‘ସବ୍ କା ବୀମା, ସବ୍ କୀ ରକ୍ଷା ୨୦୨୫’ ବିଲକୁ ସଂସଦର ଅନୁମୋଦନ
'ସବ୍କା ବୀମା, ସବ୍ କା ରକ୍ଷା'- ବୀମା ଆଇନ୍ ସଂଶୋଧନ ବିଲ୍ ୨୦୨୫ ଆଜି ରାଜ୍ୟସଭାରେ ପାରିତ ହେବା ପରେ ସଂସଦର ଅନୁମୋଦନ ଲାଭ କରିଛି । ବୀମା ଆଇନ୍ ୧୯୩୮, ଜୀବନବୀମା ନିଗମ ଆଇନ୍ ୧୯୫୬ ଏବଂ ବୀମା ନିୟାମକ ଓ ବିକାଶ ପ୍ରାଧିକରଣ ଆଇନ୍ ୧୯୯୯କୁ ସଂଶୋଧନ କରିବା ହେଉଛି ଏହି ବିଲ୍ର ଉଦ୍ଦେଶ୍ୟ । ଏହି ବିଲ୍ ଦ୍ୱାରା ଭାରତୀୟ ବୀମା କମ୍ପାନୀ ଗୁଡ଼ିକରେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ପରିମାଣକୁ ମୂଳଧନର ୭୪ପ୍ରତିଶତରୁ ୧୦୦ପ୍ରତିଶତକୁ ବୃଦ୍ଧି କରାଯାଇ ପାରିବ ।

ଦେଶରେ ବୀମା କ୍ଷେତ୍ରର ବିକାଶ ଏବଂ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହିତ ବୀମାଧାରୀଙ୍କ ସୁରକ୍ଷାକୁ ଏହାଦ୍ୱାରା ସୁନିଶ୍ଚିତ କରାଯାଇପାରିବ । ବୀମା କମ୍ପାନୀ ଗୁଡ଼ିକର କାର୍ଯ୍ୟଶୈଳୀକୁ ଅଧିକ ସୁଗମ କରିବା ଏବଂ ନିୟାମକ ପ୍ରଣୟନ କ୍ଷେତ୍ରରେ ଅଧିକ ସ୍ୱଚ୍ଛତା ଆଣିବା ଦିଗରେ ଏହି ବିଲ୍ ସହାୟକ ହୋଇପାରିବ । ଏହି ଆଲୋଚନାରେ ବିଜେପିର ସାଂସଦ ଅରୁଣ ସିଂହ, କଂଗ୍ରେସର ଶକ୍ତିସିନ ଗୋହିଲ, ଟିଏମ୍ସିର ସାକେତ ଗୋଖେଲ ଡିଏମ୍କେର ଡକ୍ଟର କାନି ମୋଝି ପ୍ରମୁଖ ଅଂଶଗ୍ରହଣ କରି ନିଜନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିଛନ୍ତି ।












Click it and Unblock the Notifications