Get Updates
Get notified of breaking news, exclusive insights, and must-see stories!

ପ୍ରତାପ ଷଡ଼ଙ୍ଗୀଙ୍କୁ ଠେଲିଦେଲେ ରାହୁଲ ଗାନ୍ଧୀ ! ହେବ କି ଏଫଆଇଆର ?

ବି.ଆର୍‌ ଆମ୍ବେଦକରଙ୍କୁ ନେଇ ରାଜନୀତି ଜୋର ଧରିଛି । ଆଉ ଏହି ପ୍ରସଙ୍ଗରେ ବିଜେପି-କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି । ସ୍ଥିତି ଏପରି ହୋଇଛି ଯେ ସଂସଦରେ ଗଣ୍ଡଗୋଳର ପରିସ୍ଥିତି ଉପୁଜିଛି । ଗୁରୁବାର ସଂସଦ ପରିସରରେ ଉଭୟ ପାର୍ଶ୍ୱରୁ ପ୍ରଦର୍ଶନ କରାଯାଇଥିଲା। ଏହି ସମୟରେ ପିରିସ୍ଥିତି ଏପରି ହୋଇଥିଲା ଯେଉଁଥିରେ ଭାଜପା ଏମପି ପ୍ରତାପ ଷଡଙ୍ଗୀ ଓ ମୁକେଶ ରାଜପୁତ ଆହତ ହୋଇଛନ୍ତି।

ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ପ୍ରତାପ ଷଡଙ୍ଗୀ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି।

ଗୁରୁବାର ଭାଜପା ଓ କଂଗ୍ରେସ ଆମ୍ବେଦକର ପ୍ରସଙ୍ଗରେ ସଂସଦ ପରିସରରେ ପ୍ରଦର୍ଶନ କରିଛନ୍ତି। ଏହି ସମୟରେ ଭାଜପା ଓ ଇଣ୍ଡିଆ ମେଣ୍ଟ ମୁହାଁମୁହିଁ ହୋଇଥିଲେ । ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଦଳର ଏମପିମାନେ ବିରୋଧ କରିଥିଲେ । ସେମାନେ ଗୃହମନ୍ତ୍ରୀ ଅମିତ ଶାହାଙ୍କଠାରୁ କ୍ଷମା ପ୍ରାର୍ଥନା ଦାବି କରିଥିଲେ । ଏହି ପ୍ରଦର୍ଶନ ସମୟରେ ଶାସକ ଦଳ ଏବଂ ବିରୋଧୀ ଦଳର ଏମପିମାନେ ମୁହାଁମୁହିଁ ହୋଇଥିଲେ । ଏହି ସମୟରେ ପ୍ରତାପ ଷଡଙ୍ଗୀଙ୍କୁ ଆଘାତ ଲାଗିଥିଲା ।

rahul gandhi

ତାଙ୍କ କହିବା ଅନୁଯାୟୀ ମୁଁ ସିଡ଼ି ନିକଟରେ ଠିଆ ହେଇଥିଲି। ରାହୁଲ ଗାନ୍ଧୀ ଆସି ଜଣେ ଏମପିଙ୍କୁ ଧକ୍କା ଦେଲେ । ସେ ମୋ ଉପରେ ପଡ଼ିଗଲେ । ଏହା ପରେ ମୁଁ ତଳେ ପଡ଼ିଗଲି। ଏନେଇ ଭାଜପା କହିଛି ଯେ, ରାହୁଲ ଭାଜପା ଏମପିଙ୍କୁ ଠେଲି ଦେଇଛନ୍ତି । ଯେଉଁଥିରେ ପ୍ରତାପଙ୍କ ମୁଣ୍ଡରେ ଆଘାତ ଲାଗିଛି। କୁହାଯାଉଛି ଯେ, ବର୍ତ୍ତମାନ ଭାଜପା ଏହି ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏଫଆଇଆର ଦାଖଲ କରିପାରେ।

ସଂସଦ ପରିସରରେ ଚାଲିଥିବା କଳହକୁ ନେଇ ରାଜନୀତି ତୀବ୍ର ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାଜପାର ଦୁଇ ଏମ୍‌ପିଙ୍କୁ ଠେଲି ଦେଇଛନ୍ତି ବୋଲି ଭାଜପା ଅଭିଯୋଗ କରିଛି। ତେବେ କଂଗ୍ରେସ ଭାଜପାର ଅଭିଯୋଗକୁ ଭୁଲ୍‌ ବୋଲି କହିଛି। ଏହି ସମୟରେ କେନ୍ଦ୍ର ମନ୍ତ୍ରୀ କିରନ ରିଜିଜୁ କଂଗ୍ରେସ ନେତା ରାହୁଲଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, କୁସ୍ତି ଏବଂ ସ୍ମାର୍ଟସିଟି ଦେଖାଇବା ପାଇଁ ସଂସଦ ଏକ ପ୍ଲାଟ୍‌ଫର୍ମ ନୁହେଁ।

ସେ କହିଛନ୍ତି, 'ରାହୁଲ ଶାରୀରିକ ଶକ୍ତି ପ୍ରଦର୍ଶନ କରିଥିଲେ। ରାହୁଲ ଆମର ଦୁଇ ଏମ୍‌ପଙ୍କୁ ଠେଲି ଦେଇଥିଲେ। ଯଦି ଆମର ଏମ୍‌ପିମାନେ ମଧ୍ୟ ହାତ ଉଠାଇଥାନ୍ତେ ତେବେ କ'ଣ ହୋଇଥାନ୍ତା। ରାହୁଲ ଦୁଇ ଭାଜପା ଏମ୍‌ପି ପ୍ରତାପ ଷଡ଼ଙ୍ଗୀ ଏବଂ ମୁକେଶ ରାଜପୁତଙ୍କୁ ଠେଲାପେଲା କରିଥିବା ଗୁରୁତର ଅଭିଯୋଗ ହୋଇଛି।

କିରନ କହିଛନ୍ତି, ଏମ୍‌ପିମାନେ ନିଜ ନିଜ ମତ ପାଇଁ ସଂସଦ କମ୍ପ୍ଲେକ୍ସରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। କଂଗ୍ରେସ ଏବଂ ଇଣ୍ଡିଆ ମିଳିତ ମେଣ୍ଟର ଲୋକମାନେ ପ୍ରତିଦିନ ବିରୋଧ କରୁଛନ୍ତି। ଆଜି ଏନ୍‌ଡିଏ ଏମ୍‌ପିମାନେ ଏହାକୁ ବିରୋଧ କରିଛନ୍ତି। କାରଣ କଂଗ୍ରେସ ବାବାସାହେବ ଭୀମରାଓ ଆମ୍ବେଦକରଙ୍କୁ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ସ୍ବାଧୀନତାର ବର୍ତ୍ତମାନ ପର୍ଯ୍ୟନ୍ତ ସେମାନେ ଅପମା

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+