ସଂସଦର ସୁରକ୍ଷା ତ୍ରୁଟିକୁ ନେଇ ଗୃହରେ ତାତି:ବହିଷ୍କୃତ ହେଲେ ୩୩ ସାଂସଦ
Parliament Winter Session: ସଂସଦର ସୁରକ୍ଷା ତ୍ରୁଟି ମାମଲାକୁ ନେଇ ଗୃହରେ ହଟ୍ଟଗୋଳ । ବିରୋଧୀ ଦଳର ସାଂସଦଙ୍କ ହଙ୍ଗାମା ଯୋଗୁ ସ୍ୱଭାବିକ ହୋଇ ପାରୁନାହିଁ ଗୃହକାର୍ଯ୍ୟ । ଏହାକୁ ନେଇ ଲୋକସଭା ଓ ରାଜ୍ୟସଭାରେ ଏକ ବିରାଟ ଉତ୍ତେଜନା ଦେଖାଦେଇଛି ।

ସେପଟେ ଲୋକସଭା ବାଚସ୍ପତି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧରୀଙ୍କ ସମେତ 33 ସାଂସଦଙ୍କୁ ଲୋକସଭାର ଶୀତକାଳୀନ ଅଧିବେଶନରୁ ନିଲମ୍ବିତ କରିଛନ୍ତି। ସମଗ୍ର ଅଧିବେଶନରୁ 13 ଜଣ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରାଯାଇଛି।
#WinterSession2023 #LokSabha: Parliamentary Affairs Minister @JoshiPralhad moves motion to suspend 33 MPs from the House.@ombirlakota @LokSabhaSectt @loksabhaspeaker pic.twitter.com/kB41P5ando
— SansadTV (@sansad_tv) December 18, 2023
କଂଗ୍ରେସ ଅଧୀର ରଞ୍ଜନ ଚୌଧୁରୀ, ଡିଏମକେ ସାଂସଦ ଟି ଆର ବାଲୁ ଏବଂ ଦିନାନିଧି ମାରାନ, ଟିଏମସିର ସୌଗତ ରୟ, ମଧ୍ୟ ନିଲମ୍ବିତ ହୋଇଛନ୍ତି । ସେହିପରି କେ ଜୟ କୁମାର, ପ୍ରସନ୍ନ ବାନାର୍ଜୀ, ମହମ୍ମଦ ୱାସିରଙ୍କୁ ନିଲମ୍ବିତ କରାଯାଇଛି । ସାଂସଦମାନଙ୍କ ନିଲମ୍ବନ ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପହ୍ଲାଦ ଯୋଶୀ ଗୃହରେ ପ୍ରସ୍ତାବ ଦେଇଥିଲେ । ଡିସେମ୍ବର ୧୩ ତାରିଖରେ ସଂସଦର ସୁରକ୍ଷା ଉଲ୍ଲଂଘନ ପ୍ରସଙ୍ଗରେ ବିରୋଧୀ ସଦସ୍ୟମାନେ କ୍ରମାଗତ ଭାବେ ହୋହଲ୍ଲା କରିପରେ ସେମାନଙ୍କୁ ନିଲମ୍ବନ କରାଯାଇଛି ।
ବାସ୍ତବରେ ବିରୋଧୀ ଦଳମାନେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଉଭୟ ଗୃହରେ ଯଥା ଲୋକସଭା ଏବଂ ରାଜ୍ୟସଭା ଲୋକସଭାର ସୁରକ୍ଷା ଉଲ୍ଲଂଘନ ସମ୍ପର୍କରେ ବିବୃତ୍ତି ରଖିବା ପାଇଁ ଦାବି ରଖିଥିଲେ । ଏହାପୂର୍ବରୁ ଶୀତକାଳୀନ ଅଧିବେଶନର ଅବଶିଷ୍ଟ ଦିନ ପାଇଁ ଲୋକସଭାର 13 ଜଣ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା। ଗୃହରେ ଅସାମ୍ବିଧାନିକ ଆଚରଣ ଅଭିଯୋଗରେ ସେମାନଙ୍କୁ ନିଲମ୍ବିତ କରାଯାଇଥିଲା ।












Click it and Unblock the Notifications