ଶେଷ ହେଲା ଲୋକସଭାର ମୌସୁମୀ ଅଧିବେଶନ
ପ୍ରବଳ ହଙ୍ଗାମା, ହଟ୍ଟଗୋଳ ଏବଂ ମୁଲତବୀ ମଧ୍ୟରେ ସଂସଦର ମୌସୁମୀ ଅଧିବେଶନ ଶେଷ ହୋଇଛି । ଲୋକସଭା ବାଚସ୍ପତି ଓମ୍ ବିର୍ଲା ଗୁରୁବାର ମୌସୁମୀ ଅଧିବେଶନକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି । ଲୋକସଭା ମୌସୁମୀ ଅଧିବେଶନରେ ୧୨୦ ଘଣ୍ଟାର ଆଲୋଚନା ପାଇଁ ସ୍ଥିର ହୋଇଥିଲା । କିନ୍ତୁ ମାତ୍ର ୩୭ ଘଣ୍ଟା ହିଁ ଆଲୋଚନା ହେବା ସମ୍ଭବପର ହୋଇପାରିଥିଲା ।

ଆଉ ୮୩ ଘଣ୍ଟା ହଟ୍ଟଗୋଳ ଏବଂ ମୁଲତବୀରେ ଚାଲିଗଲା । ଏହାରି ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ବିଭାଗର ୧୪ଟି ବିଲ୍ ଆଗତ ହୋଇଛି । ୧୨ଟି ବିଲ୍ ପାରିତ ହୋଇଛି । ବିରୋଧୀଙ୍କ ହଙ୍ଗାମା ଯୋଗୁଁ ବିନା ଆଲୋଚନାରେ ଅଧିକାଂଶ ପ୍ରସ୍ତାବ ପାରିତ ହୋଇଯାଇଛି । ଅଧିବେଶନରେ ମୋଟ ୪୧୯ଟି ତାରକା ଚିହ୍ନିତ ପ୍ରଶ୍ନ ସାମିଲ ଥିଲା । କିନ୍ତୁ ମାତ୍ର ୫୫ଟି ପ୍ରଶ୍ନର ମୌଖିକ ଉତ୍ତର ଆସିପାରିଥିଲା ।
ଅପରେସନ୍ ସିନ୍ଦୂର, ଭାରତର ମହାକାଶ କାର୍ୟ୍ୟକ୍ରମର ଉପଲବ୍ଧି ଉପରେ ମଧ୍ୟ ଆଲୋଚନା ହୋଇଛି । ଅପରେସନ୍ ସିନ୍ଦୂର ଆଲୋଚନା ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଅଂଶ ଗ୍ରହଣ କରି ବିରୋଧୀଙ୍କୁ କଡ଼ା ଯବାବ ଦେଇଛନ୍ତି ।
-
୪ଜିଲାକୁ ବିଜୁଳି, ଘଡ଼ଘଡ଼ି ସତର୍କତା -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ












Click it and Unblock the Notifications