ପରୀକ୍ଷା ପେ ଚର୍ଚ୍ଚା: ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଟିପ୍ସ
Pariksha Pe Charcha: ପରୀକ୍ଷା ପେ'ଚର୍ଚ୍ଚାରେ ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯେଉଁଥିରେ ସେ ଛାତ୍ରଛାତ୍ରୀଙ୍କୁ ଉଜ୍ୱଳ ଭବିଷ୍ୟତ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ଅତି ଉଚ୍ଚଧରଣର ଟିପ୍ସ ଦେଇ ସେ ପିଲାଙ୍କୁ ଉତ୍ସାହିତ କରିଛନ୍ତି ଏବଂ ଚିନ୍ତା ମୁକ୍ତ ହୋଇ ପରୀକ୍ଷା ଦେବା ପାଇଁ ମଧ୍ୟ ମୋଦି କହିଛନ୍ତି ଏହାସ ସହ ବନ୍ଧୁତାକୁ ନେଇ ମଧ୍ୟ ଏକ ସୁନ୍ଦର ଉଦାହରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
ପରୀକ୍ଷା ହଲକୁ ଯିବାବେଳେ ଚାପରୁ ଦୂରେଇ ରହିବାକୁ ପରାମର୍ଶ ଦେଇ ପିଏମ ମୋଦି କହିଛନ୍ତି ଯେ, ଅଭିଭାବକମାନେ ନିଜ ପିଲାମାନଙ୍କୁ ଉତ୍ସାହର ସହିତ ପରୀକ୍ଷା ହଲକୁ ଯିବା ପାଇଁ ପ୍ରେରଣା ଦିଅନ୍ତୁ । ସର୍ବଦା ଶୀଘ୍ର ପରୀକ୍ଷା ହଲରେ ପହଞ୍ଚିବା ପାଇଁ ଚେଷ୍ଟା କର ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଆମେ ନିର୍ଣ୍ଣାୟକ ହେବାର ଅଭ୍ୟାସ ବିକାଶ କରିବା ଉଚିତ୍। ଜଣେ କେବେ ଦ୍ୱନ୍ଦ୍ୱରେ ରହିବା ଉଚିତ୍ ନୁହେଁ । ଯଦି କୌଣସି ଦ୍ୱନ୍ଦ୍ୱ ଅଛି ତେବେ ଆମେ ଏହା ବିଷୟରେ ଆଲୋଚନା କରିବା ଏବଂ ଏହାର ସମାଧାନର ବାଟ କାଢି ଆଗକୁ ବଢିବା ଉଚିତ୍ । ସେ ଆହୁରି କହିଛନ୍, ତି ଯେ ଦ୍ୱନ୍ଦ୍ୱର ସ୍ତର ଯାହା ହେଉ ନା କାହିଁକି , ଏହା ସର୍ବଦା ଖରାପ ଅଟେ।

ସାଙ୍ଗମାନଙ୍କ ସହିତ ପ୍ରତିଯୋଗିତାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ତୁମେ ନିଜର ସାଙ୍ଗ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ଉଚିତ୍ ନୁହେଁ , ତେବେ ଏହାର ଅର୍ଥ କ'ଣ ଧରାଯାଉ 100 ମାର୍କର କୁମେ ପରୀକ୍ଷା ଦେଉଛ । ତୁମର ସାଙ୍ଗ 90ନମ୍ବର ପରୀକ୍ଷାରେ ରଖନ୍ତି , ତେବେ କ'ଣ ତୁମ ପାଇଁ 10 ନମ୍ବର ବଢିଗଲା କି । ତୁମେ ମଧ୍ୟ 100 ନମ୍ବରର ପରୀକ୍ଷା ଦେଇଛ ।
ସେ ଆହୁରି କହିଛନ୍ତି, ତୁମକୁ କାହା ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଉଚିତ୍ ନୁହେଁ, କେବଳ ନିଜ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ଉଚିଚ୍. । କାହାକୁ ଘୃଣା କରିବାର କୌଣସି ଆବଶ୍ୟକତା ନାହିଁ । ଯଦି ଏପରି ମାନସିକତା ଜାରି ରହେ ତେବେ ତୁମେ ନିଜଠୁ ଅଧିକ ଚତୁର ବ୍ୟକ୍ତିଙ୍କ ସହିତ ବନ୍ଧୁତା କରି ପାରିବ ନାହିଁ । ସେ ଆହୁରି କହିଛନ୍ତି ପିତାମାତା ମାନେ ନିଜ ଛୁଆ ମାନଙ୍କ ତୁଳନା ଅନ୍ୟ ସହ କରିବା ଉଚିତ ନୁହେଁ ।
ଚଳିତ ବର୍ଷ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା 'ପରୀକ୍ଷା ପେ ଚର୍ଚ୍ଚା' କାର୍ଯ୍ୟକ୍ରମର ଆୟୋଜନା କରାଯାଇଥିଲା । ଏହା ପ୍ରଧାନମନ୍ତ୍ରୀଙ୍କ ସପ୍ତମ ସଂସ୍କରଣ ଯେଉଁଥି ପାଇଁ ମାଇଗଭ୍ ପୋର୍ଟାଲରେ ୨.୨୬କୋଟି ପଞ୍ଜିକରଣ ରେକର୍ଡ କରାଯାଇଥିଲା । ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।












Click it and Unblock the Notifications