Get Updates
Get notified of breaking news, exclusive insights, and must-see stories!

Parliament Winter Session: ୧୫ ନୁହେଁ ୧୪ ବିରୋଧୀ ସାଂସଦ ସସ୍‌ପେଣ୍ଡ, ଲୋକସଭାରୁ ୧୩, ରାଜ୍ୟସଭାରୁ ଜଣେ

ସଂସଦରୁ ୧୫ ନୁହେଁ ୧୪ ବିରୋଧୀ ସାଂସଦ ସସ୍‌ପେଣ୍ଡ ହୋଇଛନ୍ତି । ଲୋକସଭାରୁ ୧୩ ଜଣ ସାଂସଦଙ୍କୁ ସସ୍‌ପେଣ୍ଡ କରାଯାଇଥିବାବେଳେ ରାଜ୍ୟସଭାରୁ ଜଣେ ସାଂସଦଙ୍କୁ ସସ୍‌ପେଣ୍ଡ କରାଯାଇଛି ।

ପ୍ରଥମେ ଲୋକସଭାରୁ ୧୪ ଜଣ ସାଂସଦଙ୍କ ନିଲମ୍ବିତ କରିଥିଲେ ବାଚସ୍ପତି । ହେଲେ ସସ୍‌ପେଣ୍ଡ ସାଂସଦଙ୍କ ମଧ୍ୟରୁ ଜଣେ ଗୃହ ମଧ୍ୟଭାଗକୁ ଆସିନଥିଲେ । ତେଣୁ ତାଙ୍କ ନାଁ ସସ୍‌ପେଣ୍ଡରୁ ବାଦ୍‌ ଦେବାକୁ ବାଚସ୍ପତିଙ୍କୁ ଅନୁରୋଧ କରା ଯାଇଥିଲା। ବାଚସ୍ପତି ତାହା ମାନିନେବାରୁ ୧୩ ଜଣ ସାଂସଦ ସସ୍‌ପେଣ୍ଡ ହୋଇଛନ୍ତି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ।

ଲୋକସଭାରେ କଂଗ୍ରେସର ୯ ଜଣ, ସିପିଏମର ୨, ସିପିଆଇର ଜଣେ ଏବଂ ଡିଏମକେର ଜଣେ ସାଂସଦ ନିଲମ୍ବନ ହୋଇଛନ୍ତି । ସେହିପରି ରାଜ୍ୟସଭାରୁ ଟିଏମସି ସାଂସଦ ଡେରିକ୍ ଓବ୍ରେନଙ୍କୁ ନିଲମ୍ବନ କରାଯାଇଛି ।

ବୁଧବାର ଲୋକସଭାରେ ସୁରକ୍ଷା ଉଲ୍ଲଂଘନକୁ ନେଇ ସଂସଦରେ ବିରୋଧୀଙ୍କ ବିରୋଧ ସହ ସମସ୍ତ ନିଲମ୍ବନ ଜଡିତ । ଏହି ବିକ୍ଷୋଭ ପରେ ଗୁରୁବାର ଦିନ ଉଭୟ ଗୃହରେ ବାରମ୍ବାର ସ୍ଥଗିତ ରଖିବାକୁ ବାଧ୍ୟ କରିଥିଲା ।

ଦିଲ୍ଲୀ ପୋଲିସ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରି ସାରିଥିବା ବେଳେ, ଷଷ୍ଠ ଅଭିଯୁକ୍ତକୁ ଧରିବା ପାଇଁ ଅପରେସନ ଜାରି ରଖିଛି । ଅଭିଯୁକ୍ତମାନଙ୍କ ବିରୋଧରେ UAPA ରେ ମାମଲା ରୁଜୁ ସହ ତଦନ୍ତ ଚାଲିଛି ।

ଦିଲ୍ଲୀ ପୋଲିସର ଓକିଲ ଅତୁଲ ଶ୍ରୀବାସ୍ତବ କହିଛନ୍ତି ଯେ ଆମେ ୧୫ ଦିନିଆ ପୋଲିସ ହେପାଜତ ରିମାଣ୍ଡରେ ନେବାକୁ ଅନୁରୋଧ କରିଥିଲୁ, ଯାହାକୁ କୋର୍ଟ ବିଚାର କରିଥିଲେ ଏବଂ ସାତ ଦିନିଆ ପୋଲିସ ରିମାଣ୍ଡରେ ନେବାକୁ କୋର୍ଟ ଖୁସି ହୋଇଥିଲେ ।

Parliament Winter Session

ଗତକାଲି ସଂସଦରେ ଏକ ବଡ଼ ଧରଣର ସୁରକ୍ଷା ଉଲଂଘନ କରି ଗିରଫ ହୋଇଥିବା ଚାରି ଜଣଙ୍କୁ ପଚରାଉଚରା ପାଇଁ ସାତ ଦିନ ପାଇଁ ପୋଲିସ ହେପାଜତକୁ ପଠାଯାଇଛି । ସଂସଦ ଭିତରେ ଗିରଫ ହୋଇଥିବା ସାଗର ଶର୍ମା ଏବଂ ଡି ମନୋରଂଜନ ଏବଂ ସଂସଦ ବାହାରେ ଗିରଫ ହୋଇଥିବା ନୀଲମ ଦେବୀ ଏବଂ ଆମୋଲ ସିନ୍ଦେଙ୍କୁ ବିସ୍ତୃତ ଭାବରେ ପଚରାଉଚରା କରିବାକୁ ପୋଲିସ ହେପାଜତକୁ ନେଇଛନ୍ତି ତଦନ୍ତକାରୀ ଟିମ୍ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+