ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ସଂସଦର ଉଭୟ ଗୃହ, ଅନିର୍ଦ୍ଦିଷ୍ଟ କାଳ ଯାଏଁ ମୁଲତବୀ

ନୂଆଦିଲ୍ଲୀ: ଅନିର୍ଦ୍ଦିଷ୍ଟ କାଳ ପାଇଁ ସଂସଦ ମୁଲତବି । ନିର୍ଦ୍ଧାରିତ ସମୟର ପୂର୍ବରୁ ସରିଛି ସଂସଦର ଉଭୟ ଗୃହ । ସଂସଦର ବଜେଟ୍ ଅଧିବେଶନ ଗତ ଜୁଲାଇ ୨୨ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୨ ତାରିଖରେ ଶେଷ ହେବାର ଥିଲା। ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି, ୧୧୫ ଘଣ୍ଟା ଧରି ଚାଲିଥିବା ଏହି ଅଧିବେଶନରେ ୧୫ଟି ବୈଠକ ଅନୁଷ୍ଠିତ ହୋଇଥିଲା।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜୁଲାଇ ୨୩ ତାରିଖରେ ୨୦୨୪-୨୫ ଆର୍ôଥକ ବର୍ଷପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଥିଲେ, ଯାହା ଉପରେ ଗୃହରେ ୨୭ ଘଣ୍ଟା ୧୯ ମିନିଟ୍ ଆଲୋଚନା ହୋଇଥିଲା। ଏହି ଅଧିବେଶନରେ ୧୨ଟି ସରକାରୀ ବିଲ୍ ଆଗତ ହୋଇଥିବା ବେଳେ ସେଥିରୁ ୪ଟି ଲୋକସଭାରେ ପାରିତ ହୋଇଛି।

Parliament adjourned sine die

ବାଚସ୍ପତି କହିଛନ୍ତି, ଅଧିବେଶନ ସମୟରେ ଲୋକସଭା ୧୩୬% ଦକ୍ଷ ଭାବେ କାର୍ଯ୍ୟ କରିଛି। ଅର୍ଥ ବିଲ୍‌, ବିନିଯୋଗ ବିଲ୍‌, ଜମ୍ମୁ-କଶ୍ମୀର ବିନିଯୋଗ ବିଲ୍ ଏବଂ ଭାରତୀୟ ବାୟୁୟାନ ବିଧେୟକ ଏହି ଅଧିବେଶନ କାଳରେ ନିମ୍ନ ସଦନରେ ପାରିତ ହୋଇଥିଲା ବୋଲି କହିଛନ୍ତି ଲୋକସଭା ବାଚସ୍ପତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+