ମୌସୁମୀ ଅଧିବେଶନ:ମଣିପୁର ଭାଇରାଲ ଭିଡିଓକୁ ନେଇ ଅମିତ ଶାହ କହିଲେ, 'ଆମେ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛୁ' ହେଲେ ବିରୋଧି...
Parliament Monsoon Session: ସଂସଦର ମୌସୁମୀ ଅଧିବେଶନରେ ମଣିପୁର ଭାଇରାଲ ଭିଡିଓକୁ ନେଇ ତାତି ଲାଗି ରହିଛି । ସୋମାବାର ଦିନ ମଧ୍ୟ ଗୃହରେ ସରକାରଙ୍କୁ ଟାର୍ଗେଟ୍ କରିଥିଲେ ବିରୋଧି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ପ୍ରସଙ୍ଗରେ ନିଜ ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି, ଆମେ ଗୃହରେ ଆଲୋଚନା କରିବାକୁ ପ୍ରସ୍ତୁତ। ବିରୋଧୀ କାହିଁକି ଏ ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହୁଁନାହାଁନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ବିରୋଧୀଙ୍କୁ ଅନୁରୋଧ କରୁଛି। ଏହି ସମ୍ବେଦନଶୀଳ ପ୍ରସଙ୍ଗ ସତ୍ୟତା ସାରା ଦେଶ ଜାଣିବା ଉଚିତ୍ । ଏହି ହଟ୍ଟୋଗଳ ମଧ୍ୟରେ ଲୋକସଭାର ପ୍ରକ୍ରିୟା ମଙ୍ଗଳବାର ଅର୍ଥାତ୍ ଆସନ୍ତାକାଲି ସକାଳ ୧୧ଟା ପର୍ଯ୍ୟନ୍ତ ମୁଲତବି ରଖାଯାଇଛି ।
#WATCH | Government is ready for discussion on Manipur. Request Opposition to let discussion take place, says Union Home Minister Amit Shah in Lok Sabha. pic.twitter.com/rjHLzOcKu7
— ANI (@ANI) July 24, 2023
ମଣିପୁର ପ୍ରସଙ୍ଗକୁ ନେଇ ସଂସଦରେ ହଙ୍ଗାମା
ସଂସଦର ମୌସୁମୀ ଅଧିବେଶନରେ ସୋମବାର ଦିନ ଉଭୟ ରାଜ୍ୟସଭା ଓ ଲୋକସଭାରେ ବିରୋଧୀ ସାଂସଦମାନେ ମଣିପୁର ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିବୃତ୍ତି ଦାବି କରି ସ୍ଲୋଗାନ ଦେଇଥିଲେ । ଏହି ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲୋକସଭାରେ କହିଥିଲେ ଯେ, ଆମେ ସଂସଦରେ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛୁ ।

ମଲ୍ଲିକାର୍ଜୁନ ଖଡଗେ କହିଲେ
ଏହି ପ୍ରସଙ୍ଗରେ ରାଜ୍ୟସଭା ବିରୋଧୀ ଦଳର ନେତା ତଥା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ, ଆମେ ମଧ୍ୟ ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ ହେଲେ ପ୍ରଥମେ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ନିଜର ମତ ରଖିବା ଉଚିତ୍। ଯଦି 140 କୋଟି ଜନତାରଙ୍କର ପ୍ରତିନିଧୀ ଭିତରେ ବସିଛନ୍ତି, ତେବେ ପ୍ରଥମେ ସେ ନିଜ ମତ ରଖିବା ଉଚିତ୍ । ଏହା ପରେ ଆମେ ଏକ ନିଷ୍ପତ୍ତି ନେବୁ ।
୩ ମେ'ରେ ମଣିପୁରରେ କୁକି ଏବଂ ମୈତୈଇ ସମ୍ପ୍ରଦାୟ ମଧ୍ୟରେ ସଂରକ୍ଷଣ ଦାବି ଉପରେ ଜାତି ହିଂସା ଆରମ୍ଭ ହୋଇଥିଲା। ଯେଉଁଥିରେ ଏପର୍ଯ୍ୟନ୍ତ 160ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି ।
ସୂଚନାଥାଉ ଯେ, ସଂସଦର ମୌସୁମୀ ଅଧିବେଶନରେ ମଣିପୁର ଭାଇରାଲ ଭିଡିଓକୁ ବିରୋଧୀମାନେ ନିରନ୍ତର ବିରୋଧ କରୁଛନ୍ତି । ରାଜ୍ୟସଭାର ପ୍ରଶ୍ନକାଳ ସମୟରେ ବିରୋଧୀ ଦଳମାନେ ଲଗାତାର ଗୃହରେ ହଟ୍ଟଗୋଳ କରିଥିଲେ । ଆମ୍ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂ ଗୃହର ପ୍ରକ୍ରିୟାରେ ବାଧା ସୃଷ୍ଟି କରିଥିବାରୁ ତାଙ୍କୁ ସମଗ୍ର ଅଧିବେଶନ ପାଇଁ ନିଲମ୍ବିତ କରାଯାଇଛି ।












Click it and Unblock the Notifications