ଆସନ୍ତାକାଲି ଠୁ ସଂସଦର ଶୀତ ଅଧିବେଶନ
ଆସନ୍ତାକାଲି ଠୁ ଆରମ୍ଭ ହେଉଛି ସଂସଦର ଶୀତ ଅଧିବେଶନ । ଏହା ପୂର୍ବରୁ ରବିବାର କେନ୍ଦ୍ର ସରକାରଙ୍କପକ୍ଷରୁ ସର୍ବଦଳୀୟ ବୈଠକ ଡକାଯାଇଥିଲା । ଚଳିତ ଅଧିବେଶନ କିପରି ସୁରୁଖୁରୁରେ ଚାଲିପାରିବ, ଏନେଇ ବିରୋଧୀ ଦଳ ମାନଙ୍କ ପାଖରୁ ସହଯୋଗ ଲୋଡ଼ିଛନ୍ତି ସରକାର। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏହି ବୈଠକର ନେତୃତ୍ୱ ନେଇଥିବା ବେଳେ ବିରୋଧୀ ଦଳ ସଦସ୍ୟ ମାନେ ସର୍ବଦଳୀୟ ବୈଠକରେ ସାମିଲ ହୋଇଥିଲେ ।

ବିଭିନ୍ନ ପ୍ରସଙ୍ଗକୁ ନେଇ ଶୀତ ଅଧିବେଶନ ବେଶ ସରଗରମ ରହିବ ବୋଲି ଆଶା କରାଯାଉଛି । ଏହି ଅଧିବେଶନରେ ୱାକଫ ସଂଶୋଧନ ବିଲ୍, ମଣିପୁର ହିଂସା ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି । ଆଦାନୀ ବିରୋଧରେ ଆମେରିକାର ଅଭିଯୋଗକୁ ନେଇ ମଧ୍ୟ ସରକାରଙ୍କୁ ଘେରିବାକୁ ଟାର୍ଗେଟ ରଖିଛନ୍ତି ବିରୋଧୀ।












Click it and Unblock the Notifications