Get Updates
Get notified of breaking news, exclusive insights, and must-see stories!

NEET ପ୍ରଶ୍ନପତ୍ର ଲିକ୍ ମାମଲାରେ ସଂସଦରେ ହଙ୍ଗାମା: ଶିକ୍ଷା ମନ୍ତ୍ରୀଙ୍କୁ ଏପରି ପ୍ରଶ୍ନ କଲେ ରାହୁଲ ଗାନ୍ଧୀ

Rahul Gandhi on Paper Leak: NEET ପ୍ରଶ୍ନପତ୍ର ଲିକ୍ ମାମଲାରେ ସଂସଦରେ ହଙ୍ଗାମା । ବଜେଟ୍ ଅଧିବେଶନ ଆରମ୍ଭରୁ ଶିକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲେ ରାହୁଲ । ଶିକ୍ଷା ମନ୍ତ୍ରୀଙ୍କୁ କଲେ ଟାର୍ଗେଟ୍ । କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ପରୀକ୍ଷା ବ୍ୟବସ୍ଥାରେ ଅନେକ ତ୍ରୁଟି ଦେଖାଦେଇଛି। ପରୀକ୍ଷା ବ୍ୟବସ୍ଥାରେ ହସ୍ତକ୍ଷେପ କରାଯାଇଛି । ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତଙ୍କ ଭୁଲର ଗଣନା କରିଥିଲେ ହେଲେ ନିଜ ତ୍ରୁଟିକୁ ଭୁଲକୁ ହିସାବ କରିନଥିଲେ। ରାହୁଲ କହିଛନ୍ତି ଯେ ଶିକ୍ଷା ମନ୍ତ୍ରୀଙ୍କୁ ମୋର ପ୍ରଶ୍ନ ହେଉଛି, ଏହି ସମସ୍ୟାର ସମାଧାନ ପାଇଁ ଆପଣ କ'ଣ କରୁଛନ୍ତି?

ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ କହିଛନ୍ତି ଯେ ପ୍ରଶ୍ନ ପତ୍ର ଲିକ୍ କେବଳ NEET ସଂପର୍କରେ ନୁହେଁ, ବରଂ ଏହା ସମସ୍ତ ପରୀକ୍ଷା ବିଷୟରେ। ଏହା ଏକ ଗମ୍ଭୀର ବିଷୟ । ଶିକ୍ଷା ମନ୍ତ୍ରୀ ସମସ୍ତଙ୍କୁ ଦାୟୀ କରୁଛନ୍ତି, କିନ୍ତୁ ନିଜ ଭୁଲ୍ ବିଷୟରେ କିଛି କହିଲେ ନାହିଁ । ରାହୁଲଙ୍କ ଏହି ବିବୃତ୍ତିରେ ଶିକ୍ଷା ମନ୍ତ୍ରୀ କ୍ରୋଧିତ ହୋଇ କହିଛନ୍ତି ଯେ କଂଗ୍ରେସ ସାଂସଦ ସମଗ୍ର ପରୀକ୍ଷା ବ୍ୟବସ୍ଥାକୁ ଫାଲତୁ ବୋଲି କହିଛନ୍ତି। ଏହା ଏକ ଦୁର୍ଭାଗ୍ୟଜନକ ବକ୍ତବ୍ୟ । ସେହିପରି ସମାଜବାଦୀ ପାର୍ଟି ଅଖିଳେଶ ଯାଦବ କହିଛନ୍ତି ଯେ, ସରକାର ପ୍ରଶ୍ନପତ୍ର ଲିକ୍ ମାମଲାରେ ରେକର୍ଡ ସୃଷ୍ଟି କରିଛନ୍ତି ।

Parliament Monsoon


ସେହିପରି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ୭ ବର୍ଷରେ ପ୍ରଶ୍ନ ପତ୍ର ପ୍ରଘଟର କୌଣସି ପ୍ରମାଣ ନାହିଁ ହେଲେ ଏପରି ଘଟଣା ଘଟିଛି । ବର୍ତ୍ତମାନ ଏହି ମାମଲା ବିଚାର ସୁପ୍ରିମକୋର୍ଟରେ ଜାରି ରହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+