ରୁଦ୍ରପ୍ରୟାଗରେ ଭୂସ୍ଖଳନ, ଆବର୍ଜନା ଯୋଗୁଁ ଅଟକି ରହିଛି ଗାଡି

ଭୂସ୍ଖଳନ ପରେ ଗୁରୁବାର ଜାତୀୟ ରାଜପଥ-109 ବନ୍ଦ

ରୁଦ୍ରପ୍ରୟାଗ: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗରେ ଭୂସ୍ଖଳନ । ଭୂସ୍ଖଳନ ପରେ ଗୁରୁବାର ଜାତୀୟ ରାଜପଥ-109 ବନ୍ଦ ରହିଥିଲା । କାରଣ ତାର୍ସାଲି ଗ୍ରାମ ନିକଟରେ ପାହାଡର ଏକ ବଡ ପଥର ଖଣ୍ଡ ଖସି ପଡିଥିଲା।

Rudrapryag
ରାସ୍ତା ଅବରୋଧ ଯୋଗୁଁ ଅନେକ ସମସ୍ୟାର ସାମନା କରିଥିଲେ ଲୋକେ । ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହାନର ଲମ୍ବା ଧାଡି ଲାଗି ରହିଥିଲା। ଭୂସ୍ଖଳନ ଯୋଗୁଁ ରାସ୍ତାରେ ଜମିରହିଥିବା ଆବର୍ଜନା ପଡ଼ି ରହିଥିଲା। ଫଳରେ ଯାତ୍ରୀଙ୍କ ସମେତ ସ୍ଥାନୀୟ ଲୋକମାନେ ହଇରାଣ ହୋଇଥିଲେ। ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଭିଡ ଲାଗି ରହିଛି । ଏହି ଭୂସ୍ଖଳନରେ ବର୍ତ୍ତମାନ ସୁଦ୍ଧା କୌଣସି ମୃତାହତ ହୋଇନଥିବା ସୂଚନା ମିଳିଛି।


ଜିଲ୍ଲା ମାଜିଷ୍ଟ୍ରେଟ (ଡିଏମ) ମୟୂର ଦୀକ୍ଷିତ ଗଣମାଧ୍ୟମକୁ କହିଛନ୍ତି ଯେ, ରାଜପଥ ବର୍ତ୍ତମାନ ପୁନଃ ଖୋଲାଯାଉଛି ଏବଂ ଯାନବାହନଚଳାଚଳ ପୁନଃ ଆରମ୍ଭ ହେବ। "ଯାତ୍ରୀମାନଙ୍କୁ ସୁରକ୍ଷିତ ସ୍ଥାନରେ ରହିବା ପାଇଁ ନିର୍ଦ୍ଦେଶ ଯାଇଥିଲା। ଆବର୍ଜନା ସଫା ହେବା ପରେ ସୁରକ୍ଷିତ ଯାନବାହାନ ଚଳାଚଳ ପୁନଃ ଆରମ୍ଭ ହେବ ବୋଲି ସେ କହିଛନ୍ତି। କେଦାରନାଥ ଅଭିମୁଖେ ଯାଉଥିବା ତୀର୍ଥଯାତ୍ରୀମାନଙ୍କୁ ରୁଦ୍ରପ୍ରୟାଗ, ତିଲୱାରା, ଅସତ୍ୟାମୁନି ଏବଂ ଗୁପ୍ତକାଶୀରେ ଅଟକାଯାଇଥିବା ବେଳେ ସୋନପ୍ରୟାଗ ଏବଂ ସୀତାପୁରର ସୁରକ୍ଷିତ ସ୍ଥାନରେ ସୋନପ୍ରୟାଗରୁ ଫେରୁଥିବା ଲୋକଙ୍କୁ ଅଟକା ଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+