Get Updates
Get notified of breaking news, exclusive insights, and must-see stories!

Budget Session 2024: ୧୪୬ ସାଂସଦଙ୍କ ଉପରୁ ହଟିଲା ନିଲମ୍ବନ ଆଦେଶ

Budget Session 2024: ଆସନ୍ତାକାଲି ଅର୍ଥାତ୍ ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହେବା ପାଇଁ ଯାଉଛି ସଂସଦର ବଜେଟ୍ ଅଧିବେଶନ । ଏହା ପୂର୍ବରୁ ସଂସଦର ଶେଷ ଶୀତ ଅଧିବେଶନରେ ନିଲମ୍ବିତ ହୋଇଥିବା ସମସ୍ତ ବିରୋଧୀ ସାଂସଦଙ୍କ ନିଲମ୍ବନ ରଦ୍ଦ ହୋଇଯାଇଛି । ଏନେଇ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ସମସ୍ତ ସାଂସଦ ଜାନୁଆରୀ 31 ରୁ ବଜେଟ୍ ଅଧିବେଶନରେ ଯୋଗଦେବେ।

 Budget Session

ଗତ ସଂସଦ ଅଧିବେଶନରେ ଉତ୍ତେଜନା ଓ ପ୍ରଦର୍ଶନ ଯୋଗୁଁ 146 ବିରୋଧୀ ସାଂସଦଙ୍କୁ ସଂସଦରୁ ନିଲମ୍ବିତ କରାଯାଇଥିଲା। ଏଭଳି ପରିସ୍ଥିତିରେ, ବର୍ତ୍ତମାନ ବଜେଟ୍ ଅଧିବେଶନ ପୂର୍ବରୁ କେନ୍ଦ୍ର ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ଡିସେମ୍ବର ୧୩ ସଂସଦରେ ହୋଇଥିବା ସୁରକ୍ଷାରେ ତ୍ରୁଟି ଘଟଣାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିବୃତ୍ତି ଦାବି କରି ବିରୋଧୀ ସାଂସଦମାନେ ଲୋକସଭାରେ ଦାବି କରିଥିଲେ।


ସୂଚନା ଅନୁସାରେ, ଶୀତକାଳୀନ ଅଧିବେଶନରେ ଗୃହରେ ହଟ୍ଟଗୋଳ ପାଇଁ ୧୪୬ ସାଂସଦଙ୍କ ମଧ୍ୟରୁ ୧୩୨ ସାଂସଦଙ୍କୁ ନିଲମ୍ବି କରାଯାଇଥିଲା । ହେଲେ ବର୍ତ୍ତମାନ କମାଚଳା ବଜେଟ୍ ପୂର୍ବରୁ ଏହା ସମାପ୍ତ ହୋଇଛି । ସେହିପରି ଅନ୍ୟ ୧୪ ସାଂସଦଙ୍କୁ ବିଶୋଷାଧିକାର କମିଟି ରିପୋର୍ଟ ଆସିବା ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+