ଏହି ତାରିଖରେ ହେବ ସଂସଦର ପ୍ରଥମ ସ୍ୱତନ୍ତ୍ର ଅଧିବେଶନ: ଜାଣନ୍ତୁ କେବେ ହେବେ ବାଚସ୍ପତି ନିର୍ବାଚିତ

Parliament Special Session 2024: ସଂସଦର ସ୍ୱତନ୍ତ୍ର ଅଧିବେଶନ ଜୁନ୍ 24 ରୁ ଜୁଲାଇ 3 ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି । ଏକ ଜାତୀୟ ଗଣମାଧ୍ୟ ସୂଚନା ଅନୁସାରେ, 18 ତମ ଲୋକସଭା ପାଇଁ ନବ ନିର୍ବାଚିତ ସାଂସଦମାନେ ଜୁନ୍ 24 ଏବଂ 25 ରେ ଶପଥ ଗ୍ରହଣ କରିପାରନ୍ତି । ଏହା ବ୍ୟତୀତ ଜୁନ୍ 26 ରେ ଲୋକସଭା ବାଚସ୍ପତି ନିର୍ବାଚନ ହେବାର ସମ୍ଭାବନା ରହିଛି।

ଲୋକସଭାର ବାଚସ୍ପତି ପଦ ପାଇଁ କେନ୍ଦ୍ର ସରକାର ପ୍ରଥମେ ଜଣେ ସାଂସଦଙ୍କ ନାମ ପ୍ରସ୍ତାବ ଦେବେ। ଯଦି ବିରୋଧୀ ସର୍ବସମ୍ମତି କ୍ରମେ ସରକାରଙ୍କ ପ୍ରସ୍ତାବକୁ ଗ୍ରହଣ କରନ୍ତି, ତେବେ ନିର୍ବାଚନ ହେବ ନାହିଁ। ଯଦି ଏହା ନହୁଏ ତେବେ ବିରୋଧୀ ମଧ୍ୟ ତାଙ୍କ ପକ୍ଷରୁ ଜଣେ ପ୍ରାର୍ଥୀଙ୍କ ନାମ ଦେବେ ।

Parliament Special Session

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହର ମିଳିତ ଅଧିବେଶନକୁ ଅର୍ଥାତ୍ ଲୋକସଭା ଏବଂ ରାଜ୍ୟସଭାକୁ ମଧ୍ୟ ସମ୍ବୋଧିତ କରିପାରନ୍ତି । ରାଷ୍ଟ୍ରପତି ମୁର୍ମୁ କେନ୍ଦ୍ରରେ ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ଏଜେଣ୍ଡା ଉପସ୍ଥାପନ କରିବେ। ଏଥି ସହିତ ସଂସଦର ସ୍ୱତନ୍ତ୍ର ଅଧିବେଶନରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ମଧ୍ୟ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିପାରନ୍ତି । ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ NEET-UG ମେଡିକାଲ ପ୍ରବେଶିକା ପରୀକ୍ଷା ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ସଂସଦରେ ଛାତ୍ରଛାତ୍ରୀଙ୍କ ସ୍ୱର ହେବେ ବୋଲି କହିଥିଲେ।

ପୂର୍ବରୁ ନରେନ୍ଦ୍ର ମୋଦି ରବିବାର (ଜୁନ୍ 9) ରେ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ 70 ରୁ ଅଧିକ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି ଏବଂ ନୂତନ ଭାବେ ନିଯୁକ୍ତ ମନ୍ତ୍ରୀଙ୍କୁ ପୋର୍ଟଫୋଲିଓ ବଣ୍ଟନ କରିଛନ୍ତି। ଏଥିରେ ରାଜନାଥ ସିଂଙ୍କୁ ପ୍ରତିରକ୍ଷା ମନ୍ତ୍ରୀ, ଅମିତ ଶାହ ଗୃହମନ୍ତ୍ରୀ, ନିର୍ମଳା ସୀତାରମଣ ଅର୍ଥମନ୍ତ୍ରୀ ଏବଂ ଏସ ଜୟଶଙ୍କର ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+