ସଂସଦ ସୁରକ୍ଷା ତୃଟି ଘଟଣାରେ ରାହୁଲ ରଖିଲେ ପ୍ରତିକ୍ରିୟା, ଜାଣନ୍ତୁ ସେ କଣ କହିଲେ
ଦିଲ୍ଲୀ:ବିରୋଧୀ ଇଣ୍ଡିଆ ମେଣ୍ଟର ୧୪୩ ସାଂସଦଙ୍କୁ ସଂସଦରୁ ନିଲମ୍ବନ ନିଷ୍ପତ୍ତି ବିରୋଧରେ ବିରୋଧୀ ଦଳ ଜନ୍ତର ମଂତରରେ ବିରୋଧ ପ୍ରଦର୍ଶନ କରିଛନ୍ତି । ଏହି ସମୟରେ ରାହୁଲ ଗାନ୍ଧୀ କେନ୍ଦ୍ରରେ ମୋଦୀ ସରକାରଙ୍କୁ କଡା ଟାର୍ଗେଟ କରିଥିଲେ । ସଂସଦର ନିରାପତ୍ତା ଏବଂ ଭିଡିଓ ସୁଟିଂ ଭଳି ପ୍ରସଙ୍ଗରେ ରାହୁଲ ମଧ୍ୟ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ଯେତେବେଳେ ସଂସଦରେ ଅନୁପ୍ରବେଶ ହୋଇଥିଲା ସେତେବେଳେ ବିଜେପି ସାଂସଦମାନେ ଦୌଡ଼ି ପଳାଇ ଯାଇଥିଲେ ।
ସଂସଦର ନିରାପତ୍ତାକୁ ନେଇ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଅନେକ ପ୍ରଶ୍ନ କରିଛନ୍ତି । ରାହୁଲ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ ପଚାରିଥିଲେ, ସଂସଦର ସୁରକ୍ଷା କ୍ଷେତ୍ରରେ କିପରି ଅବନତି ଘଟିଲା? ଏହି ଯୁବକମାନେ ସଂସଦ ଭିତରକୁ କିପରି ଆସିଲେ? ସଂସଦ ଭିତରକୁ କିପରି ଗ୍ୟାସ ସ୍ପ୍ରେ ଆଣିଲେ?, ଯଦି ସେମାନେ ଗ୍ୟାସ ସ୍ପ୍ରେ ଆଣି ପାରିବେ ତେବେ ସେମାନେ ସଂସଦରେ କିଛି ବି ଆଣିପାରିବେ । ରାହୁଲ କହିଛନ୍ତି, ପ୍ରଶ୍ନ ଏହା ମଧ୍ୟ ଉଠୁଛି ଏହି ଯୁବକମାନେ ସଂସଦରେ କାହିଁକି ଅନୁପ୍ରବେଶ କଲେ? ସେ କହିଛନ୍ତି, ଏହାର କାରଣ ହେଉଛି ବେକାରୀ । ଆଜି ଦେଶର ଯୁବକମାନେ ରୋଜଗାର ପାଉନାହାଁନ୍ତି । ଦେଶରେ ଭୟଙ୍କର ବେକାରୀ ସମସ୍ୟା ରହିଛି ।

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି, ଆମେ ସମସ୍ତେ ବିରୋଧୀ ଦଳର ନେତା ଏବଂ ବିରୋଧୀ କର୍ମୀମାନେ ଏକାଠି ଛିଡ଼ା ହୋଇଛୁ । ଘୃଣା ଏବଂ ଭଲ ପାଇବା ମଧ୍ୟରେ ଏହି ଲଢ଼େଇ । ଘୃଣାର ବଜାରରେ ଆମେ ମହୋବତର ଦୋକାନ ଖୋଲିଛୁ । ତୁମେ ଯେତେ ଘୃଣା ବିସ୍ତାର କରିବ ... ଇଣ୍ଡିଆ ମେଣ୍ଟ ମହବତକୁ ସେତିକି ବିସ୍ତାର କରିବ ।
ଏହାପୂର୍ବରୁ ଲୋକସଭାରେ କଂଗ୍ରେସର ନେତା ଗୌରବ ଗୋଗୋଇ ବିରୋଧୀ ଦଳର ବିରୋଧକୁ ସମ୍ବୋଧିତ କରି କହିଛନ୍ତି ଯେ ମୋଦୀ ସରକାରଙ୍କ ଅହଂକାରକୁ ଭାଙ୍ଗିବାର ସମୟ ଆସିଛି । ଯଦି ମୋଦୀ ସରକାର ଭାବନ୍ତି ଯେ ସାଂସଦମାନଙ୍କୁ ନିଲମ୍ବନ କରିଲେ ଏହା ଆମକୁ ଭୟଭୀତ କିମ୍ବା ମୁଣ୍ଡ ନୁଆଁଇବାରେ ସକ୍ଷମ ହୋଇ ପାରିବେ , କିନ୍ତୁ ଇଣ୍ଡିଆ ମିଳିତ ମଞ୍ଚଭୟଭୀତ ନୁହେଁ କିମ୍ବା ମୁଣ୍ଡ ନୁଆଁଇବ ନାହିଁ । , ଆମେ ଲଢ଼େଇ ପାଇଁ ପ୍ରସ୍ତୁତ ଅଛୁ । କାରଣ ସଂଗ୍ରାମ ଆମ ରକ୍ତ, ଡ଼ିଏନଏ ଏବଂ ଇତିହାସରେ ଅଛି ।
ଏଥି ସହ କଂଗ୍ରେସର ସାଧାରଣ ସମ୍ପାଦକ ରଣଦୀପ ସୁରଜେୱାଲା କହିଛନ୍ତି ଯେ ଯଦି ଦେଶର ସଂସଦରେ ଲୋକଙ୍କ ସ୍ୱର ଉତ୍ତୋଳନ କରିବାକୁ ଅନୁମତି ଦିଆଯାଏ ନାହିଁ, ତେବେ ସଂସଦର ଆବଶ୍ୟକତା କ'ଣ? ମୋଦି ସରକାର ଦେଶର ସମ୍ବିଧାନକୁ ଗଳା ଚିପିଛନ୍ତି । ଆଜି ଭାରତର ଗଣତନ୍ତ୍ର ବିପଦରେ । ଏଭଳି ପରିସ୍ଥିତିରେ ଇଣ୍ଡିଆ ମିଳିତ ମଞ୍ଚ ଚୁପ୍ ରହିବ ନାହିଁ, ଆମର ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ଆମେ ଦେଶର ଲୋକଙ୍କ ପାଇଁ ଳଢ଼େଇ କରିବୁ












Click it and Unblock the Notifications