Paris Olympics 2024:ବଡ ବିଜୟ ଲକ୍ଷ୍ୟରେ ଭାରତୀୟ ପୁରୁଷ ହକି ଟିମ

ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମର ବିଜୟ ଧାରା ଜାରି ରହିଛି। ଆଜି ଗ୍ରୁପ ପର୍ଯ୍ୟାୟର ତୃତୀୟ ମ୍ୟାଚ୍‌ରେ ଦଳ ଅପେକ୍ଷାକୃତ ଦୁର୍ବଳ ଆୟର୍ଲ୍ୟାଣ୍ଡକୁ ୨-୦ ଗୋଲରେ ହରାଇ ଦେଇଛି।

Paris Olympics 2024

ଦଳ ପକ୍ଷରୁ ଦୁଇଟି ଯାକ ଗୋଲ ଅଧିନାୟକ ହରମନପ୍ରୀତ ସିଂହ ଦେଇଛନ୍ତି। ପ୍ରଥମ ମ୍ୟାଚ୍‌ରେ ଦଳ ନ୍ୟୁଜିଲ୍ୟାଣ୍ଡକୁ ଓ ଦ୍ୱିତୀୟ ମ୍ୟାଚ୍‌ରେ ଆର୍ଜେଣ୍ଟିନା ସହ ସ୍ଥିତି ଡ୍ର ରଖିଥିଲା। ଏବେ ଭାରତ ତା'ର ପରବର୍ତ୍ତୀ ଦୁଇଟି ମୁକାବିଲାରେ ବେଲଜିୟମ ଓ ଅଷ୍ଟ୍ରେଲିଆକୁ ଭେଟିବ।

ଆଜିର ମ୍ୟାଚ୍‌ରେ ଭାରତ ଆରମ୍ଭରୁ ହିଁ ଆୟର୍ଲ୍ୟାଣ୍ଡ ଉପରେ ଚାପ ପକାଇଥିଲା। ମ୍ୟାଚ୍‌ର ପ୍ରଥମ ୪ ମିନିଟ ମଧ୍ୟରେ ଦଳକୁ ପ୍ରଥମ ପେନାଲ୍ଟି କର୍ଣ୍ଣର ମିଳିଥିଲା। କିନ୍ତୁ ଏହାକୁ ହରମନପ୍ରୀତ କୌର ଗୋଲରେ ପରିଣତ କରି ପାରି ନଥିଲେ। କିନ୍ତୁ ମ୍ୟାଚ୍‌ର ୧୧ ତମ ମିନିଟରେ ଭାରତକୁ ଗୋଲ କରିବାର ଅପୂର୍ଣ୍ଣ ସୁଯୋଗ ମିଳିଥିଲା।

ଆୟର୍ଲ୍ୟାଣ୍ଡ ଖେଳାଳି ଡି' ଭିତରେ ମନଦୀପ ସିଂହଙ୍କୁ ଫାଉଲ ମାରିବାରୁ ଭାରତକୁ ପେନାଲ୍ଟି ଷ୍ଟ୍ରୋକ ମିଳିଥିଲା। ଏହାକୁ ଗୋଲରେ ପରିଣତ କରି ହରମନପ୍ରୀତ ସିଂହ ଭାରତକୁ ୧-୦ରେ ଆଗୁଆ କରି ଦେଇଥିଲେ।

ଦ୍ୱିତୀୟ କ୍ୱାର୍ଟରରେ ଭାରତ ଆକ୍ରମଣକୁ ଆହୁରି ଜୋରଦାର କରିଥିଲା। ଏହାର ଫାଇଦା ଦଳକୁ ୧୯ତମ ମିନିଟରେ ମିଳିଥିଲା। ଭାରତକୁ ମିଳିଥିବା ଆଉ ଏକ ପିସିକୁ ପୁଣି ହରମନପ୍ରୀତ ଗୋଲରେ ପରିଣତ କରିଥିଲେ। ଏଥିସହ ଭାରତକୁ ୨-୦ ଲିଡ୍‌ ଦେଇଥିଲେ। ଭାରତ ଆଗରେ ଥିଲେ ହେଁ ଆଟାକ ବନ୍ଦ କରି ନଥିଲା। କ୍ରମାଗତ ଭାବେ ଆୟର୍ଲ୍ୟାଣ୍ଡ ଉପରେ ଚାପ ପକାଇ ଚାଲିଥିଲା। ତଥାପି ତୃତୀୟ କ୍ୱାର୍ଟର ଗୋଲଶୂନ୍ୟ ରହିଥିଲା।

୪ର୍ଥ ତଥା ଶେଷ କ୍ୱାର୍ଟରରେ ଆୟର୍ଲ୍ୟାଣ୍ଡ ଆଟାକିଂ ହକି ଖେଳିଥିଲା। ଦଳ ଭାରତର ଡିଫେନ୍ସ ଭାଗକୁ ମଧ୍ୟ ଭେଦ କରି ବାରମ୍ବର ଡି'ରେ ପ୍ରବେଶ କରିଥିଲା। ଏଥିସହ ଏକାଧିକ ପିସି ମଧ୍ୟ ଦଳକୁ ମିଳିଥିଲା। ହେଲେ ଭାରତୀୟ ଟିମର ଭେଟରାନ ଗୋଲକିପର ଶ୍ରୀଜେଶ ଆୟର୍ଲ୍ୟାଣ୍ଡର ସବୁ ପ୍ରୟାସକୁ ଭଣ୍ଡୁର କରି ଦେଇଥିଲେ। ଶେଷରେ ଭାରତ ୨-୦ରେ ମ୍ୟାଚ୍‌କୁ ଜିତି ନେଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+