Get Updates
Get notified of breaking news, exclusive insights, and must-see stories!

Parliament Winter Session: ୮୪ କୋଟି ଟଙ୍କା ନଷ୍ଟ !

ସଂସଦର ଉଭୟ ଗୃହ, ଲୋକ ସଭା ଏବଂ ରାଜ୍ୟ ସଭାକୁ ଅର୍ନିଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ । ସଂସଦର ଚଳିତ ଶୀତକାଳୀନ ଅଧିବେଶନରେ ୨୦ଟି କାର୍ଯ୍ୟକାଳ ଥିଲା। ହୋ ହଲ୍ଲା ହଙ୍ଗାମା ଭିତରେ ସଂସଦର କାର୍ଯ୍ୟ ପ୍ରକ୍ରିୟା ଶେଷ ହୋଇଥିଲା। ଚଳିତ ଥର ସବୁଠୁ ଚର୍ଚ୍ଚାରେ ଥିଲା ସଂସଦ ବାହାରେ ଧସ୍ତାଧସ୍ତି ।

ସଂସଦ ହାଇଡ୍ରାମାକୁ ନେଇ ଜାତୀୟ ରାଜନୀତିରେ ମଧ୍ୟ ହଲଚଲ ଦେଖିବାକୁ ମିଳିଥିଲା। ଏଭଳି ପରିସ୍ଥିତିରେ ସମଗ୍ର ଶୀତ ଅଧିବେଶନରେ କେତେ ବିଲ ପାସ ହୋଇଛି ଏବଂ ଜନସାଧାରଣଙ୍କ ମୁଦ୍ଦାକୁ ନେଇ କେତେ ଆଲୋଚନା ହୋଇଛି ତାହା ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ସଂସଦରେ ପୂରା ଅଧିବେଶନରେ କେବଳ ଉତ୍ତେଜନା ଏବଂ ବିରୋଧ ପ୍ରଦର୍ଶନର ସାକ୍ଷୀ ରହିଥିଲା। କିନ୍ତୁ ଅଧିବେଶନରେ ମୁଦ୍ରାସ୍ଫୀତି, ବେକାରୀ, କୃଷକ ତଥା ଦେଶର ସୁରକ୍ଷା ଭଳି ଜନସାଧାରଣଙ୍କ ପ୍ରସଙ୍ଗ ଆଲୋଚନା କରିବାର ଆବଶ୍ୟକତା ରହିଥିଲା। ଏଥର ସଂସଦରେ ଆଦାନୀ, ଜର୍ଜ ସୋରାସ, ନେହେରୁ ଏବଂ ଆମ୍ବେଦକରଙ୍କ ପ୍ରସଙ୍ଗ ଶୀତ ଅଧିବେଶନକୁ ଉଷ୍ମ କରାଇଥିଲା ।

Parliament Winter Session

ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସଂସଦରେ ୨୦ଦିନ ଧରି ଅଧିବେଶନ ଚାଲି ନ ପାରିବାରୁ ଆନୁମାନିକ ୮୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହିି ଟଙ୍କା ଯାହା ଆମ ଟ୍ୟାକ୍ସରୁ ସଂଗୃହିତ ହୋଇଥାଏ। ସଂସଦର କାର୍ଯ୍ୟକାଳରେ ପ୍ରତି ମିନିଟରେ ପ୍ରାୟ ୨.୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଯଦି ଲୋକ ସଭା ଏବଂ ରାଜ୍ୟ ସଭାରେ କାର୍ଯ୍ୟକଳା ଗଣାଯାଏ, ତେବେ ଲୋକ ସଭାରେ ୬୧ ଘଣ୍ଟା ୫୫ ମିନିଟ ଏବଂ ରାଜ୍ୟ ସଭାରେ ୪୩ ଘଣ୍ଟା ୩୯ ମିନିଟ କାର୍ଯ୍ୟ କରାଯାଇଥିଲା। ଲୋକ ସଭାରେ ୨୦ଟି ଏବଂ ରାଜ୍ୟ ସଭାରେ ୧୯ଟି ବୈଠକ ହୋଇଥିଲା।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+