ସଂସଦର ମିଳିତ ଅଧିବେଶନକୁ ଆଜି ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ସଂସଦର ମିଳିତ ଅଧିବେଶନକୁ ଆଜି ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅଷ୍ଟାଦଶ ଲୋକସଭା ଏବଂ ୨୬୪ତମ ରାଜ୍ୟସଭାର ମିଳିତ ଅଧିବେଶନରେ ଉଦବୋଧନ ରଖିବେ ମହାମହିମ୍ ।
ଆଗାମୀ ବର୍ଷ ପାଇଁ ଏନଡିଏ ସରକାରର ପ୍ରାଥମିକତା, କାର୍ଯ୍ୟକ୍ରମ ଓ ନୀତିର ରୂପରେଖ ସଂସଦରେ ରଖିବେ ରାଷ୍ଟ୍ରପତି । ଗତ ସରକାର ନେଇଥିବା ପଦକ୍ଷେପ ସଂପର୍କରେ ମଧ୍ୟ ଆଲୋକପାତ କରିବେ । ରାଷ୍ଟ୍ରପତି ଭବନରୁ ଦ୍ରୌପଦୀ ମୁର୍ମୁ ଅଶ୍ୱାରୋହୀ ଅଙ୍ଗରକ୍ଷକଙ୍କ ସହ ସଂସଦ ଭବନରେ ପହଂଚିବେ । ପ୍ରଧାନମନ୍ତ୍ରୀ ମୋଦୀ, ଲୋକସଭା ଓ ରାଜ୍ୟସଭାର ଅଧିକାରୀ ତାଙ୍କୁ ସଂସଦର ଗଜଦ୍ୱାରରେ ସ୍ୱାଗତ କରିବେ ।
ସମ୍ବିଧାନର ଧାରା ୧୮ ଅନୁସାରେ ପ୍ରତ୍ୟେକ ଲୋକସଭା ନିର୍ବାଚନ ପରେ ସଂସଦର ମିଳିତ ଅଧିବେଶନ କୁ ରାଷ୍ଟ୍ରପତି ସମ୍ବୋଧିତ କରିବାର ନିୟମ ରହିଛି। ଦୁଇ ଦିନ ହେବ ଲୋକସଭାର ସ୍ଵତନ୍ତ୍ର ଅଧିବେଶନ ଆରମ୍ଭ ହୋଇସାରିଥିବାବେଳେ ଆଜିଠୁ ଆରମ୍ଭ ହେବ ରାଜ୍ୟସଭାର ଗୃହକାର୍ଯ୍ୟ। ସେପଟେ ଜୁଲାଇ ୨ ଏବଂ ୩ ତାରିଖରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ହେବ।

ପାରମ୍ପରିକ ରାଜ ଦଣ୍ଡ ସେଙ୍ଗଲର ନେତୃତ୍ୱରେ ରାଜ୍ୟସଭାକୁ ଅଣାଯିବ । ଏହାପରେ ରାଷ୍ଟ୍ରପତି ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ପରେ ଶାସକ ଦଳ ପକ୍ଷରୁ ସଂସଦର ଉଭୟ ଗୃହରେ ଧନ୍ୟବାଦ ପ୍ରସ୍ତାବ ଆଗତ କରିବେ, ଯାହା ଉପରେ ଲୋକସଭା ଓ ରାଜ୍ୟସଭାର ସଦସ୍ୟ ଆଲୋଚନା କରିବେ ।
ରାଷ୍ଟ୍ରପତି ନିଜ ଅଭିଭାଷଣରେ ମୋଦୀ ସରକାରଙ୍କ ୧୦ ବର୍ଷର କାର୍ଯ୍ୟକାଳର ଉପଲବ୍ଧି ବାବଦରେ ଉଲ୍ଲେଖ କରିପାରନ୍ତି । ଅନ୍ୟପଟେ ବିରୋଧୀ ନିଟ-ୟୁଜିରେ କଥିତ ଅନିୟମିତତା, ୟୁଜିସି-ନେଟ ପରୀକ୍ଷା ରଦ୍ଦ, ଜମ୍ମୁକାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ, ପଶ୍ଚିମବଙ୍ଗରେ ଟ୍ରେନ ଦୁର୍ଘଟଣା, ଦେଶରେ ମହଙ୍ଗା ମାଡ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତି କରିଛନ୍ତି ।
। ଲୋକସଭା ବାଚସ୍ପତି ଭାବେ ଓମ ବିର୍ଲା ନିର୍ବାଚିତ ହୋଇଥିବାବେଳେ ଉପବାଚସ୍ପତି ପଦବୀ ଲାଗି ପ୍ରକ୍ରିୟା ଆରମ୍ଭ ହେବ । ବର୍ତ୍ତମାନ ଏନଡିଏରେ ୨୯୩ ସଦସ୍ୟ ଥିବାବେଳେ ଇଣ୍ଡିଆ ମେଣ୍ଟର ସଦସ୍ୟ ସଂଖ୍ୟା ରହିଛି ୨୩୪ । କେବଳ ବିଜେପିର ୨୪୦ ସଦସ୍ୟ ଥିବାବେଳେ କେବଳ କଂଗ୍ରେସର ସଦସ୍ୟ ସଂଖ୍ୟା ରହିଛନ୍ତି ୯୯ ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications