ସଂସଦ ସୁରକ୍ଷା ତ୍ରୁଟି ମାମଲାରେ ଅଭିଯୁକ୍ତଙ୍କର ହେବ ପଲିଗ୍ରାଫ ଟେଷ୍ଟ
ନୂଆଦିଲ୍ଲୀ: ସଂସଦର ସୁରକ୍ଷା ତୃଟି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଉପରେ ପଲିଗ୍ରାଫ୍ ପରୀକ୍ଷା କରାଯିବ । ଅଭିଯୁକ୍ତମାନେ ଏଥିରେ ସହମତ ହୋଇଛନ୍ତି । ସଂସଦର ଅନୁପ୍ରବେଶ ମାଷ୍ଟରମାଇଣ୍ଡ ଲଲିତ ଝ।।, ମହେଶ କୁମାୱାଟ ଏବଂ ଆମୋଲ ସିନ୍ଦେ ପଲିଗ୍ରାଫ ପରୀକ୍ଷା ପାଇଁ ସହମତ ହୋଇଛନ୍ତି । ଅଭିଯୁକ୍ତ ସାଗର ଶର୍ମା ଏବଂ ମନୋରଂଜନ ଡି ପଲିଗ୍ରାଫ୍, ନାର୍କୋ ଆନାଲିସିସ୍ ଏବଂ ବ୍ରେନ୍ ମ୍ୟାପିଂ ପାଇଁ ସହମତ ହୋଇଥିବାବେଳେ ଅଭିଯୁକ୍ତ ନୀଲମ୍ ଆଜାଦ ପଲିଗ୍ରାଫ୍ ପରୀକ୍ଷା ପାଇଁ ରାଜି ହୋଇନାହାଁନ୍ତି ।
ବାସ୍ତବରେ ସଂସଦ ସୁରକ୍ଷା ତୃଟି ମାମଲାରେ ଗିରଫ ହୋଇଥିବା ୬ ଜଣ ଅଭିଯୁକ୍ତଙ୍କ ପୋଲିସ ହେପାଜତ ଶୁକ୍ରବାର (ଜାନୁଆରୀ ୫) ରେ ଶେଷ ହୋଇଛି । ଏହା ପରେ ପୋଲିସ ପାଟିଆଲା ହାଉସ କୋର୍ଟରେ ସମସ୍ତ ଅଭିଯୁକ୍ତ ମନୋରଂଜନ ଡି, ସାଗର ଶର୍ମା, ଆମୋଲ ଧନରାଜ ସିନ୍ଦେ, ନୀଲମ ଆଜାଦ, ଲଲିତ ଝା ଏବଂ ମହେଶ କୁମାୱାଟଙ୍କୁ ହାଜିର କରାଇଥିଲେ । ଏହି ସମୟ ମଧ୍ୟରେ ପଲିଗ୍ରାଫ୍ ଟେଷ୍ଟ ସମ୍ପର୍କରେ କୋର୍ଟରେ ଶୁଣାଣି ହୋଇଥିଲା । ଆଉ ଏହି ମାମଲାର ଶୁଣାଣି ପରେ ପଟିଆଲା ହାଉସ କୋର୍ଟ ସମସ୍ତ ୬ ଅଭିଯୁକ୍ତଙ୍କୁ ପୋଲିସ ହେପାଜତରେ ରହିବା ପାଇଁ ୮ ଦିନ ବଢ଼ାଇ ଦେଇଛନ୍ତି ।

ସମସ୍ତ ଅଭିଯୁକ୍ତଙ୍କ ହେପାଜତ ବଢ଼ାଇବା ପାଇଁ ଦିଲ୍ଲୀ ପୋଲିସ କୋର୍ଟରେ ଏକ ଆବେଦନ କରିଥିଲା । ପଲିଗ୍ରାଫ୍, ନାର୍କୋ ଟେଷ୍ଟ ଏବଂ ଅଭିଯୁକ୍ତଙ୍କ ବ୍ରେନ ମ୍ୟାପିଂ ପାଇଁ ମଧ୍ୟ ଏକ ଆବେଦନ କରାଯାଇଥିଲା । ଏହା ପରେ କୋର୍ଟ ଅଭିଯୁକ୍ତଙ୍କୁ ଲିଗାଲ୍ ଏଡର ଓକିଲଙ୍କ ସହ କଥା ହେବାକୁ କହିଥିଲେ । ପୋଲିସ କହିଛି ଯେ ଅଭିଯୁକ୍ତଙ୍କ ଦ୍ୱାରା ନଷ୍ଟ ହୋଇଥିବା ମୋବାଇଲର ସିମ୍ କାର୍ଡ ଉଦ୍ଧାର ହୋଇଥିବାବେଳେ କିଛି ତଥ୍ୟ ମଧ୍ୟ ରିକଭିରି ହୋଇଛି ।
ପୋଲିସ କୋର୍ଟରେ ଆହୁରି କହିଛି ଯେ ଅନେକ ତଥ୍ୟ ଅଛି ଯାହାକୁ ଅଭିଯୁକ୍ତମାନେ ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏଭଳି ପରିସ୍ଥିତିରେ ସମସ୍ତଙ୍କ ମାନସିକ ପରୀକ୍ଷା କରିବା ଆବଶ୍ୟକ । ବିଶେଷ କରି ୨ ଜଣ ମନୋରଞ୍ଜନ ଏବଂ ସାଗର ପାଇଁ ମଧ୍ୟ ନାର୍କୋ ଟେଷ୍ଟ କରିବାକୁ ହେବ ବୋଲି କୋର୍ଟରେ କହିଛି ଦିଲ୍ଲୀ ପୋଲିସ୍ ।












Click it and Unblock the Notifications