ସଂସଦରେ ସୁରକ୍ଷା ତ୍ରୁଟି: ଜାଣନ୍ତୁ କ'ଣ ଥିଲା ମାଷ୍ଟରମାଇଣ୍ତ ଲଲିତଙ୍କ ପ୍ଲାନ୍ 'B'

Lalit Jha Parliament: ଡିସେମ୍ବର 13 ରେ ଦେଶର ସଂସଦର ସୁରକ୍ଷା ଉଲ୍ଲଂଘନ ମାମଲାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ବର୍ତ୍ତମାନ ଲୋକସଭାରେ ଅନୁପ୍ରବେଶ କରିଥିବା ଗ୍ୟାଙ୍ଗର ବା ଏହି ଘଟଣାର ମାଷ୍ଟରମାଇଣ୍ଡ ଲଲିତ ଝା ପୋଲିସକୁ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି।

ରିପୋର୍ଟ ଅନୁସାରେ, ଲଲିତ ପଚରାଉଚରା ବେଳେ ପୋଲିସକୁ କହିଥିଲା ଯେ ଯଦି ତାଙ୍କ ଦଳର ସଂସଦରେ ପହଞ୍ଚିବା ଯୋଜନା ସଫଳ ନହୁଏ, ତେବେ ଏଭଳି ପରିସ୍ଥିତିରେ ତାଙ୍କର 'ପ୍ଲାନ-ବି' ମଧ୍ୟ ପ୍ରସ୍ତୁତ ଥିଲା । ତେବେ ଚାଲନ୍ତୁ ଜାଣିବା କ'ଣ ଥିଲା ଲଲିତଙ୍କ ପ୍ଲାନ୍ ବି' ।

parliament winter session 2023

ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ପୋଲିସ ପଚରାଉଚରା ବେଳେ ତାଙ୍କ ପ୍ଲାନ ବି ପ୍ରକାଶ କରୁଥିବାବେଳେ ଲଲିତ । ସେ କହିଛି, 'ପ୍ଲାନ ଏ ଅନୁଯାୟୀ ଯଦି ନୀଲମ ଏବଂ ଆମୋଲ କୌଣସି କାରଣରୁ ସଂସଦରେ ପହଞ୍ଚି ପାରିବେ ନଥାନ୍ତେ, ତେବେ' ପ୍ଲାନ ବି' ଅନୁସାରେ ମହେଶ ଏବଂ କୈଲାଶ ଅନ୍ୟ ପଟ ଦେଇ ସଂସଦ ପାଖରେ ପହଞ୍ଚିଥାନ୍ତେ ଏବଂ ସଂସଦ ନିକଟକୁ ଯାଇ ରଙ୍ଗ ବୋମା ଜାଳି ଗଣମାଧ୍ୟମ ବ୍ୟକ୍ତିଙ୍କ ସାମ୍ନାରେ ସ୍ଲୋଗାନ ଦେଇଥାନ୍ତେ ।

ହେଲେ ଏହି ଘଟଣାକୁ ଯେ କୌଣସି ପିରିସ୍ଥିତିରେ ମଧ୍ୟ ସଫଳ କରିବାର ଥିଲା । ହେଲେ ମହେଶ ଏବଂ କୈଲାଶ ଗୁରୁଗ୍ରାମରେ ବିଶାଲ ଶର୍ମା ଛଦ୍ମନାମ ବିକିଙ୍କ ଘରେ ପହଞ୍ଚି ପାରିନଥିଲେ ଏବଂ ଏହା ପରେ ଆମୋଲ ଏବଂ ନୀଲମଙ୍କୁ ସଂସଦ ବାହାରେ କାର୍ଯ୍ୟ ସମାପ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଘଟଣା ପୂର୍ବରୁ ଏହି ଲୋକମାନେ ବିଶାଲ ଶର୍ମାଙ୍କ ଘରେ ରହିଥିଲେ।

ସୂଚନାଥାଉ ଯେ, ଲୋକସଭାର ସୁରକ୍ଷାରେ ବଡ଼ ଧରଣର ତ୍ରୁଟି ହୋଇଥିଲା । ୨ ଜଣ ଅଜଣା ବ୍ୟକ୍ତି ଲୋକସଭା 'ଭିଜିଟର୍ସ ଗ୍ୟାଲେରି' ମଧ୍ୟ ଦେଇ ଗୃହରେ କଲେ ପ୍ରବେଶ । ବୁଧବାର ଦିନ ଲୋକସଭାର ଅଧିବେଶନ ଚାଲୁଥିବାବେଳେ ହଠାତ୍ ଦୁଇ ଯୁବକ ଲୋକସଭା ଭିତରକୁ ପଶି ଆସିଥିଲେ । ଗୃହରେ ଉପସ୍ଥିତ ସାଂସଦ ତାଙ୍କୁ ପ୍ରଥମେ କାବୁ କରିବା ପରେ ସୁରକ୍ଷା କର୍ମୀଙ୍କୁ ହସ୍ତାନ୍ତର କରିଥିବା ନେଇ ସୂଚନା ରହିଛି । ଏହି ମାମଲାରେ ୭ ଜଣ ସୁରକ୍ଷାକର୍ମୀଙ୍କୁ ନିଲମ୍ବିତ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+