ରାହୁଲ ଗାନ୍ଧୀଙ୍କ ବିରୋଧରେ ଦିଲ୍ଲୀର ସଂସଦ ମାର୍ଗ ଥାନାରେ ମାମଲା ରୁଜୁ

ସଂସଦ ପରିସରରେ ହୋଇଥିବା ଠେଲାପେଲା ଘଟଣାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଦିଲ୍ଲୀର ସଂସଦ ମାର୍ଗ ଥାନାରେ ମାମଲା ରୁଜୁ । ରାହୁଲ ଗାନ୍ଧୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ଅଭିଯୋଗ କରିଛି ବିଜେପି । ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୯, ୧୧୫ ଏବଂ ୧୧୭ ଅଧିନରେ ପୋଲିସ ମାମଲା ରୁଜୁ କରିଛି । ଉଲ୍ଲେଖଯୋଗ୍ୟ ଯେ ଗୁରୁବାର ସକାଳେ ସଂସଦରେ ଆମ୍ୱେଦକରଙ୍କୁ ଅପମାନିତ କରିବା ଅଭିଯୋଗରେ ଉଭୟ ଶାସକ ଏବଂ ବିରୋଧୀ ମୁହାଁମୁହିଁ ହୋଇଥିଲେ । ଏହି ସମୟରେ କଥିତ ରୂପେ ହୋଇଥିବା ଠେଲାପେଲାରେ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଏବଂ ମୁକେଶ ରାଜପୁତ ଆହତ ହୋଇଥିଲେ । ବିଜେପି ସାଂସଦଙ୍କୁ ରାହୁଲ ଗାନ୍ଧୀ ଧକ୍କା ଦେଇଥିବା ଅଭିଯୋଗ ହୋଇଛି ।

ବିଜେପି ସାଂସଦ ଅନୁରାଗ ଠାକୁର କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଦିଲ୍ଲୀ ପୋଲିସରେ ଅଭିଯୋଗ କରାଯାଇଛି । ତାଙ୍କ ବିରୋଧରେ ଶାରୀରିକ ଆକ୍ରମଣ ଉଦ୍ୟମ କରିଥିବା ଅଭିଯୋଗ କରାଯାଇଛି । ଅନୁରାଗ ଠାକୁର କହିଛନ୍ତି, 'ରାହୁଲ ଦଳ ବଳ ସହ ଏନଡିଏ ସାଂସଦଙ୍କ ଆଗକୁ ମାଡ଼ି ଆସିଥିଲେ ଏବଂ ସାଂସଦଙ୍କୁ ଉସୁକାଇଥିଲେ । ଏହାଦ୍ୱାରା ସାଂସଦଙ୍କୁ ଆଘାତ ପହଞ୍ଚିବ ବୋଲି ସେ ଜାଣି ମଧ୍ୟ ତାହା କରିଥିଲେ । ଧାରା ୧୦୯, ୧୧୫, ୧୧୭, ୧୨୫, ୧୩୧ ଏବଂ ୩୫୧ ଅଧିନରେ ମାମଲା ରୁଜୁ ହୋଇଛି ।' ଧାରା-୧୦୯ ହତ୍ୟା ଉଦ୍ୟମ ସହ ଜଡିତ ଅଟେ ।

Rahul gandhi

ଏତଲା ଦେବାକୁ ଯାଇଥିବା ବିଜେପି ସାଂସଦ ବାଂସୁରୀ ସ୍ୱରାଜ କହିଛନ୍ତି, 'ଏହା କେବଳ ଅଭଦ୍ରାମୀ ନୁହେଁ ବରଂ ଅପରାଧ ମଧ୍ୟ । ଏଥିପାଇଁ ଆମେ ସମସ୍ତ ଆଜି ଏଠାକୁ (ପୋଲିସ ଷ୍ଟେସନ)କୁ ଆସିଛୁ ଏବଂ ଏତଲା ଦେଇଛୁ । ସୁରକ୍ଷାକର୍ମୀ ରାହୁଲ ଗାନ୍ଧୀଙ୍କୁ ବୈକଳ୍ପିକ ରାସ୍ତାରେ ଯିବା ପାଇଁ ବାରମ୍ୱାର ଅନୁରୋଧ କରିଥିଲେ । କିନ୍ତୁ ରାହୁଲ ସେମାନଙ୍କ ଅନୁରୋଧକୁ ମାନିନଥିଲେ । ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରିଛି ।'

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+