Get Updates
Get notified of breaking news, exclusive insights, and must-see stories!

ମହାରାଷ୍ଟ୍ରରେ ଭୁଶୁଡ଼ିଲା ମେଟ୍ରୋ ପିଲାର ; ଜଣେ ମୃତ, ୩ ଆହତ

ମହାରାଷ୍ଟ୍ରର ମୁମ୍ବାଇର ମୁଲୁଣ୍ଡ (ପଶ୍ଚିମ) ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା । ଏଲବିଏସ ରୋଡରେ ନିର୍ମାଣାଧୀନ ଏକ ମେଟ୍ରୋ ପିଲରର ଗୋଟିଏ ଅଂଶ ହଠାତ୍ ଭାଙ୍ଗି ପଡ଼ିଥିଲା । ଭାଙ୍ଗି ପଡ଼ିଥିବା ସିମେଣ୍ଟ ତଳେ ଅନେକ ଗାଡ଼ି ଚାପି ହୋଇଛି । ପିଲରର କିଛି ଅଂଶ ଏକ ଅଟୋ-ରିକ୍ସା ଉପରେ ମଧ୍ୟ ପଡ଼ିଥିଲା, ଫଳରେ ସେଥିରେ ଯାତ୍ରା କରୁଥିବା ଯାତ୍ରୀ ଆହତ ହୋଇଛନ୍ତି । ଦୁର୍ଘଟଣାରେ ୪ ଜଣ ଆହତ ହୋଇଥିବା ଜଣାପଡିଛି ।

metro piller

ସୂଚନା ଅନୁସାରେ ଏଲବିଏସ ରୋଡ ଜନସନ୍ ଆଣ୍ଡ ଜନସନ୍ କାରଖାନା ନିକଟରେ ଅପରାହ୍ନ ପ୍ରାୟ ୧୨.୨୦ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ନିର୍ମାଣ ସମୟରେ ପିଲାରର ଏକ ଅଂଶ ସିଧା ଅଟୋରିକ୍ସା ଉପରେ ପଡ଼ିଥିଲା। ଅଟୋରେ ଥିବା ଯାତ୍ରୀମାନେ (ମୃତକ ଏବଂ ଆହତ) ଉତ୍ତର ପ୍ରଦେଶର ଜୌନପୁର ଅଞ୍ଚଳର, ସେମାନେ ପର୍ଯ୍ୟଟକ ଭାବରେ ମୁମ୍ବଇ ଆସିଥିବା ଜଣ ପଡିଛି। ଘଟଣାରେ ରାମଧନ ଯାଦବ(୫୫)ଙ୍କର ମୃତ୍ୟୁ ହୋଇଥିବା ବେଳେ ବବଲୁ ଯାଦବ(୨୫) ଏବଂ ମହେନ୍ଦ୍ର ଯାଦବ(୩୦) ଆହତ ହୋଇଛନ୍ତି।

ଘଟଣା ପରେ ମୁମ୍ବଇ ଅଗ୍ନିଶମ ବାହିନୀ, ସ୍ଥାନୀୟ ପୁଲିସ, ମେଟ୍ରୋ କର୍ତ୍ତୃପକ୍ଷ, ୱାର୍ଡ କର୍ମଚାରୀ ଏବଂ ୧୦୮ ଆମ୍ବୁଲାନ୍ସ ସେବା ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ଏବଂ ମୃତକଙ୍କ ପରିବାର ପାଇଁ ୫ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+