ସଂସଦରେ ଅନୁମୋଦନ ଲାଭ କଲା ଖଣି ଏବଂ ଖଣିଜ ସଂଶୋଧନ ବିଲ୍ -୨୦୨୫
ଖଣି ଏବଂ ଏବଂ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ବିଲ୍ -୨୦୨୫ ଆଜି ରା ରାଜ୍ୟସଭାରେ ଅନୁମୋଦନ ଲାଭ କରିଛି । ଲୋକସଭାରେ ଏହି ବିଲ୍ ପୂର୍ବରୁ ପାରିତ ହୋଇସାରିଛି। ଏହି କ୍ଷେତ୍ରରେ କାର୍ଯ୍ୟକାରୀ ରହିଥିବା ୧୯୫୭ ଆଇନକୁ ସଂଶୋଧନ କରାଯାଇଛି। ପ୍ରଚଳିତ ଲିଜ୍ରେ ଅନ୍ୟ ଖଣିଜ ଦ ପଦାର୍ଥ ସାମିଲ କରିବା ପାଇଁ ଲିଗ୍ଧାରୀ ରାଜ୍ୟ ସରକାରଙ୍କୁ ଆବେଦନ କରିବାର ବ୍ୟବସ୍ଥା ଏହି ସଂଶୋସ୍ତ ବିଲ୍ରେ ରହିଛି। ଦେଶରେ ଖଣିଜ କ୍ଷେତ୍ରରେ ଅନୁସନ୍ଧାନ ପାଇଁ ପାଣ୍ଠି ଯୋଗାଇବା ଲକ୍ଷ୍ୟ ନେଇ ଏକ ଜାତୀୟ ଖଣିଜ ଅନୁସନ୍ଧାନ ଟ୍ରଷ୍ଟ ପ୍ରତିଷ୍ଠା କରିବାକୁ ଏହି ସଂଶୋସ୍ତ ବିଲ୍ରେ ବ୍ୟବସ୍ଥା ରହିଛି । ଏହି ବିଲ୍ ଅନୁଯାୟୀ ଖଣିଜ ପଦାର୍ଥ କାରବାରକୁ ପଞ୍ଜୀକରଣ ଏବଂ ନିୟନ୍ତ୍ରଣ କରିବା ପାଇଁ ଏକ କର୍ତ୍ତୃପକ୍ଷ କାର୍ଯ୍ୟକାରୀ କରାଯିବ ।

ବିଲ୍ ଉପରେ ଆଲେଚନାର ଉତ୍ତର ଦେଇ କୋଇଲା ଓ ଖଣି ମନ୍ତ୍ରୀ ଜି.କିଶାନ ରେଙ୍ଗୀ କହିଛନ୍ତି, ଖଣି କ୍ଷେତ୍ରରେ ସରକାର ନେଇଥିବା ପଦକ୍ଷେପ ଯୋଗୁଁ କୋଇଲା ଏବଂ ଖଣିଜ ପଦାର୍ଥର ଉତ୍ପାଦନ ତ୍ବରାନ୍ବିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଦେଶର କୋଇଲା ଉତ୍ପାଦନ ପ୍ରଥମଥର ପାଇଁ ୧ ବିଲିୟନ ଟନ୍ ଅତିକ୍ରମ କରିଛି ବୋଲି ମନ୍ତ୍ରୀ ଶ୍ରୀ ରେଙ୍ଗୀ କହିଛନ୍ତି।












Click it and Unblock the Notifications