ସଂସଦର ଅନୁମୋଦନ ଲାଭ କଲା ‘ସ୍ୱାସ୍ଥ୍ୟ ସୁରକ୍ଷା ସେ ଜାତୀୟ ସୁରକ୍ଷା ସେସ୍ ବିଲ୍-୨୦୨୫’
ସ୍ୱାସ୍ଥ୍ୟ ସୁରକ୍ଷା ସେ ଜାତୀୟ ସୁରକ୍ଷା ସେସ୍ ବିଲ୍-୨୦୨୫ ଆଜି ରାଜ୍ୟସଭାର ଅନୁମୋଦନ ଲାଭ କରିଛି । ଏହି ବିଲ୍ରେ ପାନ ମସଲା ଏବଂ ସରକାରଙ୍କଦ୍ୱାରା ଅଧିସୂଚିତ ଆନୁଷଙ୍ଗିକ୍ ଉତ୍ପାଦନ ଉପରେ ସେସ୍ ଲାଗୁ କରିବାର ପ୍ରସ୍ତାବ ରହିଛି । ଏଥିରୁ ପ୍ରାପ୍ତ ଅର୍ଥକୁ ଜନସ୍ୱାସ୍ଥ୍ୟ ଏବଂ ଜାତୀୟ ସୁରକ୍ଷା କ୍ଷେତ୍ରପାଇଁ ବିନିଯୋଗ କରାଯିବ ।

ରାଜ୍ୟସଭାରେ ବିଲ୍ ଉପରେ ଆଲୋଚନାର ଉତ୍ତର ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ନାଗରିକଙ୍କ ସ୍ୱାସ୍ଥ୍ୟ ଏବଂ ଦେଶର ସୁରକ୍ଷା କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବାପାଇଁ ଏହି ବିଲ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ । ସ୍ୱାସ୍ଥ୍ୟ ବିପଦ ସୃଷ୍ଟି କରୁଥିବା ପାନମସଲା ଏବଂ ତତ୍ସଂକ୍ରାନ୍ତ ସାମଗ୍ରୀଗୁଡ଼ିକ ଉପରେ ଏହି ସେସ୍ ଲାଗୁ କରାଯିବ । ସେ କହିଛନ୍ତି, ସ୍ୱାସ୍ଥ୍ୟ ଏକ ରାଜ୍ୟ ସମ୍ପର୍କିତ ବିଷୟ ହୋଇଥିବାରୁ ସେସ୍ରୁ ସଂଗୃହୀତ ରାଜସ୍ୱ ରାଜ୍ୟଗୁଡ଼ିକୁ ବଣ୍ଟନ କରାଯିବ । ଆଲୋଚନାରେ ବିଭିନ୍ନ ଦଳର ସଦସ୍ୟ ଅଂଶଗ୍ରହଣ କରି ସେମାନଙ୍କର ମତ ଉପସ୍ଥାପନ କରିଛନ୍ତି । ପୂର୍ବରୁ ଲୋକସଭାରେ ଏହି ବିଲ୍ ପାରିତ ହୋଇଥିଲା ।












Click it and Unblock the Notifications