ପାର୍ଲାମେଣ୍ଟ ସୁରକ୍ଷା ତ୍ରୁଟି, ବେଙ୍ଗାଲୁରୁରେ ଅଟକ ଥିବା ପୁଲିସ ଅଧିକାରୀଙ୍କ ପୁଅକୁ ଗିରଫ କଲା ପୋଲିସ୍
ଦିଲ୍ଲୀ:ସଂସଦ ସୁରକ୍ଷା ତୃଟି ମାମଲାରେ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ଟିମ୍ ଆଉ ଦୁଇଜଣଙ୍କ ବିଷୟରେ ସୂଚନା ପାଇଛି । ଆଉ ତୁରନ୍ତ ସେମାନଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କୁ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଟିମ୍ ମୁହାଁମୁହିଁ ଜେରା କରିଛି । ଏହି ଦୁଇ ଜଣଙ୍କ ମଧ୍ୟରୁ ବାଙ୍ଗାଲୋରର ଜଣେ ଇଞ୍ଜିନିୟରଙ୍କୁ ଅଟକ ରଖାଯାଇଥିବା ବେଳେ ଉତ୍ତରପ୍ରଦେଶର ଜାଲୁନରୁ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ପଚରାଉଚରା କରାଯାଇଛି ।
ଦିଲ୍ଲୀ ପୋଲିସ ସ୍ପେଶାଲ ସେଲର ଟିମ୍ କର୍ଣ୍ଣାଟକର ବାଙ୍ଗାଲୋର ସହରରୁ ଜଣେ ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ଅଟକ ରଖିଛି । ତାଙ୍କ ନାମ ସାଇ କୃଷ୍ଣ । ତାଙ୍କ ବାପା ଜଣେ ବରିଷ୍ଠ ପୋଲିସ ଅଧିକାରୀ । ଡିସେମ୍ବର ୧୩ ତାରିଖ ଦିନ ପାର୍ଲାମେଣ୍ଟ୍ରେ ପ୍ରବେଶ କରି କେନିର୍ଷ୍ଟରୁ ହଳଦିଆ ଧୂଆଁ ଛାଡ଼ିଥିବା ଅନ୍ୟତମ ଅଭିଯୁକ୍ତ ମନୋରଞ୍ଜନ ଡି.ଙ୍କର ବନ୍ଧୁ । ତାଙ୍କର ବାପା କର୍ଣ୍ଣାଟକର ବାଗଲକୋଟ୍ର ଡେପୁଟି ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଥିଲେ । ସାଇ କୃଷ୍ଣ ଓ ମନୋରଞ୍ଜନ ଥିଲେ ବେଙ୍ଗାଲୁରୁସ୍ଥିତ ଏକ ଇଞ୍ଜିନିୟରିଙ୍ଗ୍ କଲେଜର 'ବ୍ୟାଚ୍ମେଟ୍' ।

ବାଗଲକୋଟ୍ସ୍ଥିତ ବାସଭବନରେ ଥାଇ କାମ କରୁଥିବା ସାଇ କୃଷ୍ଣଙ୍କୁ ବୁଧବାର ରାତି ୧୦ଟାରେ ଦିଲ୍ଲୀ ପୁଲିସ ଅଟକ ରଖିଥିଲା । ଜେରା ବୁଧବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ପୋଲିସ ତାଙ୍କୁ ପଚରାଉଚରା କରିବା ପରେ ତାଙ୍କୁ ଗିରଫ କରାଯାଇ ଦିଲ୍ଲୀ ଅଣାଯାଇଥିଲା ।
ଏହା ବ୍ୟତୀତ ଉତ୍ତରପ୍ରଦେଶର ଜାଲୁନରୁ ଅତୁଲ କୁଲଶ୍ରେଷ୍ଟା ନାମକ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିଛି । ଅତୁଲ କୁଲଶ୍ରେଷ୍ଟଙ୍କୁ ୫୦ ବର୍ଷ ବୟସ ହୋଇଥିବାବେଳେ ସେ ଏବେ ରହିଛନ୍ତି ବେକାର । ଉଭୟଙ୍କ ବିବୃତ୍ତି ରେକର୍ଡ କରାଯାଇଛି ଏବଂ ସଂସଦ ମାମଲାରେ ସେମାନଙ୍କର ସମ୍ପୃକ୍ତି ଯାଞ୍ଚ କରାଯାଉଛି । ସୁରକ୍ଷା ଉଲ୍ଲଂଘନରେ ସେମାନଙ୍କର କୌଣସି ଭୂମିକା ଅଛି କି ନାହିଁ ତାହା ଅନୁସନ୍ଧାନ କରାଯାଉଛି ।
ଡିସେମ୍ବର ୧୩ ରେ ଲୋକସଭାରେ ଦୁଇଜଣ ବ୍ୟକ୍ତି - ସାଗର ଶର୍ମା ଏବଂ ମନୋରଂଜନ ଡି - ସଂସଦର କାର୍ଯ୍ୟଗୃହ ଚାଲିଥିବା ସମୟରେ ଦର୍ଶକ ଗ୍ୟାଲେରୀରୁ ସଂସଦ ଭିତରକୁ ଡେଇଁପଡିଥିଲେ, ଆଉ ଏକ ହଳଦିଆ ଧୂଆଁ ଚାରିଆଡ଼େ ଖେଳାଇ ଦେଇ ସ୍ଲୋଗାନ ଦେଇଥିଲେ । ପରେ ଉଭୟଙ୍କୁ କିଛି ସାଂସଦ ଧରିବାରେ କାବୁ ହୋଇଥିଲେ ।
ପ୍ରାୟ ସମାନ ସମୟରେ ଦୁଇ ଜଣ ବ୍ୟକ୍ତି ଅମୋଲ ସିନ୍ଦେ ଏବଂ ନୀଲମ ଦେବୀ ସଂସଦ ଗୃହ କମ୍ପେ୍ଲକ୍ସ ବାହାରେ ପ୍ରଦର୍ଶନ କରି ଏକ 'କ୍ୟାନ୍'ରୁ ରଙ୍ଗୀନ ଧୂଆଁ ବାହାର କରିଥିଲେ ଏବଂ' ଏକଛତ୍ରବାଦୀ ଶାସନ କାମ କରିବ ନାହିଁ 'ଭଳି ସ୍ଲୋଗାନ ଦେଇଥିଲେ । ଏହି ଚାରିଜଣଙ୍କ ବ୍ୟତୀତ ପୋଲିସ ଅଭିଯୁକ୍ତ ଷଡଯନ୍ତ୍ରକାରୀ ଲଲିତ ଝା । ଏବଂ ମହେଶ କୁମାୱାଟଙ୍କୁ ମଧ୍ୟ ଗିରଫ କରିଛି । ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ ଅନୁଯାୟୀ ସେମାନଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ।












Click it and Unblock the Notifications