ଶେଷ ହେଲା ସଂସଦର ବଜେଟ୍‌ ଅଧିବେଶନ; ଉଭୟ ରାଜ୍ୟସଭା ଓ ଲୋକସଭା ମୁଲତବି, ୱକ୍‌ଫ ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ବିଲ୍ ପାସ୍

ଶେଷ ହେଲା ସଂସଦର ବଜେଟ୍‌ ଅଧିବେଶନ । ଉଭୟ ରାଜ୍ୟସଭା ଓ ଲୋକସଭା ମୁଲତବି ଘୋଷଣା । ଅଧିବେଶନରେ ୱକ୍‌ଫ ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ବିଲ୍ ପାସ୍ ।

Parliament Budget Session

୨୦୨୪ ଲୋକ ସଭା ନିର୍ବାଚନ ପରେ ଭାଜପାର ଆସନ ସଂଖ୍ୟା ପୂର୍ବାପେକ୍ଷା ଊଣା ହୋଇଛି। କିନ୍ତୁ ଶାସକ ଦଳ ସଂସଦରେ ନିଜ ଶକ୍ତି ବଜାୟ ରଖିଛି। ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାର ବହୁଚର୍ଚ୍ଚିତ ତଥା ବିବାଦୀୟ ଓ୍ବକ୍‌ଫ (ସଂଶୋଧନ) ବିଲ୍‌, ୨୦୨୫କୁ ସଂସଦରେ ପାରିତ କରାଇବାରେ ସଫଳ ହେବା ଏହାକୁ ପ୍ରମାଣିତ କରିଛି।

ମୁସଲମାନ ସମ୍ପ୍ରଦାୟର ଦାନ ସମ୍ପତ୍ତି ପରିଚାଳନାରେ ସଂସ୍କାର ଆଣିବା ସକାଶେ ଉଦ୍ଦିଷ୍ଟ ଏହି ବିଧେୟକ ଲୋକ ସଭାରେ ଗୃହୀତ ହେବାର ଦିନକ ପରେ ଗୁରୁବାର ରାଜ୍ୟ ସଭାର ଅନୁମୋଦନ ଲାଭ କରିଛି। ଉଚ୍ଚ ସଦନରେ ବିଲ୍‌ ସପକ୍ଷରେ ୧୨୮ ଭୋଟ ପଡ଼ିଥିବାବେଳେ ବିରୋଧୀ ଦଳଗୁଡ଼ିକର ୯୫ ସଦସ୍ୟ ଏହା ବିରୋଧରେ ମତଦାନ କରିଛନ୍ତି। ଏବେ ଚୂଡ଼ାନ୍ତ ମୋହର ପାଇଁ ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଯିବ। ରାଷ୍ଟ୍ରପତି ବିଧେୟକରେ ସ୍ବାକ୍ଷର କରିବା ପରେ ଏହା ଆଇନରେ ପରିଣତ ହେବ।

ଲୋକ ସଭାରେ ବୁଧବାର ୧୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ବିତର୍କ ଚାଲିବା ପରେ ବିଳମ୍ବିତ ରାତିରେ ଓ୍ବକ୍‌ଫ ସଂଶୋଧନ ବିଲ୍‌ ୨୮୮-୨୩୨ ଭୋଟରେ ପାରିତ ହୋଇଥିଲା। ଉଚ୍ଚ ସଦନରେ ବିଲ୍‌କୁ ବିରୋଧ କରି କେତେଜଣ ବିପକ୍ଷ ସଦସ୍ୟ କଳା ବ୍ୟାଚ୍‌ ପରିଧାନ କରିଥିଲେ। ବିଲ୍‌ ଆଗତ କରି ରିଜିଜୁ କହିଥିଲେ, ଏଥିରେ ଓ୍ବକ୍‌ଫ ସମ୍ପତ୍ତି ପରିଚାଳନାରେ ସ୍ବଚ୍ଛତା, ଉତ୍ତରଦାୟିତ୍ୱ ଓ ଦକ୍ଷତା ଉପରେ ଗୁରୁତ୍ୱ ଦିଆଯାଇଛି। କେବଳ ମୁସଲମାନମାନେ 'ଓ୍ବକିଫ୍‌' ହୋଇପାରିବେ। କେନ୍ଦ୍ରୀୟ ଓ୍ବକ୍‌ଫ କାଉନ୍‌ସିଲର ସଂଖ୍ୟାଗରିଷ୍ଠ ସଦସ୍ୟ ଅଣମୁସଲିମ ହେବା ପ୍ରଶ୍ନ ଉଠୁନାହିଁ।

୨୦୦୪ରେ ୪.୯ ଲକ୍ଷ ଓ୍ବକ୍‌ଫ ସମ୍ପତ୍ତି ଥିବାବେଳେ ବର୍ତ୍ତମାନ ଏହା ୮.୭୨ ଲକ୍ଷରେ ପହଞ୍ଚତ୍ଛି। ପୂର୍ବ ସରକାରଗୁଡ଼ିକ ଅମଳରେ ଯେଉଁ କାର୍ଯ୍ୟ ବାକି ରହିଯାଇଥିଲା, ସେଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ ନୂଆ ବିଲ୍‌ ଅଣାଯାଇଥିବା ଦର୍ଶାଇ ଏହାକୁ ଗୃହୀତ କରାଇବା ଲାଗି ରିଜିଜୁ ବିରୋଧୀ ଦଳଗୁଡ଼ିକର ସହଯୋଗ ଲୋଡ଼ିଥିଲେ। ପ୍ରାୟ ୧୪ ଘଣ୍ଟା ଧରି ବିତର୍କ ଚାଲିବା ପରେ ବିଧେୟକକୁ ଉଚ୍ଚ ସଦନର ମଞ୍ଜୁରୀ ମିଳିଥିବା ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନକର ରାତି ୨ଟା ୩୩ ମିନିଟ୍‌ରେ ଘୋଷଣା କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+