Get Updates
Get notified of breaking news, exclusive insights, and must-see stories!

ସଂସଦ ସୁରକ୍ଷା ଭଙ୍ଗର ହେବ କଡ଼ା ତଦନ୍ତ, ଗୃହମନ୍ତ୍ରଣାଳ ନିର୍ଦ୍ଦେଶରେ ଗଠନ ହେଲା କମିଟି

Parliament Security Breach: ସଂସଦର ସୁରକ୍ଷା ଉଲ୍ଲଂଘନ ପ୍ରସଙ୍ଗରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ ବଡ଼ ନିଷ୍ପତ୍ତି ନେଇଛି। ସୁରକ୍ଷା ମନ୍ତ୍ରଣାଳୟର ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛନ୍ତି। ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ମହାନିର୍ଦ୍ଦେଶକ ଅନିଶ ଦୟାଲ ସିଂଙ୍କ ଅଧୀନରେ ଏକ କମିଟି ଗଠନ କରାଯାଇଛି। ଏହି କମିଟିରେ ଅନ୍ୟ ସୁରକ୍ଷା ଏଜେନ୍ସିର ସଦସ୍ୟ ଏବଂ ବିଶେଷଜ୍ଞମାନେ ଅଛନ୍ତି।

ଗୃହ ମନ୍ତ୍ରଣାଳୟ କହିଛି ଯେ, ସୁରକ୍ଷା ଉଲ୍ଲଂଘନ ହେବାର କାରଣ ଅନୁସନ୍ଧାନ କରିାଯିବ । ଅନୁସନ୍ଧାନ ପରେ ଏହା ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ ହେବ । ଏହି ପ୍ରସଙ୍ଗରେ କମିଟି ଖୁବ ଶୀଘ୍ର ଏହାର ରିପୋର୍ଟ ଦାଖଲ କରିବ ବୋଲି ସୂଚନା ରହିଛି ।

Parliament Security Breach

ସୂଚନାଥାଉ ଯେ, ଲୋକସଭାର ସୁରକ୍ଷାରେ ବଡ଼ ଧରଣର ତ୍ରୁଟି । ଅପରାହ୍ଣରେ ୨ ଜଣ ଅଜଣା ବ୍ୟକ୍ତି ଲୋକସଭା 'ଭିଜିଟର୍ସ ଗ୍ୟାଲେରି' ମଧ୍ୟ ଦେଇ ଗୃହରେ କଲେ ପ୍ରବେଶ । ବୁଧବାର ଦିନ ଲୋକସଭାର ଅଧିବେଶନ ଚାଲୁଥିବାବେଳେ ହଠାତ୍ ଦୁଇ ଯୁବକ ଲୋକସଭା ଭିତରକୁ ପଶି ଆସିଥିଲେ । ଗୃହରେ ଉପସ୍ଥିତ ସାଂସଦ ତାଙ୍କୁ ପ୍ରଥମେ କାବୁ କରିବା ପରେ ସୁରକ୍ଷା କର୍ମୀଙ୍କୁ ହସ୍ତାନ୍ତର କରିଥିବା ନେଇ ସୂଚନା ରହିଛି । ଏହା ପେର ଲୋକସଭାକୁ ଦିନ ୨ଟା ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+