Get Updates
Get notified of breaking news, exclusive insights, and must-see stories!

ଅଡ଼ୁଆରେ ଜୁକରବର୍ଗ, ମେଟାକୁ ସମନ କରିବ ସଂସଦୀୟ କମିଟି

ନୂଆଦିଲ୍ଲୀ: ମେଟା ସିଇଓ ମାର୍କ ଜକରବର୍ଗ ୨୦୨୪‌ ଲୋକସଭା ନିର୍ବାଚନ ସଂକ୍ରାନ୍ତରେ ଦେଇଥିବା ବିବାଦୀୟ ଟିପ୍ପଣୀ ପାଇଁ ଏବେ ଅଡ଼ୁଆରେ ପଡ଼ିଯାଇଛନ୍ତି। ଏଥିପାଇଁ ଭାରତୀୟ ସଂସଦୀୟ ଷ୍ଟାଣ୍ଡିଂ କମିଟି ମେଟାକୁ ସମନ କରିବ। ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି ସଂକ୍ରାନ୍ତ ସଂସଦୀୟ କମିଟି ମୁଖ୍ୟ ତଥା ବିଜେପି ସାଂସଦ ନିଶିକାନ୍ତ ଦୁବେ ଆଜି ମେଟାଠାରୁ କ୍ଷମା ଦାବି କରିଛନ୍ତି। ନୂଆଦିଲ୍ଲୀ: ମେଟା ସିଇଓ ମାର୍କ ଜକରବର୍ଗ ୨୦୨୪‌ ଲୋକସଭା ନିର୍ବାଚନ ସଂକ୍ରାନ୍ତରେ ଦେଇଥିବା ବିବାଦୀୟ ଟିପ୍ପଣୀ ପାଇଁ ଏବେ ଅଡ଼ୁଆରେ ପଡ଼ିଯାଇଛନ୍ତି। ଏଥିପାଇଁ ଭାରତୀୟ ସଂସଦୀୟ ଷ୍ଟାଣ୍ଡିଂ କମିଟି ମେଟାକୁ ସମନ କରିବ।

ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି ସଂକ୍ରାନ୍ତ ସଂସଦୀୟ କମିଟି ମୁଖ୍ୟ ତଥା ବିଜେପି ସାଂସଦ ନିଶିକାନ୍ତ ଦୁବେ ଆଜି ମେଟାଠାରୁ କ୍ଷମା ଦାବି କରିଛନ୍ତି। ଏହି ପ୍ରସଙ୍ଗରେ ଗତକାଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ୍ସରେ ମେଟାକୁ ଟ୍ୟାଗ୍ କରି ମାର୍କ ଜୁକରବର୍ଗଙ୍କ ଟିପ୍ପଣୀକୁ ନିନ୍ଦା କରିଥିଲେ। ଆଜି ବୈଷ୍ଣବଙ୍କ ପୋଷ୍ଟକୁ ରିପୋଷ୍ଟ କରି ନିଶିକାନ୍ତ ଦୁବେ ଲେଖିଛନ୍ତି ଯେ ମୋ କମିଟି ଏହି ମିଥ୍ୟା ଖବର ପାଇଁ ମେଟାକୁ ସମନ କରିବ। କୌଣସି ଗଣତାନ୍ତ୍ରିକ ଦେଶ ବିଷୟରେ ମିଛ ଖବର ପ୍ରସାରିତ କରିବା ସେହି ଦେଶର ଛବିକୁ ଖରାପ କରିଥାଏ। ଏହି ଭୁଲ ପାଇଁ ଉକ୍ତ ସଂସ୍ଥାକୁ ଭାରତୀୟ ସଂସଦ ତଥା ଦେଶର ଲୋକଙ୍କୁ କ୍ଷମା ମାଗିବାକୁ ପଡ଼ିବ।

Mark Zuckerberg

ଉଲ୍ଲେଖ ଯୋଗ୍ୟ, ଜୁକରବର୍ଗ ଏକ ପଡକାଷ୍ଟରେ କହିଥିଲେ ଯେ ୨୦୨୪ ପୂରା ବିଶ୍ୱରେ ଏକ ବଡ଼ ନିର୍ବାଚନୀ ବର୍ଷ ଥିଲା। ଭାରତ ସମେତ ଅନେକ ଦେଶରେ ଏହି ବର୍ଷ ନିର୍ବାଚନ ଅନୁଷ୍ଠିତ ହୋଇଛି। ସେହି ସବୁ ଦେଶରେ ଶାସନରେ ଥିବା ସରକାର ମୁଦ୍ରାସ୍ଫିତି ପାଇଁ ହେଉ ବା କୋଭିଡ ମହାମାରୀ ସମୟରେ ଦୁର୍ବଳ ପରିଚାଳନା ପାଇଁ ଏହି ନିର୍ବାଚନରେ ଏକ ପ୍ରକାର ହାରିଯାଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+