ମୌସୁମୀ ଅଧିବେଶନ: ସଂସଦରେ ଥମୁନି ମଣିପୁର ତାତି, ବିରୋଧୀ ଆଣିବେ ଅନାସ୍ଥା ପ୍ରସ୍ତାବ
Parliament Monsoon Session Latest News in Odia: ସଂସଦରେ ଥମୁନି ମଣିପୁର ତାତି । ଆଜି ମୋଦି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବେ ବିରୋଧି । ଏ ସଂକ୍ରାନ୍ତରେ ବାଚସ୍ପତିଙ୍କୁ ନୋଟିସ ଦିଆଯିବ ବୋଲି 'I.N.D.I.A'ପକ୍ଷରୁ ଆୟୋଜିତ ଏକ ବୈଠକରେ ଆଲୋଚନା ହୋଇଛି । ଅନାସ୍ଥା ପ୍ରସ୍ତାବ ପାଇଁ ଆଜି ସକାଳେ ବିରୋଧିଦଳଗୁଡିକର ବୈଠକ ବସିବ । ଏଥିପାଇଁ ଦଳର ସମସ୍ତ ସାଂସଦଙ୍କୁ ଲୋକ ସଭାରେ ଉପସ୍ଥିତ ରହିବା ପାଇଁ କଂଗ୍ରେସ ପକ୍ଷରୁ ହ୍ୱିପ୍ ଜାରି କରାଯାଇଛି ।
ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କରି ବିରୋଧି ଆଜି ଅନାସ୍ଥା ପ୍ରସ୍ତାବ ଆଣିବା ନେଇ ସୂଚନା ରହିଛି । ବିଭିନ୍ନ ବିରୋଧୀଦଳର ୫୦ ସାଂସଦ ନୋଟିସ୍ ଦେବେ । ସକାଳ ୧୦ଟା ସମୟରେ କଂଗ୍ରେସ ସଂସଦୀୟ ଦଳର ବୈଠକ ହେବାର ଅଛି । ସେହିପରି ମଲ୍ଲିକାର୍ଜୁନ ଖଡଗେଙ୍ଗ ଚାମ୍ବରରେ ମଧ୍ୟ ଆଉ ଏକ ବୈଠକ ବସିବା ନେଇ ସୂଚନା ରହିଛି ।

ସୂଚନାଥାଉ ଯେ, ସ୍ୱାଧୀନତା ପରେ ସଂସଦରେ ଏପର୍ଯ୍ୟନ୍ତ ୨୭ଟି ଅନାସ୍ଥା ପ୍ରସ୍ତାବ ଅଣାଯାଇଛି । ସେପଟେ ସଂସଦର ଅଚଳାବସ୍ଥା ଦୂର କରିବା ପାଇଁ ଗୃହମନ୍ତ୍ରୀ ଅମିତ ଶାହ ଉଭୟ ଗୃହର ବିରୋଧୀଦଳର ନେତାମାନଙ୍କୁ ଚିଠି ଲେଖିଛନ୍ତି । ଗୃହମନ୍ତ୍ରୀ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ମଣିପୁର ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ତେଣୁ ଏପରି ପରିସ୍ଥିତି ସୃଷ୍ଟି ନ କରିବା ପାଇଁ ସେ ନିବେଦନ କରିଛନ୍ତି ।












Click it and Unblock the Notifications