Get Updates
Get notified of breaking news, exclusive insights, and must-see stories!

ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ହ୍ୱିପ୍ ଜାରି କଲା ବିଜେପି, ସଦନରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ

Parliament Special Session: କେନ୍ଦ୍ର ସରକାର ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତ । ଯାହା ଚଳିତ ମାସ ୧୮ ତାରିଖରୁ ଆରମ୍ଭ ହେବା ପାଇଁ ଯାଉଛି ଏବଂ ଏହା ସେପ୍ଟେମ୍ବର 22 ପର୍ଯ୍ୟନ୍ତ ଜାରି ରହିବ । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସ୍ୱତନ୍ତ୍ର ଅଧିବେଶନର ଏଜେଣ୍ଡା ସ୍ପଷ୍ଟ ହୋଇନାହିଁ । ଯାହାକୁ ନେଇ ବିରୋଧୀମାନେ ଲଗାତାର ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି । ହେଲେ ଏହି ସମୟରେ ବିଜେପି ନିଜର ସମସ୍ତ ସାଂସଦମାନଙ୍କୁ ଗୃହରେ ଉପସ୍ଥିତ ରହିବାକୁ ହ୍ୱିପ୍ ଜାରିକରିଛି ।

ବିଜେପି ଦଳର ସମସ୍ତ ସାଂସଦମାନଙ୍କୁ ଏକ ଲାଇନର ହ୍ୱିପ୍ ଜାରି କରିଛି । ଏହି ଅଧିବେଶନ ସମୟରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିବା ସହ ସରକାରଙ୍କ ପ୍ରସ୍ତାବକୁ ସମର୍ଥନ କରିବା ପାଇଁ ସେପ୍ଟେମ୍ବର 18 ରୁ 22 ତାରିଖ ପର୍ଯ୍ୟନ୍ତ ଗୃହରେ ଉପସ୍ଥିତ ରହିବାକୁ ସମସ୍ତ ବିଜେପି ସାଂସଦକୁ ନିର୍ଦ୍ଦେଶ ଦିଆଯାଇଛି ।

Parliament Special Session

ସଂସଦର ସ୍ୱତନ୍ତ୍ର ଅଧିବେଶନ ପାଇଁ ବିଜେପି ଗୁରୁବାର ଦିନ ଲୋକସଭା ସାଂସଦମାନଙ୍କୁ ଗୃହରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛି । କିଛି ଗୁରୁତ୍ୱପୂର୍ଣ୍ଣ ବିଧାନସଭା କାର୍ଯ୍ୟ ଉପରେ ଆଲୋଚନା ହେବା ଏବଂ କିଛି ବିଲ୍ ପାସ୍ କରିବା ପାଇଁ ସମସ୍ତ ଗୃହରେ ଉପସ୍ଥିତ ରହିବା ଉଚିତ୍ ବୋଲି ୱିପ୍ ଜାରି କରି କୁହାଯାଇଛି । ଜାରି କରାଯାଇଥିବା ୱିପ୍ ଜରିଆରେ ସମସ୍ତ ସାଂସଦଙ୍କୁ ବାଧ୍ୟତାମୂଳକ ଭାବେ ଗୃହରେ ଉପସ୍ଥିତ ରିବାକୁ ଏବଂ ସରକାରଙ୍କ ଆଭିମୁଖ୍ୟକୁ ସମର୍ଥନ କରିବାକୁ କୁହାଯାଇଛି।

ସୂଚନାଥାଉ ଯେ, ବିଶେଷ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ସେପ୍ଟେମ୍ବର 17ରେ ଏକ ସର୍ବଦଳୀୟ ବୈଠକ ଡକାଯାଇଛି । ଚର୍ଚ୍ଚା ହେଉଛି 4ଟି ବିଲ୍ ଯଥା ଆଡଭୋକେଟ୍ ବିଲ୍, ପ୍ରେସ୍ ଏବଂ ରେଜିଷ୍ଟ୍ରେସନ୍ ଅଫ୍ ପିରିୟଡିକାଲ୍ ବିଲ୍ 2023, ଡାକଘର ବିଲ୍ ଏବଂ ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟାନ୍ୟ ନିର୍ବାଚନ କମିଶନର ବିଲ୍ । ଏହି 4 ଟି ବିଲରେ ବିବାଦୀୟ ବିଲ୍ ମଧ୍ୟ ଅନ୍ତର୍ଭୁକ୍ତ ଯେଉଁଥିରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ପାଇଁ ଏକ ନୂତନ କମିଟି ଗଠନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+