିକ ସଂଖ୍ୟାରେ ମହିଳାଙ୍କ ଭାଗିଦାରିତା ସଫଳ ସାବ୍ୟସ୍ତ ହେବ ବୋଲି ରାଷ୍ଟ୍ରପତି କହିଛନ୍ତି । ସେ କହିଛନ୍ତି, ଜାତିସଂଘ ଶାନ୍ତିରକ୍ଷା ଅଭିଯାନ ଗୁଡ଼ିକରେ ଅଧିକ ସଂଖ୍ୟାରେ ମହିଳାମାନଙ୍କୁ ସାମିଲ କରିବାର ଆବଶ୍ୟକତା ରହିଛି ।

ସୂଚନା ଯୋଗ୍ୟ ନୂଆଦିଲ୍ଲୀରେ ହେବାକୁ ଥିବା 'ୱିମେନ୍ ଇନ୍ ପିସ୍କିପିଙ୍ଗ୍, ଏ ଗ୍ଲୋବାଲ୍ ସାଉଥ୍ ପ୍ରସ୍ପେକ୍ଟିଭ୍' ସମ୍ମିଳନୀରେ ମହିଳା ଶାନ୍ତରକ୍ଷକମାନେ ଯୋଗଦେବେ । ବୈଦେଶିକ ମନ୍ତ୍ରଣାଳୟ ସହ ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ଜାତିସଂଘ ଶାନ୍ତରକ୍ଷା ଅଭିଯାନର ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି ।












Click it and Unblock the Notifications